ଏହି ମନ୍ଦିରର ପ୍ରସାଦକୁ ଲୁଟ୍‌ କରନ୍ତି ଆଦିବାସୀ, ୩୫୦ ବର୍ଷ ପୁରୁଣା ପରମ୍ପରା

ଦୀପାବଳି ଉପଲକ୍ଷେ ଦେଶର ପ୍ରସିିଦ୍ଧ ମନ୍ଦିର ମେଓ୍ଵାଡ଼ର କୃଷ୍ଣଧାମ ଶ୍ରୀନାଥ ଜୀଙ୍କ ମନ୍ଦିରରେ ବହୁ ସଂଖ୍ୟାରେ ଆଦିବାସୀ ପହଞ୍ଚିଥାନ୍ତି । ପରମ୍ପରା ଅନୁଯାୟୀ ସେମାନେ ମନ୍ଦିରର ଅନ୍ନକୁଟ ମହୋତ୍ସବରେ ହୋଇଥିବା ଭୋଗକୁ ଲୁଟି ନିଅନ୍ତି ।

ଦୀପାବଳିର ପର୍ବ ସମଗ୍ର ଦେଶରେ ଧୁମଧାମରେ ପାଳିତ ହୋଇ ଶେଷ ହୋଇଛି । କିନ୍ତୁ ଦୀପାବଳିର ଏତେ ଦିନ ପରେ ମଧ୍ୟ ରାଜସ୍ଥାନ ମେଓ୍ଵାଡ଼ର ପରମ୍ପରା ଅନୁସାରେ ଏଠାରେ ଦୀପାବଳି ପର୍ବ ଏବେ ବି ପାଳିତ ହେଉଥିବାର ଦେଖାଯାଇଛି । ଦୀପାବଳି ଉପଲକ୍ଷେ ଦେଶର ପ୍ରସିିଦ୍ଧ ମନ୍ଦିର ମେଓ୍ଵାଡ଼ର କୃଷ୍ଣଧାମ ଶ୍ରୀନାଥ ଜୀଙ୍କ ମନ୍ଦିରରେ ବହୁ ସଂଖ୍ୟାରେ ଆଦିବାସୀ ପହଞ୍ଚିଥାନ୍ତି । ପରମ୍ପରା ଅନୁଯାୟୀ ସେମାନେ ମନ୍ଦିରର ଅନ୍ନକୁଟ ମହୋତ୍ସବରେ ହୋଇଥିବା ଭୋଗକୁ ଲୁଟି ନିଅନ୍ତି । ଅନ୍ୟପଟେ ଉଦୟପୁର ସହରରେ ଅବସ୍ଥିତ ପ୍ରାଚୀନ ମହାଲକ୍ଷ୍ମୀ ମନ୍ଦିରରେ ୧୨୦୦ କିଲୋ ଚିନିରେ ପ୍ରସ୍ତୁତ ହୋଇଥିବା ମିଠାକୁ ପ୍ରସାଦ ଆକାରରେ ବଣ୍ଟାଯାଇଛି । ଏହି ଉଭୟ ପରମ୍ପରା ବହୁ ବର୍ଷ ଧରି ଚାଲିଆସୁଛି ।

ରାଜ ସମନ୍ଦର ନାଥଦ୍ୱାରାସ୍ଥିତ ଅନ୍ନକୁଟ ଲୁଟର ଏହି ପରମ୍ପରା ୩୫୦ ବର୍ଷ ପୁରୁଣା । ଅନ୍ନକୁଟ ଅଞ୍ଚଳର ଆଦିବାସୀମାନେ ଶହ ଶହ ସଂଖ୍ୟାରେ ମନ୍ଦିରରେ ପହଞ୍ଚି ପ୍ରସାଦ ଏବଂ ଚାଉଳ ଲୁଟି ନେଇ ନିଜ ବ୍ୟାଗରେ ରଖି ଘରକୁ ଯାଆନ୍ତି । ବିଶେଷ କଥା ହେଉଛି ଏହି ସମୟରେ କେବଳ ଆଦିବାସୀମାନଙ୍କ ପାଇଁ ହିଁ ମନ୍ଦିରର ଦ୍ୱାର ଖୋଲା ଯାଇଥାଏ । ବିଶ୍ୱାସ କରାଯାଏ ଆଦିବାସୀମାନେ ଏହି ଅନ୍ନକୁଟକୁ ଲୁଟି ନିଜ ଘରକୁ ଯାଆନ୍ତି ଏବଂ ଏହି ଅନ୍ନକୁ ଏକ ସୁରକ୍ଷିତ ସ୍ଥାନରେ ରଖନ୍ତି । ଏହା ଦ୍ୱାରା ବର୍ଷସାରା ସେମାନଙ୍କ ଘରେ ଅନ୍ନର ଅଭାବ ହୋଇନଥାଏ । ଅନ୍ନକୁଟର ମାଠିଆ, ବ୍ୟାଗ ସହିତ ଅନ୍ୟ ଉପାୟରେ ଆଦିବାସୀମାନେ ଲୁଟ କରିଥାନ୍ତି ।

ଅନ୍ୟପଟେ ଉଦୟପୁରର ପ୍ରାଚୀନ ମହାଲକ୍ଷ୍ମୀ ମନ୍ଦିରରେ ଅନ୍ନକୁଟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବରେ ୧୨୦୦ କିଲୋଗ୍ରାମ ଚିନି ଏବଂ ୩୦ କିଲୋଗ୍ରାମ ଘିଅରେ ପ୍ରସାଦ ତିଆରି କରାଯାଇଥିଲା । ଦୀପାବଳି ପୂର୍ବରୁ ପ୍ରସାଦ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଏ । ତିନି ଦିନ ପର୍ଯ୍ୟନ୍ତ ବିଶେଷ ପୂଜା ପାଠ କରାଯାଇଥାଏ ଏବଂ ଦୀପାବଳି ପରେ ଅନ୍ନକୁଟ ହୋଇଥାଏ । ମା’ଙ୍କ ପାଖରେ ଲାଗି ହୋଇଥିବା ପ୍ରସାଦ ୫ ଦିନ ପର୍ଯ୍ୟନ୍ତ ବଣ୍ଟା ଯାଇଥାଏ । ପ୍ରସାଦ ବିତରଣ ସକାଳ ୯ ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ହୋଇଥାଏ । ପ୍ରତିବର୍ଷ ଏହି ପ୍ରସାଦ ନେବା ପାଇଁ ଶହ ଶହ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ମନ୍ଦିରରେ ପହଞ୍ଚିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.