ମୋବାଇଲ ଛଡ଼ାଇ ନେବାରୁ ଜୀବନ ହାରିଲେ ଛାତ୍ର, ପୋଲିସ୍ ର ତନାଘନା ଜାରି
ସ୍କୁଲ ହଷ୍ଟେଲ ଭିତରେ ମୋବାଇଲ ବ୍ୟବହାର ପାଇଁ ଅନୁମତି ନାହିଁ। ମାତ୍ର ଗତ ରାତିରେ ଛାତ୍ରଜଣକ ଏକ ମୋବାଇଲରେ କାହା ସହ କଥା ହେଉଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଏହାଦେଖି ତୁରନ୍ତ ଉକ୍ତ ଛାତ୍ରଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ଯାହାପରେ ସେ ରାଗିଯାଇ ହଷ୍ଟେଲ ପରିସର ଭିତରେ ଥିବା ଆମ୍ବ ଗଛରେ ଝୁଲି ପଡିଲେ ..
ମୋବାଇଲ ଛଡ଼ାଇ ନେବାରୁ ଭାରି ବାଧିଲା….ଏତେ ବାଧିଲା ଯେ ଛାତ୍ର ଜଣକ ଶେଷରେ ନିଜ ଜୀବନ ହାରିଦେଲେ…ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହାତରେ ମୋବାଇଲ ଥିବା ବେଳେ ସ୍କୁଲ ପ୍ରିନ୍ସିପାଲ ଛଡ଼ାଇ ନେଲେ। ତା ପରେ କି ରାଗ! ବିଚଳିତ ହୋଇ କଣ କରିବେ କିଛି ଜାଣିପାରିଲେନି .. ଶେଷରେ ହଷ୍ଟେଲରେ ଥିବା ଆମ୍ବ ଗଛରେ ଝୁଲି ପଡିଲେ .. ସୂଚନା ଅନୁସାରେ ମୃତ ଛାତ୍ର ଜଣକ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର .. ଛାତ୍ରଙ୍କ ନାମ ହେଉଛି ପାବିଲ୍ୟାସ କର୍ଜି। ସେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକ ନିକଟରେ ଥିବା ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ ।। ୬ଷ୍ଠ ଶ୍ରେଣୀରୁ ସେ ଗଜପତିରୁ ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ।
ସୂଚନା ଅନୁସାରେ ସ୍କୁଲ ହଷ୍ଟେଲ ଭିତରେ ମୋବାଇଲ ବ୍ୟବହାର ପାଇଁ ଅନୁମତି ନାହିଁ। ମାତ୍ର ଗତ ରାତିରେ ଛାତ୍ରଜଣକ ଏକ ମୋବାଇଲରେ କାହା ସହ କଥା ହେଉଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଏହାଦେଖି ତୁରନ୍ତ ଉକ୍ତ ଛାତ୍ରଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ଯାହାପରେ ସେ ରାଗିଯାଇ ହଷ୍ଟେଲ ପରିସର ଭିତରେ ଥିବା ଆମ୍ବ ଗଛରେ ଝୁଲି ପଡିଲେ ..ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ପ୍ରଥମେ ଆମ୍ବ ଗଛରେ ଝୁଲୁଥିବା ଦେଖି ସ୍କୁଲ ଅଧକ୍ଷ ପୋଲିସ କୁ ଖବର ଦେଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିବାବେଳେ ମୋବାଇଲ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ। ଘଟଣା ସ୍ଥଳରେ ମୃତ ଦେହ ପୋଲିସ ଜବତ କରିଛି। ଖୋର୍ଦ୍ଧା ତହସିଲଦାର ବିଭାସ ପାଣିଗ୍ରାହୀ, ଏସ ଡି ପି ଓ ଦିଲ୍ଲୀପ ଦାସ, ଆଦର୍ଶ ଥାନା ଅଧିକାରୀ ତାରିଖ ଆହମ୍ମଦ ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ତେବେ ହଷ୍ଟେଲରେ ଫୋନ ବାରଣ ଥିବାବେଳେ ତା ଭିଅତରକୁ ଫୋନ କେମିତି ଗଲା ତାକୁ ନେଇ ପ୍ରଶ୍ନ ଉଠୁଛି .. କେବଳ ସେତିକି ନୁହେଁ, ମୋବାଇଲ ଜବତ ବେଳେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ର ପ୍ରତି କେମିତି ବ୍ୟବହାର କରିଥିଲେ ଧମକ ଦେଇଥିଲେ କି ତାହା ଉପରେ ତଦନ୍ତ ଚାଲିଛି ।