ଭାରତର ଅଜବ ରାଜ୍ୟ, ଯେଉଁଠି ରହିବା ପାଇଁ ଦେଶର ଲୋକଙ୍କୁ ହିଁ ନେବାକୁ ପଡ଼ିଥାଏ ‘ଭିସା’

ସାଧାରଣତଃ ବିଦେଶ ଯାତ୍ରା ପାଇଁ ଭିସାର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଆପଣ ଏହା ଜାଣି ଚକିତ ହେବେ ଯେ ଭାରତରେ ହିଁ ଏପରି କିଛି ରାଜ୍ୟ ରହିଛି, ଯେଉଁଠିକୁ ଯିବା ପାଇଁ ଦେଶର ଲୋକଙ୍କୁ ହିଁ ‘ଭିସା’ ନେବାକୁ ପଡ଼ିଥାଏ। ସେଠାକାର ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଆପଣ ସେହି ରାଜ୍ୟର ସୀମାକୁ ପ୍ରବେଶ କରିପାରିବେ ନାହିଁ।

ଦେଶର ଉତ୍ତର-ପୂର୍ବରେ ଥିବା ୩ଟି ସୁନ୍ଦର ରାଜ୍ୟ ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ନାଗାଲ୍ୟାଣ୍ଡରେ ଏହି ନିୟମ ପ୍ରଚଳନ ରହିଛି। ଏ ରାଜ୍ୟଗୁଡ଼ିକରେ ‘ଇନର୍‌ ଲାଇନ୍‌ ପରମିଟ୍‌’ ବିନା କୌଣସି ଭାରତୀୟ ରାଜ୍ୟ ଭିତରକୁ ଯାଇପାରିବେ ନାହିଁ। କେବଳ ସ୍ଥାନୀୟ ଅଞ୍ଚଳବାସୀ ରାଜ୍ୟର ଯେ କୌଣସି ସ୍ଥାନକୁ ଅପ୍ରତିହତ ଭାବେ ବୁଲିପାରିବେ।

phawngpui

per2

 

ଭାରତରେ ହିଁ ଭାରତୀୟ ନାଗରିକଙ୍କ ପାଇଁ ବନାଯାଇଥିବା ଇନର ଲାଇନ୍‌ ପରମିଟ୍‌ର ଏହି ନିୟମକୁ ବ୍ରିଟିଶ ସରକାର ଲାଗୁ କରିଥିଲେ, ଯାହାକି ଆଜି ପଯ୍ୟର୍ନ୍ତ ପ୍ରଚଳିତ ରହିଛି। ବେଙ୍ଗଲ, ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର୍‌ ରେଗୁଲେଶନ୍ସ, ୧୮୭୩ ଅଧୀନରେ ଏହି ନିୟମ ଏକ ସୀମିତ ଅବଧି ପାଇଁ ଲାଗୁ ହୋଇଥାଏ। ଏହା କୌଣସି ସୁରକ୍ଷିତ ତଥା ପ୍ରତିବନ୍ଧିତ ଅଞ୍ଚଳକୁ ପ୍ରବେଶ ଉପରେ ଅନୁମତି ଦେଇଥାଏ।

ଏହାସହ ପଢ଼ନ୍ତୁ: ରେକର୍ଡ: ୭୫,୦୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଲା ୧ କିଲୋ ‘ଗୋଲ୍ଡେନ୍‌ ବଟରଫ୍ଲାଇ’ ଚା’

କିଛି ବିଶେଷଜ୍ଞଙ୍କ କହିବାନୁସାରେ, ବ୍ରିଟିଶ ସରକାର ଇନର୍‌ ଲାଇନ୍‌ ପରମିଟର ଏହି ନିୟମକୁ ନିଜ ବ୍ୟବହାରିକ ଉଦ୍ଦେଶ୍ୟରେ ବନାଇଥିଲେ। ସେପଟେ କିଛି ଲୋକ ଭାବନ୍ତି, ଏହି ନିୟମ ସୀମାବର୍ତ୍ତୀ ରାଜ୍ୟର ଜନଜାତି ଏବଂ ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ଲାଗୁ କରାଯାଇଥିଲା, ଯେପରି ବାହାର ଲୋକ ସେଠାକୁ ଯାଇ ସେମାନଙ୍କ ସଂସ୍କୃତିକୁ ପ୍ରଭାବିତ ନ କରନ୍ତୁ।

arunacha

per4

ଦିଲ୍ଲୀ, କୋଲକାତା ଏବଂ ଗୌହାଟୀରେ ଏହାର ଅଫିସ୍‌ ରହିଛି। ଏଠାରୁ ଆପଣ ଇନର ଲାଇନ୍‌ ପରମିଟ୍‌ ନେଇପାରିବେ। ଦିଲ୍ଲୀରେ ମିଜେରାମ୍‌ ହାଉସ୍‌, ନାଗାଲ୍ୟାଣ୍ଡ ହାଉସ୍‌ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଏହି ଖାସ୍‌ ପରମିଟ୍‌ ବନାଯାଇଥାଏ। ଏହି ପରମିଟ୍‌ ଦୁଇ ପ୍ରକାରର ହୋଇଥାଏ। ଯଦି ଆପଣ ରାଜ୍ୟକୁ କେବଳ ବୁଲିବା ପାଇଁ ଯାଉଛନ୍ତି, ତା’ହେଲେ ଗୋଟିଏ ଥର ଆପଣଙ୍କୁ ଅଧିକରୁ ଅଧିକ ୧୫ ଦିନ ଯାଏ ସମୟ ମିଳିବ। ଯଦି ଏହାଠାରୁ ଅଧିକ ଦିନ ରହିବାକୁ ଚାହୁଁଥାଆନ୍ତି, ତେବେ ପରମିଟ୍‌କୁ ଆଉ ୧୫ଦିନ ପାଇଁ ରିନ୍ୟୁ କରିବାକୁ ହେବ। ତେବେ ସେଠାରେ ଚାକିରି ବା ରୋଜଗାର ପାଇଁ ଅଲଗା ପରମିଟ୍‌ ନେବାକୁ ହୋଇଥାଏ। ଯଦି ବିଦେଶୀ ନାଗରିକ ଏହି ରାଜ୍ୟଗୁଡ଼ିକରେ ବୁଲିବାକୁ ଚାହୁଁଥାଆନ୍ତି, ଇନର ଲାଇନ୍‌ ପରମିଟର ଆବଶ୍ୟକତା ନାହିଁ, ବରଂ ସେମାନଙ୍କ ଲାଗି ‘ପ୍ରୋଟେକ୍ଟେଡ୍‌ ଏରିଆ ପରମିଟ୍‌’ର ନିୟମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.