ଦୀର୍ଘ ୬୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ରେଳରେ ନଥିଲା ଶୌଚାଳୟ ସୁବିଧା, ଜାଣନ୍ତୁ ଏମିତି ଆଉ କିଛି ଅଜଣା କଥା

ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରିଥାଉ । ଏହା ସହ ଟ୍ରେନରେ ଆମକୁ ଅନ୍ୟାନ ସୁବିଧା ବି ମିଳିଥାଏ । କିନ୍ତୁ କେବେ ଆପଣ ଭାବିଛନ୍ତିକି ଏହି ସୁବିଧା କେବେ ଠାରୁ ଓ କାହିଁକି ମିଳିବା ଆରମ୍ଭ ହୋଇଥିଲା ? କିମ୍ବା ପ୍ରତିଦିନ ଟ୍ରେନରେ କେତେ ଜଣ ଯାତ୍ରୀ ଯିବାଆସିବା କରିଥାନ୍ତି । ତେବେ ଆସନ୍ତୁ ଆଜି ଭାରତୀୟ ରେଳ ବାବଦରେ କେତେ ଗୁଡିଏ ରୋଚକ ତଥ୍ୟ ଜାଣିରଖିବା । ଭାରତରେ ପ୍ରଥମ ଟ୍ରେନ ମୁମ୍ବାଇରୁ ଥାଣେ ପର୍ଯ୍ୟନ୍ତ ୧୮୫୩ ମସିହା ଏପ୍ରିଲ ୧୬
ତାରିଖରେ ଚାଲିଥିଲା । ୧୪ ବଗି ବିଶିଷ୍ଟ ଏହି ଟ୍ରେନକୁ ତିନୋଟି ଇଂଜିନ ଟାଣୁଥିଲେ ଯାହାର ନାଁ ଥିଲା ସୁଲତାନ ସିଂହ ଓ ସାହେବ ।

ଟ୍ରେନ ସୁବିଧା ଆରମ୍ଭ ହେବାର ଦୀର୍ଘ ୬୦ ବର୍ଷ ପର୍ଯ୍ୟନ୍ତ ରେଳରେ ଶୌଚାଳୟ ସୁବିଧା ନଥିଲା । ୧୯୦୯ ମସିହାରେ ଅଖିଳ ଚନ୍ଦ୍ରସେନ ନାମକ ଜଣେ ବ୍ୟକ୍ତି ନିଜର ଏହି ସମସ୍ୟାକୁ ଚିଠି ଲେଖି ରେଳ ବିଭାଗ ନିକଟକୁ ପଠାଇଥିଲେ । ଯାହା ପରେ ବ୍ରିଟିଶ ସରକାର ଟ୍ରେନରେ ଶୌଚାଳୟ ସୁବିଧା ଆରମ୍ଭ କରିଥିଲେ । ଭାରତୀୟ ରେଳର ମସ୍କଟ ଭୋଲୁର ନାଁ ହାଥୀ ରଖାଯାଇଥିଲା । ଭାରତୀୟ ରେଳରେ ନିଯୁକ୍ତ ଥିବା ଗାର୍ଡମାନେ ଆଜି ବି ଭୋଲୁ ହାଥୀର ହିଁ ପୋଷାକ ପରିଧାନ କରିଥାନ୍ତି । ଭାରତୀୟ ରେଳ ଗୋଟିଏ ଦିନରେ ଯେତିକି ଦୂରତା ଅତିକ୍ରମ କରିଥାଏ ସେହି ଦୂରତା ପୃଥିବୀ ପୃଷ୍ଠରୁ ଚନ୍ଦ୍ର ପର୍ଯ୍ୟନ୍ତର ଦୁରତାର ପାଖାପାଖି ସାଢେ ତିନି ଗୁଣା ହେବ । ଆଉ ମଧ୍ୟ ଆମ ରେଳ ନେଟୱାର୍କ ହେଉଛି ବିଶ୍ୱର ୪ର୍ଥ ବଡ଼ । ଭାରତ ପୂର୍ବରୁ ଥିବା ତିନୋଟି ଦେଶ ହେଲେ ଆମେରିକା, ଚୀନ, ରୁଷ । ଦେଶରେ ଛୋଟ ବଡ ମିଶାଇ ପ୍ରାୟ ୭ ହଜାର ୫୦୦ ରେଳ ଷ୍ଟେସନ ରହିଛି । ଏହାର ଟ୍ରାକର ପୁରା ଲମ୍ବ ପ୍ରାୟ ୬୫ ହଜାର କିଲୋମିଟର ରହିଛି । ଆଉ ଯଦି ୟାରଡ଼ସକୁ ଯୋଡ଼ାଯାଏ ତେବେ ଏହାର ଲମ୍ବ ୧
ଲକ୍ଷ ପାର କରିଯିବା ।

ବର୍ତ୍ତମାନ ସମୟରେ ଏଥିରେ ପ୍ରାୟ ୧୬ ଲକ୍ଷରୁ ଅଧିକ ଲୋକ କାମ କରୁଛନ୍ତି । ଯାହାକି ବିଶ୍ୱରେ ନବମ ଓ ଭାରତର ସବୁଠୁ ବଡ ଏମ୍ପ୍ଲୋୟର । ଏଥିରେ ପ୍ରତିଦିନ ପ୍ରାୟ ଅଢେଇ କୋଟିରୁ ଅଧିକ ଲୋକ ଯିବା ଆସିବା କରିଥାନ୍ତି । ଯାହାକି ଅଷ୍ଟ୍ରେଲିଆ ଜନସଂଖ୍ୟା ସହିତ ସମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.