Below header

ବିଶିଷ୍ଟ ସେବା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୩୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପୋଲିସ ପଦକ

ମାଓ ମୁକାବିଲା କ୍ଷେତ୍ରରେ ୨୬ ଜଣ ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ସାହସିକତା ପୋଲିସ ପଦକ ପ୍ରଦାନ । ୨୦୧୮ ଫେବ୍ରୁଆରି ୮ରେ ରାଉରକେଲାରେ ପିଏଲ୍‌ଏଫ୍‌ଆଇ ପୋଲିସ ମୁହାଁମୁହିଁ ବେଳେ ୨ ଜଣ ନିହତ ହୋଇଥିଲେ । ଏହି ଘଟଣାରେ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି ପୋଲିସ ପଦକ । ସେହିଭଳି କନ୍ଧମାଳ ପୋଲିସ ଓ ମାଓବାଦୀଙ୍କ ମୁକାବିଲା ଘଟଣାରେ ସାହସ ଦେଖାଇଥିବା ୬ ଜଣଙ୍କୁ ଦିଆଯାଇଛି ପୋଲିସ ପଦକ । ୨୦୧୮ ମାର୍ଚ୍ଚ ୨୫ରେ ଆନ୍ଧ୍ର-ଓଡିଶା ସୀମାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବନିମୟରେ ୪ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସାହସ ଦେଖାଇଥିବା ୬ ଜଣଙ୍କୁ ମିଳିଛି ପୋଲିସ ପଦକ । ସେହିଭଳି ୨୦୧୯ ମେ ୧୩ରେ କନ୍ଧମାଳ ଓ ନୟାଗଡ ପୋଲିସ ମିଳିତ ଅପରେସନରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଏହି ଅପରେସନରେ ନେତୃତ୍ୱ ନେଇଥିଲେ କନ୍ଧମାନ ଏସପି ପ୍ରତୀକ ସିଂ । ଏଥିପାଇଁ ୯ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ସାହସିକତା ପୋଲିସ ପଦକ । ସେହିଭଳି ବିଶିଷ୍ଟ ସେବା ପାଇଁ ୨ ଜଣ ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୦ ଜଣଙ୍କୁ ମିଳିଛି ପୋଲିସ ପଦକ ।

ସେପଟେ ଅଗ୍ନିଶମ ବିଭାଗ ଓ ସିଭିଲ ଡିଫେନ୍ସର ୧୧ ଜଣ କର୍ମଚାରୀଙ୍କୁ ମିଳିଛି ରାଷ୍ଟ୍ରପତି ପୋଲିସ ପଦକ । ଜେଲ ବିଭାଗରେ ୩ ଜଣଙ୍କୁ ଏହି ମେଡାଲ ପାଇଛନ୍ତି ।ଚଳିତ ବର୍ଷ ପୋଲିସ ବିଭାଗରେ ଉତ୍ତମ କାର୍ଯ୍ୟ କରିଥିବା ୩୬ ଜଣ ଅଧିକାରୀଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ । ଆସନ୍ତା ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଏହି ପଦକ ପ୍ରଦାନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.