ସାମ୍ନାକୁ ଆସିଲା ସତ, ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ କରିଥିଲା ବଡ ଷଡଯନ୍ତ୍ର

ନଦୀ କୂଳରୁ ମିଳିଥିଲା ମୁଣ୍ଡ ବିହୀନ ମହିଳାଙ୍କ ଶବ। ନିଜ ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ କରିଥିଲା ବଡ ଷଡଯନ୍ତ୍ର । ସୁପାରୀ କିଲରଙ୍କୁ ଟଙ୍କା ଦେଇ କରିଥିଲା ମୃତ୍ୟୁର ସାଙ୍ଘାତିକ ଯୋଜନା ।

ଶେଷରେ ସାମ୍ନାକୁ ଆସିଲା ସତ, ଧରାପଡିଲା ଜହଲାଦ ସ୍ୱାମୀର ସବୁ କାରନାମା । ପୋଲିସ ଆଗରେ ମାନିଲା ନିଜର ସବୁ ଭୁଲ । ନିଜ ସ୍ତ୍ରୀକୁ ମାରିବା ପାଇଁ କରିଥିଲା ବଡ ଷଡଯନ୍ତ୍ର । ସୁପାରୀ କିଲରଙ୍କୁ ଟଙ୍କା ଦେଇ କରିଥିଲା ମୃତ୍ୟୁର ସାଙ୍ଘାତିକ ଯୋଜନା । ସ୍ତ୍ରୀକୁ ବୁଳାଇନେବା ବାହାନାରେ ଘରୁ ଆଣିଲା, ଶେଷରେ ଜଙ୍ଗଲ ଭିତରକୁ ନେଇ ଏକା ଛାଡିଦେଲା, ଜଙ୍ଗଲରେ ଛକି ରହିଥିଲେ ସୁପାରୀ କିଲର, ମଉକା ଦେଖିବା ମାତ୍ରେ ସ୍ତ୍ରୀର ଗଳା କାଟି ନଦୀରେ ଶବକୁ ଫିଙ୍ଗି ଦେଲେ …ଏହି ମୁଣ୍ଡବିହୀନ ଶବ ନଦୀ କୂଳରେ ଲାଖିଥିବାର ଲୋକମାନେ ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା ।ଏଭଳି ଦୁଃସାହସିକ କାଣ୍ଡ ଘଟାଇଛି ଏ ଅମଣିଷ ସ୍ୱାମୀ..ଯାହାର କଦର୍ଯ୍ୟ ସତ ସାମ୍ନାକୁ ଆସିଛି , ଭଲ ପାଇ ଦ୍ଵିତୀୟ ବିବାହ କଲା , ମନ ଭରିଗଲା ପରେ ସ୍ତ୍ରୀଙ୍କୁ ଜୀବନରୁ ମାରିଦେଲା..ଏମିତି ଘଟଣାର ଏବେ ସବୁ ସତ ସାମ୍ନାକୁ ଆସିବା ପରେ କଠୋର ଦଣ୍ଡ ଦେବାର ପୋଲିସ ବ୍ୟବସ୍ଥା କରୁଛି …

ଆମେ କହୁଛୁ ଗତ କାଲି କେଉଁଝର ଘଟଣା ସମ୍ପର୍କରେ.. ଗତ ୧୭ ତାରିଖରେ ନଦୀ କୂଳରୁ ମିଳିଥିଲା ମୁଣ୍ଡ ବିହୀନ ମହିଳାଙ୍କ ଶବ। ଶବକୁ ଦେଖିବାପାଇଁ କୂଳରେ ଅନେକ ଲୋକଙ୍କ ଭିଡ଼ ଲାଗିଥିଲା । ଏ ଶବକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଭାବୁଥିଲେ କାହାର ଏ ଶବ ? କିଏ ଏ ମହିଳା ? ଏଠାକୁ କେମିତି ଆସିଲା ? ଆଉ ସବୁଠୁ ବଡ ପ୍ରଶ୍ନ ଥିଲା କିଏ ଏମିତି ମୁଣ୍ଡ କାଟି ମହିଳାଙ୍କୁ ମାରି ଦେଇଛି ? କିନ୍ତୁ ଆଜି ଏସବୁ ପ୍ରଶ୍ନର ଉତ୍ତର ମିଳିଯାଇଛି.. ସେ ରାକ୍ଷସ ଆଉ କେହି ନୁହେଁ ଖୋଦ ମୃତ ମହିଳା ସୁନୀତା ଘଣାଙ୍କ ସ୍ୱାମୀ ସୁରେଶ ପରିଡ଼ା..ଯିଏ କି ପୋଲିସ ଆଗରେ ନିଜ ସତ ମାନିଛି , ଖାଲି ମାନିନି ସେସବୁ କେମିତି ଯୋଜନା କରିଥିଲା ତାକୁ ନେଇ ସିନ ରିକ୍ରିଏଟ ମଧ୍ୟ ହୋଇଛି … ଗୋଟି ଗୋଟି କରି ସବୁ କଥା କହିଛି ଏ ଅମଣିଷ…

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ବସନ୍ତପୁର ନିକଟ ବୈତରଣୀ ନଦୀ କୂଳ ରୁ ଉଦ୍ଧାର ହୋଇଥିବା ସୁନୀତା ଘଣା ନାମକ ଜଣେ ବିବାହିତ ମହିଳାଙ୍କ ହତ୍ୟା ଘଟଣା ର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ହେଁ ପୋଲିସ ସନ୍ଦେହ କରି ଆଜି ମୃତକ ଙ୍କ ସ୍ବାମୀ ସୁରେଶ ପରିଡ଼ା ଙ୍କୁ ଘଟଣା ସ୍ଥଳ କୁ ନେଇ ସିନ ରିକ୍ରେଶନ୍ କରିଛି। ପୋଲିସ ର ତଦନ୍ତ ଜାରି ରହିଥିବା ବେଳେ ସୁପାରୀ କିଲର୍ ଙ୍କ ଦ୍ଵାରା ହତ୍ୟା ହୋଇଥିବା ସଂଦେହ କରାଯାଉଛି। ସ୍ବାମୀ ସ୍ତ୍ରୀଙ୍କ ତିକ୍ତତା ଲାଗିରହିଥିବାରୁ ପରବର୍ତୀ ସମୟରେ ସବୁ ଦିନ ପାଇଁ ସ୍ତ୍ରୀ ସୁନୀତା ଙ୍କୁ ରାସ୍ତା ରୁ ହଟାଇଦେବାକୁ ଯୋଜନା କରି ହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଗତ ଗୁରୁବାର କେନ୍ଦୁଝର ଟାଉନ ଥାନା ପୋଲିସ ଆଗରେ ମୃତ ମହିଳାଙ୍କ ସ୍ବାମୀ ସୁରେଶ କିପରି ହତ୍ୟା କରିଥିଲା ସେସବୁ ବିଷୟରେ କହିଛି।

ପୋଲିସ ସୂଚନା ଅନୁସାରେ ଗତ କାଲି ସୁନୀତା ଘଣାଙ୍କ ଶବ କୁ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ସାରକୁଣ୍ଡା ଗ୍ରାମ ନିବାସୀ ତାଙ୍କ ଭାଇ ସୁବାସ ଘଣା ଓ ମା କୁନାରୀ ଘଣା ଚିହ୍ନିଥିଲେ । ଏହାପରେ ତାଙ୍କ ଜ୍ୱାଇଁ ଝିଅ ସୁନୀତାଙ୍କୁ ସ୍ୱାମୀ ସୁରେଶ ପରିଡା ହିଁ ହତ୍ୟା କରି ନଦୀ ରେ ଫିଙ୍ଗି ଦେଇଥିବା ପୋଲିସ କୁ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଟାଉନ ଥାନା ରେ ମାମଲା ରୁଜୁ କରି ଗତ କାଲି ଠାରୁ ସ୍ବାମୀ ସୁରେଶ ଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଶେଷରେ ସୁରେଶ ସୁନୀତା ଙ୍କୁ ହତ୍ୟା କରିଥିଲା ବୋଲି ମାନିଲା।

ଟାଉନ ଥାନା ପୋଲିସ ଆଜି ନୟାକୋଟ ଥାନା ନିକଟ ମଲଦା ନଦୀ କୂଳରେ ଥିବା ଘଟଣା ସ୍ଥଳକୁ ସୁରେଶଙ୍କୁ ନେଇ ସିନ ରିକ୍ରେସନ କରିଥିଲା। ସୁରେଶ ପୋଲିସ ଆଗରେ ହତ୍ୟା କାଣ୍ଡର ସବୁ ଦୃଶ୍ୟ ଖୋଲି କହିଥିଲା। ସୁରେଶ ଙ୍କ ବୟାନ ରେକର୍ଡ କରାଯାଇଥିଲା। ତେବେ ୫ ବର୍ଷ ହେବ ସୁନୀତା ଙ୍କୁ ସୁରେଶ ପ୍ରେମ ଜାଲ ରେ ଫସାଇ ପ୍ରେମ ବିବାହ କରିଥିଲା। ଉଭୟେ ସ୍ବାମୀ ସ୍ତ୍ରୀ କେନ୍ଦୁଝର ସହର ର କାଶିପୁର ଠାରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ଏକାଠି ରହିବା ଭିତରେ ଉଭୟେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ତିକ୍ତତା ଲାଗିରହୁଥିଲା। ସ୍ତ୍ରୀ ସୁନୀତା ଅନେକ ସମୟରେ ସୁରେଶ ଙ୍କ ସହିତ ଝଗଡ଼ା କରୁଥିଲା। ଛୋଟ ଛୋଟ କଥା ରେ ମାନସିକ ଭାବେ ନିର୍ଯାତନା ଦେଉଥିଲା।

ତେବେ ଲାଗିରହିଥିବା ତିକ୍ତତା କୁ ନେଇ ସୁରେଶ ଅତିଷ୍ଠ ହୋଇ ପଡିଥିଲା। ଏହି ଘଟଣା କୁ ନେଇ ସୁରେଶ ପୁରା ରାଗିଜିବା ପରେ ସୁନୀତା ଙ୍କୁ ସବୁ ଦିନ ପାଇଁ ରାସ୍ତା ରୁ ହଟାଇ ଦେବାକୁ ଯୋଜନା କରିଥିଲା। ତେବେ ହତ୍ୟା କିପରି କରିବ ସେ ନେଇ ୨ ମାସ ଆଗରୁ ସୁରେଶ ଯୋଜନା କରିଥିଲା। ଏହାରି ଭିତରେ ସେ ୨ ଜଣ ସୁପାରୀ କିଲର ଙ୍କ ସହିତ ଯୋଗା ଯୋଗ କରିଥିଲା। ସୂପାରୀ କିଲରଙ୍କ ସହିତ ଡିଲ ଫାଇନାଲ ହେବା ପରେ ଗତ ସେପ୍ଟେମ୍ବର ୩ ତାରିଖ ସୁନୀତା ଙ୍କୁ ଶେଷ କରିଦେବ ବୋଲି ସ୍ଥିର କରିଥିଲା। ପୂର୍ବ ଯୋଜନା ମୁତାବକ ଗତ ୩ ତାରିଖ ଦିନ ୧୧ ଟା ପାଖାପାଖି ସ୍ତ୍ରୀ ସୁନୀତା ଙ୍କୁ ଖଣ୍ଡାଧାର ଜଳପ୍ରପାତ କୁ ବୁଲିଯିବା କହି ସାଙ୍ଗ ରେ ନେଇ ଆସିଥିଲା ସୁରେଶ। କିଛି ସମୟ ବୁଲିବା ପରେ ଘରକୁ ଫେରିବାକୁ ବାହାରିଥିଲା। ତେବେ କେନ୍ଦୁଝର ଯିବା ବଦଳରେ ବସନ୍ତପୁର ରାସ୍ତାରେ ନଦୀ ପାଖରେ ରହି ଶୌଚ ହେବା ପାଇଁ ଯିବ ବୋଲି କହିଲା । ମୁଖ୍ୟ ରାସ୍ତା ରୁ ୭/୮୦୦ ମିଟର ଜଙ୍ଗଲ ରାସ୍ତା ରେ ଯାଇ ମଲଦା ନଦୀ କୂଳରେ ପହଞ୍ଚି ଥିଲା ସ୍ତ୍ରୀ ସୁନୀତାଙ୍କ ସହିତ।

ତେବେ ପୂର୍ବ ରୁ ଯୋଜନା ଅନୁସାରେ ବାହାନା କରି ନଦୀ କୂଳ କୁ ଯିବା ସମୟରେ ଜଙ୍ଗଲ ପାଖରେ ପୂର୍ବରୁ ଛକି ରହିଥିବା ୨/୩ ଜଣ ସୁପାରୀ କିଲର ସୁନୀତା ଙ୍କୁ ମାଡ଼ି ବସିବା ସହ ବେକରେ ରସି ଲଗାଇ ବେକ ଚିପି ହତ୍ୟା କରିଥିଲେ। ହତ୍ୟା କରିବା ପରେ ନଦୀ ରେ ସୁନୀତା ଙ୍କ ଶବ କୁ ଫିଙ୍ଗି ଦେଇଥିଲେ। ପରେ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲେ।

ତେବେ ହତ୍ୟା କାଣ୍ଡ ପୂର୍ବରୁ ସୁରେଶ ସେମାନନ୍କୁ ଆଡ଼ଭାନ୍ସ ୧ ଲକ୍ଷ ଟଙ୍କା ଦେଇଥିବା ବେଳେ ପରେ ବାକି ୨ ଲକ୍ଷ ଟଙ୍କା ଦେଇଥିବା ପୋଲିସ ଆଗରେ କହିଛି। ଆଜି ଟାଉନ ଥାନା ପୋଲିସ ଓ ନୟାକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିନ ରୀକ୍ରେସନ୍ କରିଥିଲେ। ତେବେ ପୋଲିସ ଘଟଣାରେ ସଂପୃକ୍ତ ଅନ୍ୟ ମାନଙ୍କୁ ଖୋଜୁଥିବା ଜଣାପଡିଛି । ସମସ୍ତ ଅଭିଯୁକ୍ତ ଧରାପଡ଼ିବା ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି କହିଛି ପୋଲିସ। ଅନ୍ୟପଟେ ଦୋଷୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ସୁନୀତାଙ୍କ ମା କୁନାରି ଘଣା।।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.