ଦୈନିକ ନିଦ ଔଷଧ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ରହିଛି ଅନେକ ସାଇଡ଼ ଇଫେକ୍ଟ

ନୂଆଦିଲ୍ଲୀ : ନିୟମିତ ଭାବେ ନିଦ ଔଷଧ ଖାଉଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ। କାରଣ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଜଣାପଡିଛି ଏହି ଔଷଧର ଖରାପ ପ୍ରଭାବ ଲୋକଙ୍କ ରକ୍ତଚାପ ଉପରେ ପଡିଥାଏ। ଖାସ କରି ଏହାର ପ୍ରଭାବ ବୟସ୍କ ଲୋକଙ୍କ ଉପରେ ପଡିଥାଏ।
ଅଟୋନୋମା ଡି ମେଡ୍ରିଡ ୟୁନିଭର୍ସିଟି ଦ୍ବାରା ୭୫୨ ଜଣ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା। ଏହି ରିସର୍ଚ୍ଚରେ ଜଣାପଡିଛି କି କିଛି ଖାସ ପ୍ରକାରର ନିଦ ଔଷଧର ନିୟମିତ ସେବନ ଦ୍ବାରା ଲଜ୍ବାଇମର ରୋଗର ସମ୍ଭାବନା ବଢ଼ିଯାଇଥାଏ। ଫଳରେ ଏହା ଶରୀରରେ ଏକପ୍ରକାର ବିଷରେ ପରିଣତ ହୋଇଯାଇଥାଏ।
ଆପଣଙ୍କୁ ପ୍ରଥମେ କହିବାକୁ ଚାହିଁବୁ ଏହି ନିଦ ଔଷଧର ସେବନ ସ୍ବାଭାବିକ ନିଦ ଦେଇନଥାଏ। କିନ୍ତୁ ଏହାର ବାରମ୍ବାର ସେବନ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ନିଦ ଔଷଧର ୩୫ ମିଲିଗ୍ରାମ ଷ୍ଟାଣ୍ଡାଡ ଡୋଜ ନେବା ଦ୍ବାରା ହାର୍ଟ ସମ୍ବନ୍ଧୀୟ ଅସୁବିଧା ୨୦ପ୍ରତିଶତ ବଢ଼ିଯାଇଥାଏ। ଏହାଛଡ଼ା ଏହାକୁ ଦୈନିକ ସେବନ ଦ୍ବାରା ବର୍ଷକୁ ଏନେଇ ଅସୁବିଧାର ମାତ୍ରା ୬୦ ପ୍ରତିଶତ ବଢ଼ିଯାଇଥାଏ। ନିଦ ଔଷଧରେ ଥିବା ତତ୍ତ୍ବ ଏବଂ ଜୋପିଡ଼େମ୍ ହାର୍ଟ ସମ୍ବନ୍ଧୀୟ ଅସୁବିଧା ବଢ଼ାଇଥାଏ।
କେବେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ଡାକ୍ତରଙ୍କୁ ବିନା ପଚାରି ନିଦ ଔଷଧ ଖାଇବା ଉଚିତ୍ ନୁହଁ। କାରଣ ଏହାର ପ୍ରଭାବ ଶିଶୁ ଉପରେ ପଡିଥାଏ। ଯାହା ଦ୍ବାରା ଶିଶୁ ଭିନ୍ନକ୍ଷମ ହେବାର ମଧ୍ୟ ସମ୍ଭାବନା ରହିଥାଏ।
ଅଧିକ ସମୟ ପର୍ୟ୍ୟନ୍ତ ନିଦ ଔଷଧର ସେବନ ଶରୀରରେ ରକ୍ତ ପ୍ରଭାବରେ ବାଧା କରିଥାଏ। ଏହା ଦ୍ବାରା ଶରୀରରେ ଦୁର୍ବଳତା ଏବଂ ଥକପଣର ଅନୁଭୂତ ହୋଇଥାଏ। ଏଣୁ ନିଦ ଔଷଧ ଖାଇବା ପୂର୍ବରୁ ସର୍ବଦା ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।