ପ୍ରେମକୁ ପରିପ୍ରକାଶ କରିବାକୁ ଲାଜ କରୁଛନ୍ତି କି, ଆଜି ଟେଡି ଦେଇ ସାଥୀଙ୍କୁ କୁହନ୍ତୁ ନିଜ ମନର କଥା

ଫେବ୍ରୁଆରୀ ମାସ ସହ ଆସିଛି ପ୍ରେମର ଋତୁ। ଏହି ମାସରେ ଭାଲେଣ୍ଟାଇନ୍‌ ଡେ ବା ପ୍ରେମ ଦିବସ ପଡ଼ିଥାଏ, ଏଥିସହ ପଡ଼େ ପ୍ରେମକୁ ପରିପ୍ରକାଶ କରୁଥିବା ୬ଟି ଦିବସ। ସେଥିମଧ୍ୟରୁ ଚତୁର୍ଥ ଦିବସ ବା ଆଜି ହେଉଛି ଟେଡି ବିୟର ଡେ।

Image result for teddy day gift

ପ୍ରଥମ ଦିନରେ ଗୋଲାପ ଦେଇ ପ୍ରେମିକା ବା ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ଆପଣଙ୍କ ପସନ୍ଦ ସେ ବୋଲି ଜଣାଇସାରିବା ପରେ ଦ୍ୱିତୀୟ ଦିନ ମନ କଥା ପ୍ରପୋଜ୍‌ କରି କହିଥାନ୍ତି ଲୋକେ। ତୃତୀୟ ଦିନରେ ନିଜ ପ୍ରେମକୁ ଚକୋଲେଟ୍‌ ଦେଇ ସମ୍ପର୍କକୁ ମିଠା କରିବାକୁ ପ୍ରତିଶ୍ରୁତି ଦିଅନ୍ତି ପ୍ରେମୀ ଯୁଗଳ। ଆଉ ଉପହାର ବିନା ପ୍ରେମ ସମ୍ପୂର୍ଣ୍ଣ ହୋଇନଥାଏ କୁହାଯାଉଥିବାରୁ ଚତୁର୍ଥ ଦିନରେ ଗିଫ୍ଟ ଭାବେ ଟେଡି ବିୟର ଦେଇଥାନ୍ତି ସାଥୀ।

Image result for teddy day

ଫେବ୍ରୁଆରୀ ମାସର ୧୪ ତାରିଖକୁ ଭାଲେଣ୍ଟାଇନ୍‌ ଡେ ଭାବେ ପାଳନ କରାଯାଉଥିବା ବେଳେ ୧୦ ତାରିଖକୁ ଟେଡି ବିୟର ଡେ ଭାବେ ପାଳନ କରାଯାଏ। ଏହିଦିନ ପ୍ରେମିକମାନେ ନିଜ ପ୍ରେମିକାଙ୍କୁ ଉପହାରରେ ଟେଡି ଦେଇ ସେମାନଙ୍କୁ ନିଜ ଭଲ ପାଇବା ଦର୍ଶାଇଥାନ୍ତି। ଆପଣ ବି ଯଦି କାହାକୁ ପସନ୍ଦ କରୁଛନ୍ତି ଓ ଭାଲେଣ୍ଟାଇନ୍‌ ସପ୍ତାହରେ ତାଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ସାଥୀଙ୍କ ପ୍ରିୟ ରଙ୍ଗର ଟେଡି ଦିଅନ୍ତୁ। ଦେଖିବେ ସେ ଆପଣଙ୍କ ଉପରେ ଖୁବ୍‌ ଖୁସି ହୋଇଯିବେ।

Image result for teddy day gift

ଟେଡି ଦେବା ବେଳେ ସବୁବେଳେ ତା’ ଉପରେ କ’ଣ ଲେଖାଯାଇଛି, ତାହା ଉପରେ ଧ୍ୟାନ ଦେବେ। ଯେଉଁ ଟେଡି ଉପରେ ଆଇ ଲଭ୍‌ ୟୁ ଲେଖାଯାଇଛି କେବଳ ସେହି ଟେଡିକୁ ହିଁ ଆପଣ ପ୍ରିୟତମାଙ୍କୁ ଦିଅନ୍ତୁ। ସେ ଆପଣଙ୍କ ମନର କଥା ନିଶ୍ଚୟ ବୁଝିପାରିବେ।

Leave A Reply

Your email address will not be published.