Below header

ମୁମ୍ବାଇ : ଉଦ୍ଧାର ହେଲା କାର୍‌ ଚକରେ ଗୁଡାଇ ହୋଇଥିବା ଏକ ଅଜଗର, ଭିଡିଓ ଭାଇରାଲ୍‌

ମୁମ୍ବାଇ : ମୁମ୍ବାଇରେ ସୋମବାର ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ଏକ କାର୍‌ ଚକରେ ଗୁଡାଇ ହୋଇଥିବା ଏକ ବଡ ଅଜଗରକୁ ଉଦ୍ଧାର କରାଯାଇଛି । କାର୍‌ଟି ମହାରାଷ୍ଟ୍ର ଏକ୍ସପ୍ରେସ ହାଇେଓ୍ଵରେ ରାସ୍ତା କଡ଼ରେ ଥିବା ବେଳେ ଏହାର ଚକ ମଧ୍ୟରେ ଏକ ବଡ଼ ଅଜଗର ସାପ ଗୁଡାଇ ହୋଇ ରହିଥିବାର ଦେଖିବାକୁ ମିଳିଥିଲା ।

python

ପୋଲିସ ଟିମ୍‌ ପ୍ରଥମେ ଏହାକୁ ଦେଖିବା ପରେ ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ସାପ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ପୋଲିସ ଟିମ୍‌ ସମ୍ପୂର୍ଣ୍ଣ ଘଟଣାଟିକୁ ସୁଟିଂ କରିଥିଲେ । ଏହି ଭିଡିଓଟି ଏବେ ଭାଇରାଲ୍‌ ହେବା ପରେ ଇନ୍‌ଷ୍ଟାଗ୍ରାମରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଦେଖିଥିବାର ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.