ଦୁନିଆର ସବୁଠାରୁ ବିପଜ୍ଜନକ ପର୍ବ, ଯାହା ମୃତ୍ୟୁକୁ କରେ ଆମନ୍ତ୍ରଣ

ଦୁନିଆର ଅନେକ ଧର୍ମର ଲୋକମାନେ ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ଖୁସି ସେଲିବ୍ରେଟ କରିବା ପାଇଁ ପର୍ବପର୍ବାଣି ପାଳନ କରନ୍ତି, କିନ୍ତୁ ଦୁନିଆରେ ଗୋଟିଏ ଏଭଳି ପର୍ବ ଅଛି ଯାହା ମୃତ୍ୟୁକୁ ଆମନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଏହି ପର୍ବ ବିଷୟରେ ଜାଣିବା...

ଦୁନିଆର ଅନେକ ଧର୍ମର ଲୋକମାନେ ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ଖୁସି ସେଲିବ୍ରେଟ କରିବା ପାଇଁ ପର୍ବପର୍ବାଣି ପାଳନ କରନ୍ତି, କିନ୍ତୁ ଦୁନିଆରେ ଗୋଟିଏ ଏଭଳି ପର୍ବ ଅଛି ଯାହା ମୃତ୍ୟୁକୁ ଆମନ୍ତ୍ରଣ କରିଥାଏ । ପ୍ରତ୍ୟେକ ବ୍ୟକ୍ତି ପର୍ବପର୍ବାଣି ମାନଙ୍କରେ ଖୁସି ହୁଅନ୍ତି, କିନ୍ତୁ ବୋଧହୁଏ ଆମେ ଆପଣଙ୍କୁ କହିବାକୁ ଯାଉଥିବା ପର୍ବ ବିଷୟରେ ଜାଣିବା ପରେ ଆପଣ ଅତ୍ୟନ୍ତ ଦୁଃଖ ଅନୁଭବ କରିବେ । ଏହି ପର୍ବ ଲୋକମାନଙ୍କୁ ଖୁସି କରିବା ପାଇଁ ନୁହେଁ ବରଂ ମୃତ୍ୟୁକୁ ଆମନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଏହି ପର୍ବ ବିଷୟରେ ଜାଣିବା…

ଆପଣଙ୍କୁ କହି ରଖୁଛୁ ଯେ ଏଭଳି ଏକ ବିପଜ୍ଜନକ ପର୍ବ ଗ୍ରୀସରେ ପାଳନ କରାଯାଏ । ଯେଉଁଥିରେ ଏପରି ପରମ୍ପରା ଅଛି ଯେଉଁଥିରେ ବେଳେବେଳେ ଲୋକମାନଙ୍କର ମୃତ୍ୟୁ ହୋଇଯାଇଥାଏ । ଏହି ପର୍ବକୁ ରାଉକେଟୋପୋଲେମୋସ୍ ବୋଲି କୁହାଯାଏ । ଏହି ପର୍ବରେ ଦୁଇ ପକ୍ଷର ଲୋକଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ହୁଏ । ଏହି ଯୁଦ୍ଧର ପଦ୍ଧତି ବିଷୟରେ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯାଇପାରନ୍ତି ।

ଏହି ପର୍ବ ସମୟରେ, ଦୁଇ ପ୍ରତିଦ୍ୱନ୍ଦ୍ୱୀ ମଣ୍ଡଳୀ ପରସ୍ପର ମଧ୍ୟରେ ବିପଦପୂର୍ଣ୍ଣ ରକେଟ୍ ଫିଙ୍ଗିଥାନ୍ତି । ଯଦିଓ ଏହି ଯୁଦ୍ଧରେ ଛୋଟ ରକେଟ୍ ବ୍ୟବହୃତ ହୁଏ, ତଥାପି ଅନେକ ଲୋକମାନେ ଏହି ରକେଟ ଦ୍ୱାରା ଆଘାତ ଯୋଗୁଁ ମୃତ୍ୟୁବରଣ କରନ୍ତି । ଏହାକୁ ସବୁଠାରୁ ବିପଦପୂର୍ଣ୍ଣ ଏବଂ ଅଜବ ପର୍ବ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଏହି ପର୍ବରେ ଅନେକ ଲୋକ ପ୍ରାଣ ହରାଇଥାନ୍ତି, ତଥାପି ଏହି ପର୍ବ ପ୍ରତିବର୍ଷ ପାଳନ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.