ସାବିତ୍ରୀ ଅମାବାସ୍ୟା ଦିନ ହିଁ ଲାଗୁଛି ସୂର୍ଯ୍ୟ ପରାଗ, ଜାଣନ୍ତୁ ସଧବାମାନେ କେତେବେଳେ କରିବେ ପୂଜା

ଜ୍ୟେଷ୍ଠ ଅମାବାସ୍ୟା ତିଥି ଏକ ଶୁଭ ଦିନ। କାରଣ ଏହି ଦିନ ପଡ଼ୁଛି ସାବିତ୍ରୀ ବ୍ରତ। ଚଳିତବର୍ଷ ଜୁନ ୧୦ ତାରିଖରେ ପଡୁଛି ସଧବା ନାରୀଙ୍କ ପର୍ବ ସାବିତ୍ରୀ। ସ୍ୱାମୀମାନଙ୍କ ଶୁଭ ମନାସୀ ସ୍ତ୍ରୀ ମାନେ ଏହି ଦିନ ବ୍ରତ ରଖିଥାନ୍ତି। କିନ୍ତୁ ଚଳିତ ବର୍ଷ ଏହି ଦିନ ହିଁ ସୂର୍ଯ୍ୟ ପରାଗ ପଡୁଛି। ତେବେ ଆସନ୍ତୁ ଜାଣିବା ପରାଗ ଦିନ ମହିଳାମାନେ କେଉଁ ଶୁଭ ମୁହୂର୍ତ୍ତରେ ବ୍ରତ ପାଳନ କରିବେ।

ସୂର୍ଯ୍ୟପରାଗ:
ସୂର୍ଯ୍ୟ ପରାଗ ୧୦ ଜୁନ ଅପରାହ୍ନ ୧:୪୨ ରେ ଆରମ୍ଭ ହେବ ଓ ସନ୍ଧ୍ୟା ୬:୪୧ ରେ ସମାପ୍ତ ହେବ।

ଶାସ୍ତ୍ର ମୁତାବକ, ପରାଗର ୧୨ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଏ। ଏଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ଓ ପୂଜା ପାଠ କରିବା ମନା। କିନ୍ତୁ ଏହି ନିୟମ କେବଳ ପୂର୍ଣ୍ଣ ସୂର୍ଯ୍ୟ ପରାଗରେ ଲାଗୁ ନୁହେଁ। ମାତ୍ର ଏଥରକ ଭାରତରେ ଆଂଶିକ ପରାଗ ଦୃଶ୍ୟମାନ ହେବ। ଏଣୁ ମହିଳାମାନେ ଯେ କୌଣସି ସମୟରେ ପୂଜା କରିପାରିବେ।

ସାବିତ୍ରୀ ବ୍ରତ ଶୁଭ ମୁହୂର୍ତ୍ତ:
ବ୍ରତ ତିଥି: ୧୦ ଜୁନ ୨୦୨୧, ଗୁରୁବାର
ଅମାବାସ୍ୟା ଆରମ୍ଭ: ୯ ଜୁନ ୨୦୨୧ ଅପରାହ୍ନ ୧:୫୭
ଅମାବାସ୍ୟା ଶେଷ: ୧୦ ଜୁନ ୨୦୨୧ ସନ୍ଧ୍ୟା ୪:୨୦
ବ୍ରତ ପାରଣ: ୧୧ ଜୁନ ୨୦୨୧, ଶୁକ୍ରବାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.