Viral Video: ନଦୀରେ ୱାଟର ସ୍କିଇଙ୍ଗ କରୁଛି ୬ ମାସର ଶିଶୁ, ସୃଷ୍ଟି କଲା ନୂଆ ୱାର୍ଲଡ ରେକର୍ଡ !

ଏବେ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ କିଛି ସମୟ ଚିନ୍ତାରେ ପଡିଯିବେ। ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ୬ ମାସର ଏକ ଶିଶୁ ନଦୀରେ ୱାଟର ସ୍କିଇଙ୍ଗ କରୁଛି ଏବଂ ଏମିତି କରୁଥିବା ବେଳେ ସେ ଆଦୌ ଡରିଯାଉନି। ବରଂ ହସି ହସି ଏହାର ମଜା ନେଉଛି। ଭିଡ଼ିଓଟିକୁ ଆମେରିକାରେ ରେକର୍ଡ କରାଯାଇଛି। ତେବେ ସବୁଠୁ ବଡ଼ କଥା ହେଉଛି, ଶିଶୁଟି ସ୍କିଇଙ୍ଗ କରି ନୂଆ ୱାର୍ଲଡ ରେକର୍ଡ ବନେଇଛି।

 

View this post on Instagram

 

I went water skiing for my 6 month birthday. Apparently that’s a big deal… #worldrecord

A post shared by Rich Casey Humpherys (@richcaseyhumpherys) on

ଶିଶୁର ନାଁ ରିଚ ହମଫ୍ରିଜ, ସେ ପବେଲ ନଦୀରେ ୱାଟର ସ୍କିଇଙ୍ଗ କରୁଥିବାର ନଜର ଆସୁଛି। ଭିଡ଼ିଓକୁ ରିଚର ମାଆ କେସି ହମଫ୍ରିଜ ଓ ବାପା ମିଣ୍ଡି ହମଫ୍ରିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ସେମାନେ ରିଚର ନାଁରେ ହିଁ ଆକାଉଣ୍ଟ କରିଛନ୍ତି, ଯେଉଁଥିରେ ସେମାନେ ଭିଡ଼ିଓ ପୋଷ୍ଟ କରିଥିଲେ। ଏହାକୁ ୧୩ ସେପ୍ଟେମ୍ବରରେ ସେୟାର କରାଯାଇଥିଲା।

tt

ଶିଶୁଟିର ମାଆ, ବାପା ଭିଡ଼ିଓ ସେୟାର କରି କ୍ୟାପସନ ଲେଖିଥିଲେ ଯେ ‘ମୁଁ ନିଜ ୬ ମାସ ଜନ୍ମଦିନ ଅବସରରେ ୱାଟର ସ୍କିଇଙ୍ଗ କରିବାକୁ ଯାଇଥିଲି। ଏହା ବହୁତ ବଡ଼ କାମ। କାରଣ, ମୁଁ ୱାର୍ଲଡ ରେକର୍ଡ କରିଛି’। ତେବେ ଶିଶୁଟି ପାଣିକୁ ଯିବା ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏକ ବୋଟରେ ତା’ର ବାପା ରହି ପିଲା ଉପରେ ନଜର ରଖିଥିଲେ। ସେହିପରି ଶିଶୁ ଲାଇଫ ଜ୍ୟାକେଟ ମଧ୍ୟ ପିନ୍ଧିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.