HIV ମେଡିସିନ୍‌ ଭଲ କରୁଛି କୋରୋନା, ମାତ୍ର ୪୮ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ଥାଇଲାଣ୍ଡର ମହିଳା

ଥମିବାର ନାଁ ନେଉନି କୋରୋନା ଭାଇରସ ଆତଙ୍କ। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ ଏବେ ସମଗ୍ର ପୃଥିବୀକୁ ନିଜ କବଳରେ ରଖିଛି। ଏହି ମାରାତ୍ମକ ଭାଇରସ୍‌ ଯୋଗୁ ବର୍ତ୍ତମାନ ସାରା ପୃଥିବୀର ୧୭,୩୮୭ ଜଣ ଲୋକ ବେମାର ହୋଇସାରିଲେଣି। ସେଥିମଧ୍ୟରୁ କେବଳ ଚୀନ୍‌ରେ ୧୭,୨୦୫ ଜଣ ସଂକ୍ରମିତ ହୋଇଛନ୍ତି।

Image result for thailand-doctors-claim-coronavirus-patient-will-recover-in-48-hours

କୋରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ସାରା ପୃଥିବୀର ଡାକ୍ତର ଚିକିତ୍ସା ଉପାୟ ଖୋଜିବାକୁ ଲାଗିଲେଣି। ଇତିମଧ୍ୟରେ ଥାଇଲାଣ୍ଡର ଡାକ୍ତର ଦାବି କରିଛନ୍ତି ଯେ ସେ କେତେକ ଔଷଧକୁ ମିଶାଇ ଏକ ନୂଆ ଔଷଧ ପ୍ରସ୍ତୁତ କରିଛନ୍ତି, ଯାହା ମାତ୍ର ୪୮ ଘଣ୍ଟା ମଧ୍ୟରେ କୋରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କୁ ଠିକ୍‌ କରିପାରିବ।

coronavirus

ଥାଇଲାଣ୍ଡର ଡାକ୍ତର କ୍ରେନ୍‌ସାକ ଅଟିପର୍ଣ୍ଣଓ୍ଵାନିଚ୍‌ଙ୍କ କହିବାନୁସାରେ, ସେ କୋରୋନା ଭାଇରସ୍‌ ସଂକ୍ରମିତ ଜଣେ ୭୧ ବର୍ଷୀୟା ମହିଳାଙ୍କୁ ନିଜ ନୂଆ ଔଷଧ ଦ୍ୱାରା ସୁସ୍ଥ କରିଛନ୍ତି। ସେ ଦାବି କରିଛନ୍ତି ଯେ ଖଟରୁ ଉଠିପାରୁନଥିବା ମହିଳା ଔଷଧ ଖାଇବାର ୧୨ ଘଣ୍ଟା ମଧ୍ୟରେ ବସିବାକୁ ସକ୍ଷମ ହୋଇଥିଲେ। ମାତ୍ର ୪୮ ଘଣ୍ଟା ମଧ୍ୟରେ ମହିଳା ଜଣକ ୯୦ ପ୍ରତିଶତ ସୁସ୍ଥ ହୋଇଛନ୍ତି ବୋଲି ସେ କହିଛନ୍ତି।

Image result for thailand-doctors-claim-coronavirus-patient-will-recover-in-48-hours

ଡାକ୍ତର ଜଣକ କହିଛନ୍ତି ସେ ଆଣ୍ଟି ଫ୍ଲୁ ଡ୍ରଗ୍‌ ଓସେଲ୍ଟାମିଭିରକୁ ଏଚ୍‌ଆଇଭି ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଲୋପିନାଭିର ଓ ରିଟୋନାଭିର ସହ ମିଶାଇ ଏହି ଔଷଧ ପ୍ରସ୍ତୁତ କରିଛନ୍ତି। କୋରୋନା ଭାଇରସ୍‌ ପାଇଁ ଏହି ମେଡିସିନ୍‌ ରାମବାଣ ସଦୃଶ କାମ ଦେଉଛି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଥାଇଲାଣ୍ଡରେ ୧୯ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.