ଆୟାର୍ଲାଣ୍ଡ: ଶହେ ବର୍ଷ ପୁୁରୁଣା ପ୍ରାଚୀନ ଶିବ ଲିଙ୍ଗର ଜାଣନ୍ତୁ ବିଶେଷତ୍ୱ

ଆୟାର୍ଲାଣ୍ଡର କାଉଣ୍ଟିମୀଥରେ ତାରାହିଲ ଅବସ୍ଥିତ । ଏହି ସ୍ଥାନରେ ଏକ ପଥରକୁ ଇଟା ଘେରରେ ସ୍ଥାପିତ କରାଯାଇଛି। ସେଠାକାର ଲୋକ ଏହି ପଥରକୁ ରହସ୍ୟମୟ ପଥର ରୂପେ ମାନିଥାନ୍ତି। ଏହାକୁ ଲିଆ ଫେଇଲ ବା ଭାଗ୍ୟର ପଥର କୁହାଯାଏ। କିନ୍ତୁ ଏହା କେବେ ସ୍ଥାପିତ କରାଯାଇଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ।

ଲୋକମାନେ ଏହି ପଥରକୁ ବିଶ୍ୱାସର ସହ ପୂଜା କରନ୍ତି। ଇତିହାସକୁ ଦେଖିଲେ ଜଣାପଡେ, ୧୬୩୨ ରୁ ୧ ୬୩୬ ମଧ୍ୟରେ ଫ୍ରାନ୍ସିସି ଭିକ୍ଷୁକର ଏକ ପ୍ରାଚୀନ ଦସ୍ତାବିଜ – ଦ ମାଇନର୍ସ ଅଫ ଦ ଫୋର ମାଷ୍ଟର୍ସ ଅନୁସାରେ, ଯାଦୁ ଶକ୍ତି ସାହାଯ୍ୟରେ ନେତା ତୁଥା ଡି ଦିନେନ ଏହାକୁ ସ୍ଥାପିତ କରିଥିଲେ। ସେ ୧୮୯୭ ରୁ ୧୭୦୦ ବିସି ମଧ୍ୟରେ ଆର୍ୟଲାଣ୍ଡକୁ ଶାସନ କରୁଥିଲେ। ତାଙ୍କର ଯାଦୁ ଶକ୍ତି ବଳରେ ସେ ଏହି ପଥରକୁ ସ୍ଥାପିତ କରିଥିଲେ । ଏହିଠାରେ ରାଜାଙ୍କର ରାଜାଭିଷେକ ହେଉଥିବାର ଜଣା ପଡିଛି।

hindusimm
pc: bhaktibedanta ashrama

ତେବେ ଏହି ପଥର ଶିବଙ୍କ ମୂର୍ତ୍ତି ସଦୃଶ୍ୟ। ସାରା ଦୁନିଆରେ ଭଗବାନ ଶିବଙ୍କର ପୂଜା କରିବାର ପ୍ରଥା ରହିଥିବା ବେଳେ ଏହି ପଥରକୁ ମଧ୍ୟ ଲୋକମାନେ ପୂଜା କରୁଛନ୍ତି। ନିକଟ ଅତୀତରେ ଇସଲାମିକ ଷ୍ଟେଟ ଦ୍ୱାରା ନଷ୍ଟ କରାଯାଇଥିବା ପ୍ରାଚୀନ ସହର ପଲମାୟରା, ନୀମରୁଦ୍ଧ ଆଦି ନଗରରେ ଶିବଙ୍କର ପୂଜା ପ୍ରଚଳନର ଅବଶେଷ ରହିଥିବାର ଦେଖିବାକୁ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.