‘ବିଗ ବି’ଙ୍କ ଟ୍ୱିଟକୁ ନେଇ ଖୁବ ଚର୍ଚ୍ଚା, ୱାର୍ଲଡ କପ୍ ଫାଇନାଲ ମ୍ୟାଚ ନ ଦେଖିବାକୁ ମିଳୁଛି ଚେତାବନୀ

ଏବେ ଅମିତାଭ ବଚ୍ଚନଙ୍କୁ କେବେ ବି ମ୍ୟାଚ ନଦେଖିବା ପାଇଁ ସୋସିଆଲ ମିଡିଆରେ ଚେତାବନୀ ଦିଆଯାଉଛି । କାରଣ ନିକଟରେ ଅମିତାଭ ନିଜ ଅଫିସିଆଲ X ଆକାଉଣ୍ଟରେ ଲେଖିଛନ୍ତି, 'ଯେତେବେଳେ ବି ସେ ମ୍ୟାଚ ଦେଖନ୍ତି ନାହିଁ ସେତେବେଳେ ଇଣ୍ଡିଆ ଜିତିଥାଏ ।'

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ। ଏବେ ତାଙ୍କୁ କେବେ ବି ମ୍ୟାଚ ନଦେଖିବା ପାଇଁ ସୋସିଆଲ ମିଡିଆରେ ଚେତାବନୀ ଦିଆଯାଉଛି । କାରଣ ନିକଟରେ ଅମିତାଭ ନିଜ ଅଫିସିଆଲ X ଆକାଉଣ୍ଟରେ ଲେଖିଛନ୍ତି, ‘ଯେତେବେଳେ ବି ସେ ମ୍ୟାଚ ଦେଖନ୍ତି ନାହିଁ ସେତେବେଳେ ଇଣ୍ଡିଆ ଜିତିଥାଏ ।’ ବୁଧବାର ଦିନ ICC ୱାର୍ଲଡ କପ୍ ସେମି-ଫାଇନାଲ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଣ୍ଡିଆ ଜିତିବାର କିଛି ମିନିଟ ପରେ ହି ବିଗ ବି ଏହି ପୋଷ୍ଟ ଲେଖି ସେୟାର କରିଛନ୍ତି ।

ଏହା ପରେ ଅମିତାଭଙ୍କ ଏହି ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ଏବେ ନେଟିଜେନ୍ସ ବିଗ ବିଙ୍କୁ ମ୍ୟାଚ ନ ଦେଖିବା ପାଇଁ ଚେତାବନୀ ଦେଉଥିବାର ଦେଖିବା ପାଇଁ ମିଳିଛି । ଆସନ୍ତା ରବିବାର ଦିନ ICC ୱାର୍ଲଡ କପ୍ ଫାଇନାଲ ମ୍ୟାଚ । ନ୍ୟୁଜିଲାଣ୍ଡକୁ ହରାଇବା ପରେ ଏବେ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି କରିଛି । ତେବେ ସମସ୍ତ ନେଟିଜେନ୍ସ ଏବେ ବିଗ ବିଙ୍କୁ ଏହି ମ୍ୟାଚ ନ ଦେଖିବା ପାଇଁ କହୁଛନ୍ତି ।

ଅମିତାଭଙ୍କ ଏହି ପୋଷ୍ଟରେ ଅନେକ କମେଣ୍ଟ ଆସୁଛି । ଯେଉଁଥିରେ ଜଣେ ୟୁଜର କମେଣ୍ଟ କରିଛନ୍ତି, ‘ସାର ଫାଇନାଲ ମ୍ୟାଚ ଦେଖନ୍ତୁନି ।’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ICC ୱାର୍ଲଡ କପ ଫାଇନାଲ ମ୍ୟାଚ ଦିନ ବିଗ ବିଙ୍କୁ ଏକ ସୁଦୂର ଦ୍ୱୀପରେ ତାଲା ପକାଇବାର ବ୍ୟବସ୍ଥା କରିବାକୁ ପଡିବ ।’

ସୂଚନାଯୋଗ୍ୟ, ଏହି ୱାର୍ଲଡ କପ ସେମି-ଫାଇନାଲ ମ୍ୟାଚ ଦେଖିବା ପାଇଁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିଅମରେ ଅନେକ ସେଲିବ୍ରିଟି ପହଞ୍ଚିଥିଲେ । ଯେଉଁଥିରେ ଅନୁଷ୍କା ଶର୍ମା, ରଣବୀର କପୁର, ଜନ ଆବ୍ରାହମ, କିଆରା ଆଡଭାନୀ, ସିଦ୍ଧାର୍ଥ ମାଲହୋତ୍ରା, ସାହିଦ କପୁର ଆଦି ସାମିଲ ଥିଲେ ।

ଏହି ୨୦୨୩ ୱାର୍ଲଡ କପ ସେମି-ଫାଇନାଲ ମ୍ୟାଚରେ ବିରାଟ କୋହଲି ୫୦ ତମ ଶତକ ସହ ସଚିନ ତେନ୍ଦୁଲକରଙ୍କ ODI ରେକର୍ଡ ଭାଙ୍ଗିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଇଣ୍ଡିଆର ଏହି ମ୍ୟାଚରେ ବିରାଟ ଏକ ଟନ ଭାଙ୍ଗି ODI କ୍ରିକେଟରେ ସର୍ବାଧିକ ସେଞ୍ଚୁରୀ ପାଇଁ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ମ୍ୟାଚରେ କୋହଲି ଆଉଟ ହେବା ପୂର୍ବରୁ ୮ଟି ଚୌକା ଏବଂ ଗୋଟେ ଛକା ମାରି ୧୦୬ ରନ କରିଥିଲେ ।

ଅନ୍ୟପଟେ ମ୍ୟାଚ ଶେଷ ହେବାର କିଛି ଘଣ୍ଟା ପରେ ଅନୁଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସ୍ୱାମୀ ବିରାଟ କୋହଲିଙ୍କୁ ନେଇ ଏକ ହୃଦୟସ୍ପର୍ଶୀ ନୋଟ ଲେଖିଥିଲେ । ସେ ବିରାଟଙ୍କୁ ‘truly God’s child’ ବୋଲି କହିଛନ୍ତି । ଏବଂ ବିରାଟଙ୍କୁ ତାଙ୍କ ସ୍ୱାମୀ ରୂପରେ ପାଇଥିବାରୁ ଭଗବାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.