ଫୋନର ବ୍ୟବହାରକୁ ଦୃଷ୍ଟିରେ ରଖି ଛାତ୍ର ତିଆରି କଲେ “The third Eye”, ଭିଡିଓ ହେଉଛି ଭାଇରାଲ

ଡିଜିଟାଲ ଯୁଗରେ ଆଜିକାଲି ସମସ୍ତେ ସ୍ମାର୍ଟଫୋନକୁ ନେଇ ବ୍ୟସ୍ତ । ଘର ହେଉ କିମ୍ବା ବାହାର ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ହ୍ୟାଣ୍ଡସେଟ ଆପଣ ନିଶ୍ଚିତ ଭାବେ ଦେଖୁଥିବେ । କିନ୍ତୁ ଫୋନର ବହୁଳ ବ୍ୟବହାର ଏବେ ଅନେକଙ୍କ ପାଇଁ କାଳ ମଧ୍ୟ ସାଜୁଛି ।

ଏଭଳି ପରିସ୍ଥିତିରେ ଅନେକ ହେୟଜ୍ଞାନ ହୋଇ ନିଜ ପ୍ରତି ଧ୍ୟାନ ଦେବାକୁ ଭୁଲିଯାନ୍ତି । ଫୋନରେ ଏତେ ମଜ୍ଜି ଯାନ୍ତି ଯେ, ସାମ୍ନା ପାଖରୁ ଆସୁଥିବା ବିପଦ ସମ୍ପର୍କରେ ଜାଣି ପାରିନଥାନ୍ତି । ଏହା କାରଣରୁ ଅନେକ ଘଟଣା ଓ ଦୁର୍ଘଟଣା ଘଟିଥାଏ । ଫୋନ ଥିଲେ ପାଖରେ ଆଖପାଖ ଜିନିଷ ଉପରେ ନଜର ପଡେନାହିଁ । ଯାହାର ପ୍ରଭାବ ବହୁତ ଖରାପ ଓ ଘାତକ ହୋଇଥାଏ । ଏହାକୁ ଧ୍ୟାନରେ ରଖି ୩ୟ ନେତ୍ର ତିଆରି ହୋଇଛି ।

325325325
pc: ruptly.tv

ଫୋନ ପାଇଁ ଅନ୍ୟମନସ୍କ କାରଣରୁ ହେଉଥିବା ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଜଣେ ବ୍ୟକ୍ତି ୩ୟ ନେତ୍ର ତିଆରି କରିଛନ୍ତି । ଏହା କେଉଁ ମନୁଷ୍ୟର ଆଖି ନୁହେଁ ବରଂ ନୂତନ ଜ୍ଞାନ କୌଶଳ ତଥା ଆଧୁନିକ ବିଦ୍ୟା ସାହାଯ୍ୟରେ ମେସିନରେ ତିଆରି ହୋଇଛି ୩ୟ ନେତ୍ର । ଦକ୍ଷିଣ କୋରିଆର ୨୮ ବର୍ଷୀୟ ଡିଜାଇନର ପେଙ୍ଗ-ମିନ-ବୁକ ଏକ ରୋବୋଟିକ ଆଖିର ନିର୍ମାଣ କରିଛନ୍ତି । ଯାହାକୁ ମୁଣ୍ଡରେ ଲଗାଇ ଯେକୌଣସି ବ୍ୟକ୍ତି ସ୍କ୍ରିନକୁ ଦେଖି ରାସ୍ତା ଚାଲିପାରିବ । ଏହାର ନାମ “The third Eye” ରଖାଯାଇଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଋଷିଆ ନ୍ୟୁଜ ଚ୍ୟାନେଲ ସମତେ ଅନ୍ୟାନ୍ୟ ଚ୍ୟାନେଲରେ ମଧ୍ୟ ଏହି ଖବର ଭାଇରାଲ ହୋଇଛି ।

ଏହି ଡିଭାଇସ ଖାସ କରି ଫୋନ ପ୍ରେମୀଙ୍କ ପାଇଁ ତିଆରି ହୋଇଛି । ଫୋନ ସମ୍ପର୍କରେ ସତର୍କ କରିବା ପାଇଁ ପେଙ୍ଗ ଏହି ଉପାୟ ଆପଣାଇଛନ୍ତି । ଏହି ଡିଭାଇସ ଲଗାଇ ଆପଣ ତଳକୁ ମୁହଁ କଲେ ଏହା ଖୋଲିଥାଏ । ଏଥିରେ କ୍ୟାମେରା ଲଗାଯାଇଛି । ଯାହା ସାହାଯ୍ୟରେ ଆପଣ ଫୋନକୁ ଦେଖି ରାସ୍ତାରେ ଚାଲିପାରିବେ । କେବଳ ଏତିକି ନୁହେଁ ବରଂ ସାମ୍ନାରେ ବିପଦ ଥିଲେ BP ସାହାଯ୍ୟରେ ଏହା ଆପଣଙ୍କୁ ସତର୍କ କରିଥାଏ । ଏହାର ଟେଷ୍ଟିଂ ରୟାଲ କଲେଜ ଅଫ ଆର୍ଟ ଆଣ୍ଡ ଇମ୍ପେରିୟଲ କଲେଜ ଲଣ୍ଡନରେ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.