ଏହି ଦେଶରେ ଲାଗୁହେଲା ନୂଆ ନିୟମ: ମହିଳା ମାନେ ମଧ୍ୟ ରଖି ପାରିବେ ଗୋଟିଏ ରୁ ଅଧିକ ସ୍ୱାମୀ, ଜାଣନ୍ତୁ କେଉଁଠି

ଆଗ କାଳରେ ରାଜା ମାନେ ଏକାଧିକ ରାଣୀ ରଖୁଥିଲେ,ସାଧାରଣ ଲୋକ ମଧ୍ୟ କିଛି ମାତ୍ରାରେ ଗ୍ରହଣ କରିଥିଲେ ସେହି ନିୟମକୁ l ଧୀରେ ଧୀରେ ଏହି ନିୟମ ବଦଳି ଗଲା l ବର୍ତମାନ ଯୁଗରେ ଏହା ନାରୀ ମାନଙ୍କ ପକ୍ଷରେ ଲାଗୁ ହେବାକୁ ଯାଉଛି l ବିଶ୍ୱର ଅନ୍ୟତମ ସାମ୍ୟବାଦ ସମ୍ବିଧାନ ରହିଥିବା ଦକ୍ଷିଣ ଆଫ୍ରିକାରେ ମହିଳା ମାନଙ୍କୁ ଏକାଧିକ ସ୍ୱାମୀଙ୍କ ସହିତ ରହିବାର ଅନୁମତି ପ୍ରଦାନ ଉପରେ ଆଲୋଚନା ହେଉଛି । ଦକ୍ଷିଣ ଆଫ୍ରିକା ଏପରି ଏକ ରାଷ୍ଟ୍ର ଯେଉଁଠାରେ ଲିଙ୍ଗଗତ ଭେଦଭାବ ଦୂର କରିବା ପାଇଁ ସମଲୀଙ୍ଗି ବିବାହକୁ ଅନୁମତି ପ୍ରଦାନ କରାଯାଇଛି । ତେବେ ଏହି ରାଷ୍ଟ୍ରରେ ଜଣେ ପୁରୁଷ ଏକାଧିକ ପତ୍ନୀ ରଖି ପାରୁଥିବା ବେଳେ ଜଣେ ମହିଳାଙ୍କୁ ଏକାଧିକ ପତି ରଖିବାର ବ୍ୟବସ୍ଥା ନାହିଁ । ଏହାକୁ ଦୃଷ୍ଟିରେ ରଖି ମହିଳାଙ୍କ ସମାନତା ଅଧିକାର ପାଇଁ ଏକାଧିକ ସ୍ୱାମୀ ରଖିବାର ସୁଯୋଗ ମିଳିବା ନେଇ ବିଲ୍ ଆସିବା ସମ୍ପର୍କରେ ଆଲୋଚନା ହେଉଛି । ଏହାକୁ ନେଇ ଦକ୍ଷିଣ ଆଫ୍ରିକାରେ ବିତର୍କ ଜାରି ରହିଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କିତ ଏକ ଗ୍ରୀନ୍ ପେପର ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।

ଦେଶରେ ରହିଥିବା ବିବାହ ଆଇନରେ ସଂଶୋଧନ ପୂର୍ବକ ଏହି ଆଇନ ପ୍ରଣୟନ ପାଇଁ ଚେଷ୍ଟା କରାଯାଉଛି । ତେବେ ସରକାରଙ୍କର ଏହି ନିୟମକୁ ଧାର୍ମିକ ଗୋଷ୍ଠୀ ପକ୍ଷରୁ କଡା ବିରୋଧ କରାଯାଇଛି । ମହିଳାଙ୍କ ବହୁପତିତ୍ୱ (ପଲିଆଣ୍ଡ୍ରି) ନିୟମକୁ ବିରୋଧ କରିଛନ୍ତି ଟିଭି ବ୍ୟକ୍ତିତ୍ୱ ମୁସା ମେଲେକୁ ଏହାକୁ କଡା ବିରୋଧ କରିଛନ୍ତି । ୪ ଥର ବିବାହ କରିଥିବା ମୁସା କହିଛନ୍ତି ଏହି ନିୟମ ଆଫ୍ରିକୀୟ ସଂସ୍କୃତି ଓ ପରମ୍ପରାକୁ ଧ୍ୱଂସ କରିଦେବ । ପିଲାମାନେ ଏହା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେବେ ବୋଲି ମୁସା ମତ ଦେଇଛନ୍ତି ।

south africa

ଏକାଧିକ ମହିଳାଙ୍କ ସହିତ ରହିବା ଗ୍ରହଣୀୟ ମାତ୍ର ପୁରୁଷ ପ୍ରାଧାନ୍ୟ ସମାଜ ପଲିଆଣ୍ଡ୍ରିକୁ ଗ୍ରହଣ କରିବାରେ ସକ୍ଷମ ହେବ ନାହିଁ ବୋଲି ଆଫ୍ରିକାନ୍ କ୍ରିଷ୍ଟିଆନ୍ ଡେମୋକ୍ରାଟିକ୍ ପାର୍ଟି ନେତା ରେଭରେଣ୍ଡ କେନେଥ୍ ମେଶୋ ପ୍ରକାଶ କରିଛନ୍ତି । ଏହି ନିୟମ କାର୍ଯ୍ୟକାରୀ ହେଲେ ପିତାର ପରିଚୟ ଜାଣିବା କଷ୍ଟସାଧ୍ୟ ହୋଇପଡିବ ବୋଲି ଇସଲାମିକ ଅଲ ଜମାହ ପାର୍ଟି ପକ୍ଷରୁ କୁହାଯାଇଛି । ତେବେ ଏହି ନିୟମ ଲାଗୁ କରିବା ପୂର୍ବରୁ ସମସ୍ତ ଧାର୍ମିକ ଗୋଷ୍ଠୀ, ରାଜନୈତିକ ଦଳ ଏବଂ ସାମାଜିକ କର୍ମୀଙ୍କ ସହିତ ଆଲୋଚନା କରାଯିବ ବୋଲି କୁହାଯାଇଛି ।

ଏହା ସହିତ ଦକ୍ଷିଣ ଆଫ୍ରିକାରେ ଗୋଟିଏ ନୀତି ରହିଛି ଲୋବୋଲା , ଯାହା ପୁରୁଷ ମାନଙ୍କ ଦ୍ୱାରା ମହିଳା ମାନଙ୍କୁ ଦିଆଯାଇଥାଏ l ଏହାକୁ ନେଇ ସେ ପ୍ରଶ୍ନ କରିଛନ୍ତି ଯେ କଣ ମହିଳା ମାନେ ପୁରୁଷ ମାନଙ୍କୁ ଲୋବୋଲା ଦେଇ ପାରିବେ l ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଏହିଭଳି ସମ୍ପର୍କ ଦ୍ୱାରା ଛୁଆ ମାନଙ୍କର କି ସମସ୍ୟା ହେବ l ସେ କହିଛନ୍ତି ପୁରୁଷ ମାନଙ୍କ ପାଇଁ ଏକାଧିକ ବିଭାହ କରିବା ଗୋଟିଏ ପ୍ରଚଳିତ ପ୍ରଥା ଅଟେ l କିନ୍ତୁ ଏହାକୁ ଯଦି ମହିଳା ମାନେ କରିବେ ତେବେ କୌଣସି ପୁରୁଷ ଏହାକୁ ସହ୍ୟ କରି ପାରିବ ନାହିଁ l କାରଣ ପୁରୁଷ ମାନଙ୍କର ସ୍ଵଭାଵ ଈର୍ଷାଳୁ ଅଟେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.