ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ବଡ ଝଟକା: ଇଂଲଣ୍ଡ ସିରିଜରୁ ବାଦ ପଡିପାରନ୍ତି ସୁବମନ ଗିଲ୍‌

କେନ୍ଯୁଜ୍: ଇଂଲଣ୍ଡ ସିରିଜରୁ ବାଦ ପଡିପାରନ୍ତି ସୁବମନ ଗିଲ୍‌ । ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ବଡ ଝଟକା । ଭାରତୀୟ ଦଳ ଓପନର ସୁବମନ ଗିଲ ଇଂଲଣ୍ଡ ଗସ୍ତରୁ ବାଦ ପଡି ପାରନ୍ତି । ଗିଲଙ୍କୁ ବଡ଼ ଆଘାତ ଲାଗିଛି । ସେ ଗୁରୁତର ଅଛନ୍ତି ।

ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ ପୂର୍ବରୁ ତାଙ୍କର ଅପରେସନ ହୋଇପାରେ । ଗିଲଙ୍କ ଆଭ୍ୟନ୍ତରୀଣ ଆଘାତ କାରଣରୁ ପୂରା ଇଂଲଣ୍ଡ ସିରିଜରୁ ବାଦ୍‌ ପଡିପାରନ୍ତି । ଗିଲଙ୍କ ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରୀ ହୋଇଛି । ତାଙ୍କ ସ୍ଥାନରେ ଅଭିମନ୍ୟୁ ଈଶ୍ୱରନଙ୍କୁ ଟିମରେ ସାମିଲ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.