୧୩୦୦ ବର୍ଷ ହେବ ଏଠାକାର ଲୋକେ ମାଟି ଉପରେ ଗୋଡ଼ ରଖି ନାହାନ୍ତି, ଜାଣନ୍ତୁ କେଉଁଠାରେ ରହିଛି ଏଭଳି ପରମ୍ପରା

ଚୀନର ଦକ୍ଷିଣ-ପୂର୍ବ ଅଞ୍ଚଳରେ ପାଖାପାଖି ୭୦୦୦ ମତ୍ସ୍ୟଜୀବୀ ସେମାନଙ୍କ ପରମ୍ପରା ଅନୁସାରେ ନୌକା ଘରେ ବସବାସ କରି ଆସୁଛନ୍ତି। ଏହି ଘର ସମୁଦ୍ର ଉପରେ ଭାସୁଛି। ଏଭଳି ବିଚିତ୍ର ଘରଗୁଡ଼ିକୁ ନେଇ ଏକ ବସ୍ତି ମଧ୍ୟ ରହିଛି, ଯାହାକି ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିବ। ସମୁଦ୍ର ମତ୍ସ୍ୟଜୀବୀଙ୍କ ଏହି ବସ୍ତି ଫୁଜିୟାନ ରାଜ୍ୟର ଦକ୍ଷିଣ-ପୂର୍ବରେ ଅବସ୍ଥିତ । ନିଙ୍ଗଡେ ସହର ନିକଟରେ ସମୁଦ୍ର ଉପରେ ରହିଛି ଏହି ବସ୍ତି, ଯାହାକୁ ‘ଜିପ୍ସିଜ୍ ଅଫ୍ ଦି ସି’ (Gypsies of the Sea) କୁହାଯାଉଛି।

FLOATING VILLAGE-2

କିମ୍ବଦନ୍ତୀ କୁହେ, ୭୦୦ ଖ୍ରୀଷ୍ଟାବ୍ଦରେ ଚୀନରେ ତାଙ୍କା ରାଜବଂଶର ଶାସନ ଚାଲୁଥିଲା। ସେହି ସମୟରେ ତାଙ୍କା ଜନଜାତିର ଲୋକେ ଯୁଦ୍ଧରୁ ବର୍ତ୍ତିବା ପାଇଁ ସମୁଦ୍ର ଭିତରେ ନୌକାରେ ବସବାସ କରିବାକୁ ଲାଗିଲେ। ସେବେଠାରୁ ଏହା ‘ଜିପ୍ସିଜ୍ ଅଫ୍ ଦି ସି’ ନାଁରେ ପରିଚିତ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଠାକାର ଲୋକେ ୧୩୦୦ ବର୍ଷ ହେବ ମାଟି ଉପରେ ଗୋଡ଼ ରଖି ନାହାନ୍ତି।

FLOATING VILLAGE-4

ଆଉ ମଧ୍ୟ କୁହାଯାଏ, ସେତେବେଳେ ତାଙ୍କା ଜନଜାତିର ଲୋକେ ରାଜବଂଶର ଶାସନରେ ଏତେ ଅତିଷ୍ଠ ହୋଇପଡ଼ିଥିଲେ ଯେ ସେମାନେ ସମୁଦ୍ରରେ ହିଁ ରହିବାକୁ ସ୍ଥିର କରି ନେଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଏମାନେ ନୌକାରେ ବସବାସ କରି ଆସୁଛନ୍ତି।

ଲୋକଙ୍କ ପୂରା ଜୀବନ ପାଣିରେ ଏବଂ ମାଛ ଶିକାରରେ ବିତି ଯାଉଛି। ଚୀନରେ କମ୍ୟୁନିଷ୍ଟ ଶାସନ ଆସିବା ଯାଏ ଏହି ଜନଜାତି ନା ସମୁଦ୍ର ତଟକୁ ଆସୁଥିଲେ, ନା ସମୁଦ୍ର ତଟବର୍ତ୍ତୀ ଲୋକଙ୍କ ସହ ବିବାହ ପ୍ରସ୍ତାବ ପକାଉଥିଲେ। ଏମାନଙ୍କ ବିବାହ ଏବେ ମଧ୍ୟ ସମୁଦ୍ର ଭିତରେ ନୌକାରେ ହେଉଛି।

FLOATING VILLAGE-5

ଯଦିଓ ସ୍ଥାନୀୟ ସରକାରଙ୍କ ଦ୍ବାରା ପ୍ରୋତ୍ସାହନ ମିଳିବା ପରେ ଜନଜାତି ମତ୍ସ୍ୟଜୀବୀମାନେ ସମୁଦ୍ର ତଟରେ ଆସି ରହିବାରେ ଲାଗିଛନ୍ତି, ତଥାପି ଅନେକ ନୌକାରେ ବସବାସ କରିବାକୁ ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.