ବିବାହକୁ ୨ ଦିନ ନ ପୂରୁଣୁ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସ୍ୱାମୀଙ୍କୁ ପୋଲିସ କଲା ଗିରଫ, ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ଦେଉଥିଲେ ହତ୍ୟା ଧମକ !

ନିଜ ବୋଲଡ ଫଟୋ ଏବଂ ଭିଡ଼ିଓ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ନିକଟରେ ନିଜ ବୟଫ୍ରେଣ୍ଡ ସାମ ବମ୍ବେଙ୍କୁ ବିବାହ କରିଥିଲେ। ଏବେ ଖବର ଆସିଛି କି, ସାମ ବମ୍ବେଙ୍କୁ ମଙ୍ଗଳବାର ଗୋଆରେ ଗିରଫ କରାଯାଇଛି। ପ୍ରକୃତ କଥା ହେଉଛି, ପୁନମ ନିଜେ ହିଁ ସ୍ୱାମୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ।

rr

ସାମ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ମାରପିଟ କରିବା ନେଇ ପୁନମ ଅଭିଯୋଗରେ ଦର୍ଶାଇଥିଲେ। ଏ ନେଇ ଦକ୍ଷିଣ ଗୋଆର ଏସପି ପଙ୍କଜ କୁମାର ସିଂ ସୂଚନା ଦେଇଛନ୍ତି। କହି ରଖୁଛୁ, ପୁନମଙ୍କ ସ୍ୱାମୀ ସାମ ବମ୍ବେ ପେସାରେ ଜଣେ ଫିଲ୍ମ ନିର୍ଦେଶକ। ସେପଟେ ପୁନମ ୨୦୧୩ରେ ଆସିଥିବା ଫିଲ୍ମ ‘ନଶା’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

Leave A Reply

Your email address will not be published.