ପବ୍‌ରେ ଏକୁଟିଆ ବସିଥିଲେ ମହିଳା, ହଠାତ୍‌ ଭୂତର ଆରମ୍ଭ ହୋଇଗଲା କାରନାମା; ଦେଖନ୍ତୁ ଭାଇରାଲ ଭିଡିଓ

କୁହାଯାଏ କି, ଦୁନିଆରେ ମଣିଷ ଅଛନ୍ତି ତ ଭୂତ ବି କେଉଁଠି ନା କେଉଁଠି ନିଜ ଜାଗା ବଜାୟ ରଖିଛନ୍ତି। ଏବେ ଇଂଲଣ୍ଡର ଏକ ପବ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହୋଇପାରେ, ଆପଣଙ୍କୁ ଭୂତର କାହାଣୀ ଉପରେ ବିଶ୍ୱାସ ନ ଥିବ, କିନ୍ତୁ ଏହି ଘଟଣା ଆପଣଙ୍କୁ ବିଶ୍ୱାସ କରିବାକୁ ବାଧ୍ୟ କରିଦେବ। ପ୍ରକୃତ କଥା ହେଉଛି, ଏଠାରେ ଏକ ପବ୍‌ର ସିସିଟିଭି ଫୁଟେଜ୍‌ରେ ଭୂତ ନଜର ଆସିଛି। ସେ ଏଭଳି କିଛି କାରନାମା କରୁଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ।

ଭୂତଙ୍କ ଉପରେ ଅନେକ ପ୍ରକାରର ଫିଲ୍ମ ବନା ହୋଇଛି। ସେମାନଙ୍କ ସହ ଜଡ଼ିତ କିଛି ଭିଡିଓ ବି ପ୍ରାୟତଃ ଭାଇରାଲ ହେବାରେ ଲାଗିଥାଏ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାହା ଇଂଲଣ୍ଡର ‘The Lansdowsne’ ନାମକ ଏକ ପବ୍‌ର। ଏହି ପବ୍‌ ଯେଉଁ ସିସିଟିଭି ଫୁଟେଜ୍‌ ଜାରି କରିଛି, ସେଥିରେ ଭୂତର ଅଜବ କାରନାମା ନଜର ଆସିଛି।

ପବ୍‌ ମ୍ୟାନେଜରଙ୍କ କହିବା ହେଲା, ଏହି ଭୂତ ପବ୍‌ର ମାଲିକାଣୀ ମିସେଜ୍‌ ଲ୍ୟାନ୍ସଡାଉନଙ୍କର। ସେ ସବୁବେଳେ ପବ୍‌କୁ ଆସି କୌଣସି ବି ଗ୍ରାହକଙ୍କ ଆଖପାଖରେ ବସି ଯାଆନ୍ତି। ତାଙ୍କର ଏଭଳି ହରକତ ଯୋଗୁ ଲୋକଙ୍କ ମଧ୍ୟରେ ଭୟ ପଶିଯାଇଛି। କିଛି ଲୋକ ଧୀରେ ଧୀରେ ପବ୍‌କୁ ଆସିବା ବି ବନ୍ଦ କରି ଦେଇଛନ୍ତି। ତେବେ ପବ୍‌ ଭିତରେ ଚୌକି ହଠାତ୍‌ ଜାଗା ପରିବର୍ତ୍ତନ କରୁଥିବା ନେଇ କେତେଜଣ ଲୋକ ଅଭିଯୋଗ କରିଥିଲେ। ଏହାପରେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଥିଲା। ତ ସେତେବେଳେ ଭୂତର ଉପସ୍ଥିତି ନେଇ ପ୍ରମାଣ ମିଳିଥିଲା। ଏହି ଭାଇରାଲ ଭିଡିଓକୁ ଏ ପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।

video courtesy: Dogtooth Media

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.