ଛୋଟ ବେଳରୁ ପ୍ରତିଦିନ ବିଷ ଖାଇ ରାଜଗାଦି ସମ୍ଭାଳିଥିଲେ ଏହି ବାଦଶାହ, ଯାହାଙ୍କ ଶରୀରରେ ମାଛି ବସିଲେ ମଧ୍ୟ ବିଷାକ୍ତ ହୋଇ ମରିଯାଉଥିଲା

ସମଗ୍ର ଦୁନିଆରେ ବିଭିନ୍ନ ପ୍ରକାର ଲୋକ ରହିଛନ୍ତି। କିଏ ବୁଲିବାକୁ ଭଲପାଏ, ତ କିଏ ପଢିବାକୁ ଆଉ କିଏ ଖାଇବାକୁ। ବିଭିନ୍ନ ଲୋକର ଭିନ୍ନ ଭିନ୍ନ ସଉକ ରହିଥାଏ। ଆପଣ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବେ ନିଶ୍ଚିତ। କିନ୍ତୁ ପ୍ରତିଦିନ ଜଣେ ୩୫ କିଲୋଗ୍ରାମର ଖାଇବା କ’ଣ ସମ୍ଭବ। ଆପଣ ଭାବୁଥିବେ କି, କେବଳ ମଲ୍ଲଯୋଦ୍ଧା ହିଁ ଏତିକି ଖାଦ୍ୟ ଖାଇପାରିବ। କିନ୍ତୁ ପ୍ରତିଦିନ ୩୫ କେଜି ଖାଦ୍ୟ ଖାଇବା କେବେ ବି ସମ୍ଭବ ନୁହେଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବାଦଶାହାଙ୍କ ବିଷୟରେ କହିବୁ, ଯିଏକି ୩୫ କେଜିର ଖାଦ୍ୟ ବହୁତ ସହଜରେ ୩୫ କେଜିର ଖାଦ୍ୟ ଖାଇବା ସହ ତାକୁ ହଜମ ମଧ୍ୟ କରିଦେଉଥିଲେ। କେବଳ ଖାଦ୍ୟ ନୁହେଁ ଏହି ବାଦଶାହା ପ୍ରତିଦିନ ବିଷ ମଧ୍ୟ ସେବନ କରିଥାନ୍ତି।

gujurat

ଏହି ବାଦଶାହଙ୍କ ନାମ ମହମୁଦ ବେଗଡା, ଯିଏକି ଗୁଜରାଟର ଷଷ୍ଠ ସୁଲତାନ ଥିଲେ। ସେ ମାତ୍ର ୧୩ ବର୍ଷ ବୟସରେ ରାଜଗାଦିରେ ବସିଥିଲେ ଏବଂ ୫୨ ବର୍ଷ ପର୍ଯ୍ୟନ୍ତ ସଫଳତାରେ ରାଜଶାସନ ଚଳାଇଥିଲେ। ତାଙ୍କୁ ସେହି ବଂଶରୁ ସବୁଠାରୁ ପ୍ରତାପୀ ଶାସକ ବୋଲି ମଧ୍ୟ କୁହାଯାଏ।

khadya

ମହମୁଦ ବେଗଡାଙ୍କ ନାମ ପ୍ରଥମେ ମହମୁଦ ଶାହା ରହିଥିଲା। ତାଙ୍କୁ ‘ବେଗଡା’ ଉପାଧି ମିଳିବା ପରେ ତାଙ୍କ ନାମ ପରିବର୍ତ୍ତନ ହୋଇଥିଲା। ମହମୁଦ ‘ଗିରନାର’ ଜୁନାଗଡ ଏବଂ ଚମ୍ପାନେର ଦୁର୍ଗ ବିଜୟ କରିବା ପରେ ଏହି ଉପାଧି ତାଙ୍କୁ ମିଳିଥିଲା। କୁହାଯାଏ ଏହି ଦୁର୍ଗରେ ବେଗଡାଙ୍କ ଅଧିକାର ହେବା ପରେ ରାଜା ଇସଲାମ ଧର୍ମ ସ୍ୱୀକାର କରିଥିଲେ, ଯାହା ପରେ ତାଙ୍କ ସେନାକୁ ସୁଲତାନ ସେନାରେ ସାମିଲ କରିଥିଲେ।

begada 1

ମହମୁଦ ବେଗଡାଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱର ଚର୍ଚ୍ଚା ଆଜିଯାଏଁ ମଧ୍ୟ ଖୁବ୍‌ ଚର୍ଚ୍ଚାରେ। କୁହାଯାଏ, ତାଙ୍କ ଦାଢି ଏତେ ବଡ ଥିଲା ଯେ, ରୁମ ପର୍ଯ୍ୟନ୍ତ ପହଞ୍ଚିଯାଉଥିଲା। ଏହାଛଡା ତାଙ୍କ ନିଶ ମଧ୍ୟ ବହୁତ ଲମ୍ବା ଥିଲା। ଯାହାକୁ ସେ ନିଜ ମୁଣ୍ଡ ଉପରେ ବାନ୍ଧିଦେଉଥିଲେ।

posion

ସବୁଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଖାଦ୍ୟପେୟ ରହିଥିଲା। ଦିନକୁ ପାଖାପାଖି ୩୫ କିଲୋ ଖାଦ୍ୟ ଖାଇ ସମସ୍ତଙ୍କୁ ଚକିତ କରିଦେଉଥିଲେ। କେବଳ ଏତିକି ନୁହେଁ, ସେ ସକାଳୁ ଜଳଖିଆରେ ଏକ ତାଟିଆ ମହୁ, ଏକ ତାଟିଆ ଲହୁଣୀ ଏବଂ ୧୦୦ରୁ ୧୫୦ଟି କଦଳୀ ଖାଉଥିଲେ। କେବଳ ଏତିକି ନୁହେଁ, ରାତିରେ ଶୋଇବା ବେଳେ ତାଙ୍କୁ ଭୋକ ନଲାଗିବା ପାଇଁ ତାଙ୍କ ଦୁଇ କଡରେ ଖାଦ୍ୟ ରଖାଯାଉଥିଲା।

shah

କୁହାଯାଏ, ସୁଲତାନ ବେଗଡା ଛୋଟ ବେଳରୁ ହିଁ ବିଷ ପିଉଥିଲେ, ଯେଉଁଥି ପାଇଁ ପ୍ରତିଦିନ ଖାଇବା ପରେ ସେ ଅଳ୍ପ ଅଳ୍ପ ବିଷ ପିଉଥିଲେ। ଏଥିପାଇଁ ତାଙ୍କ ଶରୀରରେ ଏତେମାତ୍ରାରେ ବିଷ ଥିଲା ଯେ, ତାଙ୍କ ଶରୀରରେ ଯଦି କୌଣସି ମାଛି ବସିପଡୁଥିଲା, ତେବେ ସେ ସଙ୍ଗେ ସଙ୍ଗେ ମରିଯାଉଥିଲା। କେବଳ ଏତିକି ନୁହେଁ, ତାଙ୍କ ବ୍ୟବହୃତ କପଡା କେହି ଛୁଉଁନଥିଲେ, ତାକୁ ସିଧାସଳଖ ଭାବେ ପୋଡି ଦିଆଯାଉଥିଲା। କାହିଁକି ନା, ସେହି ଡ୍ରେସ ସୁଲତାନ ପିନ୍ଧିବା ପରେ ବିଷମୟ ହୋଇଯାଉଥିଲା ବୋଲି ଜନବାଣୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.