କୋଚିଂ ସେଣ୍ଟରରୁ ପୂର୍ବତନ ଛାତ୍ରଙ୍କୁ ଟାଣି ନେଇ ପିଟିଲେ ଦୁର୍ବୃତ୍ତ, ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ

ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଦତ୍ତତୋଟାରେ ଥିବା ଏକ କୋଚିଂ ସେଣ୍ଟରରେ ଏଭଳି ଘଟଣା ଘଟିଛି।ବଦନାମ ଭୟରେ ଅନୁଷ୍ଠାନ ମାଲିକ ଘଟଣାକୁ ଚାପି ରଖିଥିଲେ।ତେବେ ଭିଡିଓ ଭାଇରାଲ ହେବା ପରେ ସିଟି ଡିଏସପି ଘଟଣାର ଛାନ୍ ଭିନ୍ ଆରମ୍ଭ କରିଛନ୍ତି ।

ପୁରୀ(କେନ୍ୟୁଜ୍): ଶିକ୍ଷାନୁଷ୍ଠାନ ଭିତରେ ପଶି ଗୁଣ୍ଡାଗିରି।କୋଚିଂ ସେଣ୍ଟର ଭିତରୁ ଜଣେ ପୂର୍ବତନ ଛାତ୍ରଙ୍କୁ ଟାଣି ନେଇ ଦୁର୍ବୃତ୍ତ ପିଟୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଦତ୍ତତୋଟାରେ ଥିବା ଏକ କୋଚିଂ ସେଣ୍ଟରରେ ଏଭଳି ଘଟଣା ଘଟିଛି।ବଦନାମ ଭୟରେ ଅନୁଷ୍ଠାନ ମାଲିକ ଘଟଣାକୁ ଚାପି ରଖିଥିଲେ।ତେବେ ଭିଡିଓ ଭାଇରାଲ ହେବା ପରେ ସିଟି ଡିଏସପି ଘଟଣାର ଛାନ୍ ଭିନ୍ ଆରମ୍ଭ କରିଛନ୍ତି ।

ଗତ ଗଣେଶ ପୂଜା ଦିନ ଏହି ଘଟଣା ଘଟିଥିଲା।କୋଚିଂ ସେଣ୍ଟର ଭିତରେ ଜଣେ ଛାତ୍ରୀଙ୍କୁ ଖୋଜି ନପାଇବାରୁ ସେମାନେ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିଲେ।ପରିଚୟ ଜାଣିବା ପାଇଁ ପଚାରିବା ସହ ପ୍ରତିବାଦ କରିବାରୁ ଜଣେ ପୂର୍ବତନ ଛାତ୍ରଙ୍କୁ ଟାଣି ନେଇ ରାସ୍ତା ମଝିରେ ନିସ୍ତୁକ ପିଟିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.