ବିରାଟଙ୍କ ୫୦ତମ ଶତକରେ ଖୁସି ହୋଇଗଲେ ଅନୁଷ୍କା ଏବଂ ସଚିନ, ପୋଷ୍ଟ କରି ଜଣାଇଲେ ଶୁଭେଚ୍ଛା
ଅନୁଷ୍କା ନିଜ ଇନଷ୍ଟା ଷ୍ଟୋରୀରେ ବିରାଟ କୋହଲିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଭଗବାନ ହେଉଛନ୍ତି ଶ୍ରେଷ୍ଠ ସ୍କ୍ରିଫ୍ଟ ରାଇଟର । ମୋତେ ଭଲପାଇବା ଠାରୁ ଆରମ୍ଭ କରି ଶକ୍ତି ଦେବା ପର୍ଯ୍ୟନ୍ତ, ଯାହା କିଛି ତୁମ ପାଖରେ ଅଛି ଆଉ ରହିବ, ନିଜ ପାଇଁ ଖେଳ ପାଇଁ ସବୁବେଳେ ବିଶ୍ୱସ୍ତ ରହିବା ପାଇଁ ତୁମକୁ ଧନ୍ୟବାଦ… ତୁମେ ସତରେ ଗଡ୍ ଚାଇଲ୍ଡ ।

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ କିଙ୍ଗ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଚିନଙ୍କ ରେକର୍ଡ ଆଜିଯାଏଁ କେହି ଭାଙ୍ଗି ପାରିନଥିଲେ । ୫୦ତମ ଶତକ ମାରି ବିରାଟ କୋହଲି ନୂଆ ରେକର୍ଡ କରିଛନ୍ତି । ଦିନିକିଆ ବିଶ୍ୱକପ ୨୦୨୩ ର ସେମିଫାଇନାଲ ମ୍ୟାଚରେ ବିରାଟ ଏଭଳି ରେକର୍ଡ କରିଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ଶତକ ମାରିବା ପରେ ବିରାଟ ପ୍ରଥମେ ପଡିଆରେ ବସି ସଚିନ ତେନ୍ଦୁଲକରଙ୍କୁ ମୁଣ୍ଡ ନୁଅାଁଇ ସମ୍ମାନ ଜଣାଇଥିବା ବେଳେ ଅନୁଷ୍କାଙ୍କୁ ଫ୍ଲାଇଂ କିସ୍ ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ତେବେ ବିରାଟଙ୍କ ରେକର୍ଡରେ ଖୁସି ହୋଇ ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମ ଷ୍ଟୋରୀରେ ସ୍ୱାମୀଙ୍କ ପ୍ରଶଂସା କରିବା ସହିତ ‘ଗଡ ଚାଇଲ୍ଡ’ ବୋଲି କହିଛନ୍ତି । ସେ ଲେଖିଛନ୍ତି, ଭଗବାନ ହେଉଛନ୍ତି ଶ୍ରେଷ୍ଠ ସ୍କ୍ରିଫ୍ଟ ରାଇଟର । ମୋତେ ଭଲପାଇବା ଠାରୁ ଆରମ୍ଭ କରି ଶକ୍ତି ଦେବା ପର୍ଯ୍ୟନ୍ତ, ଯାହା କିଛି ତୁମ ପାଖରେ ଅଛି ଆଉ ରହିବ, ନିଜ ପାଇଁ ଖେଳ ପାଇଁ ସବୁବେଳେ ବିଶ୍ୱସ୍ତ ରହିବା ପାଇଁ ତୁମକୁ ଧନ୍ୟବାଦ… ତୁମେ ସତରେ ଗଡ୍ ଚାଇଲ୍ଡ ।

ସେହିପରି ବିରାଟ କୋହଲିଙ୍କ ଶତକରେ ସଚିନ ତେନ୍ଦୁଲକର ମଧ୍ୟ ଶୁଭେଚ୍ଛା ଜଣାଇ ପୋଷ୍ଟ ସେୟାର କରିଛନ୍ତି ।
The first time I met you in the Indian dressing room, you were pranked by other teammates into touching my feet. I couldn’t stop laughing that day. But soon, you touched my heart with your passion and skill. I am so happy that that young boy has grown into a ‘Virat’ player.
— Sachin Tendulkar (@sachin_rt) November 15, 2023
ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ୧୧୩ ବଲରେ ୧୧୭ ରନ୍ କରିଥିଲେ ବିରାଟ କୋହଲି । ଏହି ମ୍ୟାଚକୁ ୭୦ ରନରେ ଜିତି ଭାରତ ବିଶ୍ୱକପ ଫାଇନାଲରେ ସ୍ଥାନ ପକ୍କା କରିଛି ।