ସନ୍ଧ୍ୟାରେ ଚଟପଟା ଆଳୁ ଚାଟ୍‌ ବନାନ୍ତୁ, ଆଉ ଟେଷ୍ଟ କରନ୍ତୁ ଜବରଦସ୍ତ ସ୍ୱାଦ

ଆଳୁ ଚାଟ ତଆପଣ ଖାଇଥିବେ। କିନ୍ତୁ କଣ ଆପଣ କେବେ ଘରେ ପ୍ରସ୍ତୁତ ହୋଇଥିବା ଭଜାଳ ଆଳୁ ଚାଟ୍‌ ଖାଇଛନ୍ତି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି ଚଟାପଟ୍‌ କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୪ଟି ମିଡିୟମ୍‌ ସାଇଜର ଆଳୁ
  • ଲୁଣ – ୨ ବଡ ଚାମଚ
  • ୧ ଛୋଟ ଚାମଚ ଚାଟ୍‌ ମସଲା
  • ୧/୨ ଛୋଟ ଚାମଚ ଗୋଲମରୀଚ ପାଉଡର
  • ଗୋଟେ ଗିନା ସେଉ
  • ୧ ମୁଠା ଧନିଆ ପତ୍ର (କଟା ହୋଇଥିବା)
  • ୧ ବଡ ଚାମଚ ଧନିଆ ଚଟଣୀ
  • ଏକ ବଡ ଚାମଚ ମିଠା ଚଟଣୀ

chattପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ କଡାରେ ଲୁଣ ପକାନ୍ତୁ ଏବଂ ତାକୁ ଗରମ କରନ୍ତୁ। ଏହାପରେ ଆଳୁକୁ ପକାଇ ଭାଜନ୍ତୁ। ଆଳୁକୁ ପ୍ରାୟ ୧୦ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ଏହାକୁ କଡାରୁ ବାହାର କରି ଭଲଭାବେ ଛୋଟ ଖଣ୍ଡ କରି କାଟିଦିଅନ୍ତୁ। ଏହାପରେ ଏଥିରେ ଗୋଲମରୀଚ ପାଉଡର ଏବଂ ଚାଟ ମସଲା ପକାନ୍ତୁ। ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ଏଥିରେ ଚଟଣୀ ମିଶାନ୍ତୁ। ଭୁଜିଆ କିମ୍ବା ସେଓ ପକାଇ ଧନିଆ ପତ୍ର ସହିତ ଗାର୍ନିସ କରନ୍ତୁ ଏବଂ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.