ୟୁକ୍ରେନରେ ରୁହନ୍ତି ପୃଥିବୀର ସବୁଠୁ ଅଧିକ ସୁନ୍ଦରୀ

ଗତ କିଛି ଦିନ ହେବ ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗି ରହିଛି । ଦୁଇ ଦେଶର ଅବସ୍ଥା କାହାକୁ ବି ଅଛପା ନାହିଁ । ସେଠାକାର ବାସିନ୍ଦା ମାନେ ଜୀବନ ବିକଳରେ ସେଠାରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ କିଛି ଦିନ ତଳେ ୟୁକ୍ରେନ ଯେ ଖାଲି ସୁରକ୍ଷିତ ଦେଶ ମାନଙ୍କ ଭିତରୁ ଗୋଟେ ନଥିଲା ଏଠି ଟୁରିଷ୍ଟ ମାନଙ୍କ ଭିଡ ବି ଲାଗି ରହୁଥିଲା । ଗୋଟେ ପଟରେ ରୁଷ ବାବଦରେ ଅନେକ ଲୋକ ଜାଣିଥିବା ବେଳେ ୟୁକ୍ରେନ ବାବଦରେ କିନ୍ତୁ ସେତେଟା ଜଣାନଥିଲା । ଜାଣି ବି ନଥିବେ ୟୁକ୍ରେନରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ ମନୋହର । ତେବେ ଆସନ୍ତୁ ୟୁକ୍ରେନ ବାବଦରେ କିଛି ଅଜଣା ଅଶୁଣା କଥା ଜାଣି ରଖିବା ।

ସୋଭିଏତ ସଂଘରେ ମିଶିଥିଲା ୟୁକ୍ରେନ:

ପୂର୍ବରୁ ୟୁକ୍ରେନ ସୋଭିଏତ ସଂଘର ଅଂଶୀଦାର ଥିଲା । କିନ୍ତୁ ୧୯୯୦ ରେ ଏହା ସୋଭିଏତ ସଂଘରୁ ଅଲଗା ହୋଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା । ଏହି ଦେଶଯେ କେବଳ ସବୁଠାରୁ ଭିନ୍ନ ତାହା ନୁହେଁ ଅନ୍ୟ ଦେଶ ମାନଙ୍କ ତୁଳନାରେ ବି ଏହାର ସ୍ଥିତି ଉନ୍ନତ ରହିଛି ।

କେମିତି ରୋଜଗାର କରନ୍ତି ଏଠିକା ବାସିନ୍ଦା:

ଯେଉଁ ପରି ଭାବରେ ଭାରତୀୟ ମାନେ କୃଷିକୁ ହିଁ ନିଜ ବୃତ୍ତି ଭାବରେ ଆପଣାଇଥାନ୍ତି । ଠିକ ସେହିପରି ୟୁକ୍ରେନ ବାସି ବି
କୃଷିକୁ ହିଁ ପ୍ରଧାନ ବୃତ୍ତି ଭାବରେ ଆପଣାଇଥାନ୍ତି । ଖୁବ ଖୁସିରେ ଏମାନେ ଏହି କାମ କରିଥାନ୍ତି । ଖାଲି ସେତିକି ନୁହେଁ କୃଷି କ୍ଷେତ୍ରରେ ବିଶ୍ୱରେ ଏହା ତିନି ନମ୍ବର ସ୍ଥାନରେ ରହିଛି ।

Harvest - Photos - The Big Picture - Boston.com

image credit: Boston.com

ୟୁରୋପର ସବୁଠାରୁ ବଡ ଦେଶ ୟୁକ୍ରେନ:

ଏହା ହେଉଛି ୟୁରୋପ ମହାଦେଶର ସବୁଠାରୁ ବଡ ରାଷ୍ଟ୍ର । ସହରର ୩୦ ପ୍ରତିଶତ ଲୋକ ବାସ କରୁଥିବା ବେଳେ ଗାଁ ରେ ୭୦ ପ୍ରତିଶତ ଲୋକ ବାସ କରନ୍ତି । କ୍ଷେତ୍ରଫଳ ତୁଳନାରେ ଏଠି ଖୁବ କମ ଲୋକ ବସବାସ କରନ୍ତି ।

ଏଠି ରୁହନ୍ତି ସୁନ୍ଦର ସୁନ୍ଦର ଯୁବତୀ:

ୟୁକ୍ରେନର ଯୁବତୀ ମାନଙ୍କୁ ସଜବାଜର ବିଶେଷ ସଉକ ରହିଛି । ଆଉ ମଧ୍ୟ ଏଠିକା ଝିଅ ମାନେ ଖୁବ ସୁନ୍ଦର । ଆଉ ମଧ୍ୟ ଏଠିକା ଝିଅ ମାନଙ୍କୁ ନିଜ ଜୀବନସାଥୀ ଚୟନ କରିବାରେ ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି ।

ଓଜନଦାର ହାତ ହତିଆର ରଖନ୍ତି:

ୟୁକ୍ରେନରେ ପ୍ରଚୁର ପରିମାଣରେ ହାତହଥିୟାର ରହିଛି । ପରମାଣୁ ଅସ୍ତ୍ର ରଖିବାରେ ୩ ନମ୍ବର ସ୍ଥାନରେ ଅଛି ୟୁକ୍ରେନ ।

138 Fort Tarakanivsky Photos - Free & Royalty-Free Stock Photos from Dreamstime

image credit: dreamstime.com

ସହରରେ ଭରି ରହିଛି ଅନେକ ପ୍ରାଚୀନ କିଲ୍ଲା:

ୟୁକ୍ରେନରେ ପାଖାପାଖି ୫୦୦୦ ସଂଖ୍ୟକ ପ୍ରାଚୀନ କିଲ୍ଲା ରହିଛି । ଦେଶର କମିୟାନେଟସ ପୋଡୋଲସ୍କି ହେଉଛି ୟୁକ୍ରେନର ସବୁଠୁ ସୁନ୍ଦର ମହଲ । ଏହାକୁ ଦେଖିବା ପାଇଁ ଦୂର ଦୁରାନ୍ତରୁ ଲୋକଙ୍କ ସୁଅ ଛୁଟେ ।

କେଉଁ ଭାଷାର ପ୍ରଚଳନ ରହିଛି:

ଏଠି ୟୁକ୍ରେନିୟାନ ବ୍ୟତୀତ ରୁଷ ଭାଷାର ବି ବେଶ ପ୍ରଚଳନ ରହିଛି । ଏହି ଦୁଇ ଭାଷାରେ ଏମାନେ ବେଶ ଅଭ୍ୟସ୍ଥ ।

ଏଠି ସବୁଠୁ ଶସ୍ତା ମେଡିକାଲ ଶିକ୍ଷା:

ଏମିତି ଏକ ଘଟଣା ପରେ ସମସ୍ତଙ୍କ ମନରେ ନିହାତି ପ୍ରଶ୍ନ ଆସୁଥିବ ଭାରତରୁ ଏତେ ସଂଖ୍ୟକ ଛାତ୍ର ୟୁକ୍ରେନ ଅଭିମୁଖେ ଯାଇ କାହିଁକି ମେଡିକାଲ ଶିକ୍ଷା ନେଉଛନ୍ତି । କିନ୍ତୁ ଜାଣନ୍ତିକି ୟୁକ୍ରେନରେ ମେଡିକାଲ ଶିକ୍ଷା ଖୁବ ଶସ୍ତା । ଏହି କାରଣରୁ ମେଡିକାଲ ଶିକ୍ଷା କ୍ଷେତ୍ରରେ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ଏଠାକୁ ମେଡିକାଲ ପଢିବା ପାଇଁ ଆସନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.