ବାଷ୍ପିଭୂତ ସମୁଦ୍ର ପାଣିକୁ କ୍ୟାମେରାରେ କଏଦ୍‌ କଲେ ଋଷ ଫିଲ୍ମ ମେକର ଏଡୁଆର୍ଡ, ଇଣ୍ଟରନେଟରେ ଏହି ଦୃଶ୍ୟ ହେଉଛି ଖୁବ ଭାଇରାଲ

ଦୁନିଆର ଏକ ଦୁର୍ଲଭ ଦୃଶ୍ୟ ସାମ୍ନାକୁ ଆସିଛି। ଯାହା କଏଦ୍‌ ହୋଇଛି ଡ୍ରୋନ କ୍ୟାମେରାରେ। ଯେଉଁଥିରେ ପାଣି ଜମିଗଲା ପରେ ଏମିତି ଲାଗୁଛି ଯେ ଯେପରି ସମୁଦ୍ରର ପାଣି ଫୁଟୁଛି। ଆଶ୍ଚର୍ଯ୍ୟକାରୀ କଥା ହେଉଛି ଏଠାରେ ସବୁକିଛି ମାଇନସ୍‌ ୨୦ଡିଗ୍ରୀ ସେଲସିୟସ୍‌ରେ ନଜର ଆସୁଛି।

ଖବର ଅନୁଯାୟୀ ଏହି ଭାଇରାଲ ଭିଡ଼ିଓ ପୂର୍ବ ଋଷର ଫିଲ୍ମ ମେକର ଏଡୁଆର୍ଡ ଓଲିଗୋବିଚ (Eduard Olegovich) ନିଜ କ୍ୟାମେରାରେ କଏଦ କରିଥିଲେ।

ଏହି ଫୁଟେଜ ଋଷର ସବୁଠୁ ବଡ଼ ଆର୍ୟଲ୍ୟାଣ୍ଡ ନିକଟ କୋର୍ସାକୋବ ସହର ପାଖରୁ ଉଠାଇଛନ୍ତି। ୩୩ ବର୍ଷୀୟ ଏଡୁଆର୍ଡ ନୂଆବର୍ଷରେ ଏହି ଭିଡ଼ିଓକୁ କ୍ୟାପଚର କରିଥିଲେ । ସେହି ସମୟରେ ଏହି ସ୍ଥାନର ତାପମାତ୍ରା ମାଇନସ୍‌ ୨୦ ଡିଗ୍ରୀ ସେଲସିୟସ ହୋଇଯାଇଥିଲା।

ଏହି ପ୍ରଭାବ ସେତେବେଳେ ପଡ଼ିଥାଏ ଯେତେବେଳେ ପବନର ତାପମାତ୍ରା କମିଯାଏ । କିନ୍ତୁ ସାମୁଦ୍ରିକ ପବନ ତୁଳନାରେ ଏହା ଗରମ ରହିଥାଏ। ତେଣୁ ସମୁଦ୍ରର ଉପର ସ୍ତରରେ ଧୂଆଁ ଭଳି ଆସ୍ତରଣ ଦେଖାଯାଏ। ଏଥିରେ ଅପ୍ଟିକାଲ ଇଲ୍ୟୁଜନ ମାନେ ଜମା ହୋଇଥିବା ପବନ ସମୁଦ୍ର ପାଣି ସଂସ୍ପର୍ଶରେ ଆସି ବାଷ୍ପ ଅବସ୍ଥାରେ ପରିଣତ ହୁଏ। ପରେ ଏହା ଧୂଆଁ ଆକାରରେ ଉପରେ ଉଡ଼ିବୁଲେ।

ଏଡୁଆର୍ଡଙ୍କ କହିବା ଅନୁଯାୟୀ ସେ ୧୦ ବର୍ଷରୁ ଅଧିକ ବର୍ଷ ହେଲାଣି ଡ୍ରୋନ ଫୁଟେଜ ସହ ବିଭିନ୍ନ ପ୍ରକାର ଏଡିଟିଂ କରୁଥିଲେ । କିନ୍ତୁ ସାଇବେରିଆରେ ପ୍ରାକୃତିକ ଦୃଶ୍ୟକୁ ନେଇ କିଛି ଭିନ୍ନ ଏକ୍ସପେରିମେଣ୍ଟ କରିବା ପାଇଁ ଚାହୁଁଥିଲେ। ଯେଉଁଥିରେ ତାଙ୍କୁ ସଫଳତା ମିଳିଛି।