Below header

ଭିଡିଓରେ ନଜର ଆସିଲା ଦୁନିଆର ସବୁଠାରୁ ଛୋଟ ସୁନା ସ୍ମଗଲର, କିନ୍ତୁ ଚୋରକୁ ଧରିବାରେ ପୋଲିସ ବିଫଳ

ଆପଣ ଆଜିକାଲି ଅନେକ ଚୋରି ହେଉଥିବା ଘଟଣା ନିଶ୍ଚିତ ଦେଖିଥିବେ କିମ୍ବା ଶୁଣିଥିବେ। ଅନେକ ଥର ସିସିଟିଭି ଫୁଟେଜ ଆଧାରରେ ଅନେକ ଥର ଚୋର ମଧ୍ୟ ଧରାପଡିଥାଏ। ଏହାଛଡା ବହୁତ ଚୋରି ଘଟଣାରେ ଚୋର ଧରାପଡିନଥାଏ। ଅନେକ ବର୍ଷ କେସ୍ ଚାଲିବା ପରେ ମଧ୍ୟ ଅଭିଯୁକ୍ତକୁ ପୋଲିସ ଧରିପାରେ ନାହିଁ। କିନ୍ତୁ ଆମେ ଯେଉଁ ଚୋରି ଘଟଣା ବିଷୟରେ ଜଣାଇବୁ, ସେମିତି ଚୋରି ପୂର୍ବରୁ ହୁଏତ ଆପଣ ଦେଖିନଥିବେ। ଆଉ ଚୋର ଏମିତି ଚାଲାକ ଯେ ସ୍ବପ୍ନରେ କେବେ ବି ଆପଣ ଭାବିନଥିବେ।

ଆଇପିଏସ୍ ଅଫିସର ଦୀପାଂଶୁ କାବରା ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଏକ ସୁନା ଚେନ ଚୋରି ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଚୋରି କରୁଥିବା ଚୋରକୁ ଏଥିରେ ଦେଖିଲେ ନିଜ ଆଖିକୁ ବିଶ୍ବାସ କରିପାରିବେ ନାହିଁ। ଆପଣ ଭାବୁଥିବେ କିଏ ଚୋରି କରୁଛି। ଭିଡିଓ ଦେଖିବା ପରେ ମଧ୍ୟ ବୁଝିପାରୁନଥିବେ। ଏହି ଭିଡିଓକୁ ଦେଖିବା ପରେ ମଧ୍ୟ ଆପଣ ଚୋରକୁ ଧରିବା ଅସମ୍ଭବ।

ଦେଶରେ ସ୍ମଗଲିଂ ରୋକିବା ପାଇଁ ଅନେକ ଆଇନକାନୁନ ରହିଛି। କିନ୍ତୁ ଏହି ସ୍ମଗଲିଂର ଫୁଟେଜ ଦେଖିବା ପରେ ମଧ୍ୟ ପୋଲିସ ଚୋରକୁ କେବେ ବି ଧରିପାରିବ ନାହିଁ। ଭିଡିଓରେ ଏକ ସୁନା ଚେନକୁ ପିମ୍ପୁଡି ଦଳ ଚୋରି କରିନେଉଥିବା ଦେଖିବାକୁ ମିଳିଛି। ଏମାନେ ଦୁନିଆର ସବୁଠରୁ ଛୋଟ ସ୍ମଗଲର ଭାବେ ପରିଚିତ ହୋଇଛନ୍ତି।

ଏହି ଭିଡିଓକୁ ଟ୍ବିଟର ଆକାଉଣ୍ଟରେ ୧୫ ସେକେଣ୍ଡର ଏକ ଭିଡିଓ ସେୟାର ହୋଇଛି। ଏହି ଭିଡିଓରେ କିଛି ପିମ୍ପୁଡି ଏକ ସୁନା ଚେନକୁ ଚୋରି କରିନେଉଛନ୍ତି। ଏହି ଭିଡିଓକୁ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.