ଦୁନିଆରେ ଏଭରେଷ୍ଟଠୁ ବି ଉଚ୍ଚ ଶୃଙ୍ଗ ରହିଛି, ଜାଣନ୍ତୁ ଏ ବିଷୟରେ

ପୃଥିବୀ ବକ୍ଷରେ ଥିବା ସମସ୍ତ ସମୁଦ୍ରର ଜଳ ଶୁଖିବା ପାଇଁ ବହୁ କଷ୍ଟ ବା ଅନେକ ଦିନ ଲାଗିବ । କେବେ ମଧ୍ୟ ନ ଶୁଖିପାରେ  । ପ୍ରାୟ ପୃଥିବୀର ୭୦ ଭାଗ ସମୁଦ୍ର ଦ୍ୱାରା ହିଁ ଆଚ୍ଛାଦିତ । ଏକ ଜିଓଲୋଜିକାଲ ସର୍ଭେ ଅନୁଯାୟୀ ପୃଥିବୀର ସମସ୍ତ ସମୁଦ୍ର ୧୩୩୮୦୦୦୦୦୦ କୁବିକ କିଲୋମିଟର ଜଳ ନିଜ ମଧ୍ୟରେ ସଂରକ୍ଷିତ କରି ରଖିଛି । ଅନ୍ୟ ପଟେ ସମୁଦ୍ର ଜଳ ପୃଥିବୀର ସମୁଦାୟ ଜଳର ପ୍ରାୟ ୯୬.୫ ପ୍ରତିଶତ ହେବ । କିନ୍ତୁ ଜାଣନ୍ତିକି ପୃଥିବୀର ଏତେ ଭାଗ ସମୁଦ୍ର ଆଚ୍ଛାଦିତ କରିଥିଲେ ମଧ୍ୟ ଆମେ ସମୁଦ୍ରର ବହୁ ଗୁଢ ରହସ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ ଜାଣି ପାରିନାହୁଁ ।  ସମୁଦ୍ର ଜଳ ଅତ୍ୟଧିକ ଲୁଣିଆ ହୋଇଥିବାରୁ ମନୁଷ୍ୟର ସାଧାରଣ ବ୍ୟବହାରରେ ଏହା ଆସିନଥାଏ । ଆଧୁନିକ ବୈଜ୍ଞାନିକମାନେ ସମୁଦ୍ରରୁ ଲୁଣ ବାହାର ପ୍ରକ୍ରିୟା ଆବିଷ୍କାର କରିଥିଲେ ମଧ୍ୟ କିନ୍ତୁ ଆମେ ନଦୀର ମଧୁର ଜଳକୁ ହିଁ ନିଜ ନିତ୍ୟ ବ୍ୟବହାର୍ଯ୍ୟ କାମରେ ଲଗାଇଥାଉ ।

pacific ocean

ମହାସାଗର ସମ୍ପର୍କରେ କିଛି ଅଜଣା ତଥ୍ୟ:

ପ୍ରଶାନ୍ତ ମହାସାଗର ପୃଥିବୀ ଆୟତନରେ ୧୬୮,୭୨୩,୦୦୦ ବର୍ଗ କିଲୋମିଟର ସ୍ଥାନ ଅକ୍ତିଆର କରିଛି । ଆଟ୍ଲାଣ୍ଟିକ ମହାସାଗର ୮୫,୧୩୩,୦୦ ବର୍ଗ କିଲୋମିଟର ଆୟତନ ଅକ୍ତିଆର କରିଛି । ଭାରତ ମହାସାଗର ୭୦,୫୬୦,୦୦୦ କିଲୋମିଟର ଜାଗା ଅକ୍ତିଆର କରିଥିବା ବେଳେ ଦକ୍ଷିଣ ମହାସାଗର ୨୧,୯୬୦,୦୦୦ ବର୍ଗ କିଲୋମିଟର ଆୟତନରେ ଅଛି । ଆର୍ଟିକ ସାଗର ୧୫,୫୫୮, ୦୦୦ ବର୍ଗ କିଲୋମିଟର ଆୟତନରେ ଅଛି । ଯଦି ପ୍ରଶାନ୍ତ ମହାସାଗର ଓ ଆଟ୍ଲାଣ୍ଟିକ ମହାସାଗରକୁ ଦୁଇ ଦୁଇ ଭାଗରେ ବିଭକ୍ତ କରାଯାଏ ତେବେ ନିଶ୍ଚିତ ରୂପେ ୭ ଗୋଟି ମହା ସାଗର ହୋଇପାରିବ ।ମହାସାଗରର ସବୁଠାରୁ ଗଭୀରତମ ସ୍ଥାନ ହେଉଛି ମରିଆନା ଟ୍ରେଞ୍ଚ, ଯାହାକି ପ୍ରଶାନ୍ତ ମହାସାଗରର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ।

ଏହାର ଗଭୀରତା ପାଖାପାଖି ୧୦,୯୯୪ ମିଟର ହେବ । ସୋନର ମାଧ୍ୟମରେ ହିଁ ଏହାର ପ୍ରକୃତ ପରିମାପ ବାହାର କରାଯାଇଥିଲେ ବି ଏହାର ପ୍ରକୃତ ପରିମାପ ଏପର୍ଯ୍ୟନ୍ତ ବାହାର କରାଯାଇ ପାରିନାହିଁ । ୨୦୧୨ ମସିହାରେ ଫିଲ୍ମ ନିର୍ଦେଶକ ଜେମ୍ସ କାମେରନ ଏକଲା ପ୍ରଥମେ ୧୦,୮୯୮ ମିଟର ଗଭୀର ପର୍ଯ୍ୟନ୍ତ ଏକଲା ହିଁ ଯାଇଥିଲେ । ଅନ୍ୟ ବିଶାଳ ଟ୍ରେଞ୍ଚ ଗୁଡିକ ମଧ୍ୟରେ ଅଛି ଆଟ୍ଲାଣ୍ଟିକ ମହାସାଗରରେ ଥିବା ପିଉରୀତୋ ରିଗୋ ଭାରତ ମହାସାଗରରେ ଥିବା ଜାଭା ଟ୍ରେଞ୍ଚ ।

sunlight on sea

ମହାସାଗର ମଧ୍ୟରେ ଥିବା ଭିନ୍ନ ଭିନ୍ନ ସ୍ତର:

ସାଧାରଣଭାବେ ମହାସାଗର ଗଭୀରତାକୁ  ୫ଟି ସ୍ତରରେ ବିଭକ୍ତ କରାଯାଇଥାଏ । ଉପର ଭାଗରେ ଏପିପାଲେଜିକ ସ୍ତର ଅଛି । ଯାହାକି ସମୁଦ୍ରର ସବୁଠାରୁ ଉତପ୍ତ ଭାଗ ବୋଲି କୁହାଯାଏ । ଜାଣନ୍ତିକି ସୂର୍ଯ୍ୟାଲୋକ ସମୁଦ୍ରର ୧୦୦୦ ମିଟର ଗଭୀର ପର୍ଯ୍ୟନ୍ତ ହିଁ ଯାଇପାରେ । ଯାହାକି ଫାଇତୋ ପ୍ଳାଙ୍କଟନ ମାନଙ୍କ ବୃଦ୍ଧି ପାଇଁ ବିଶେଷ ଭାବେ ସହାୟକ ହୋଇଥାଏ । ତାପରେ ଆଉ ଏକ ମେସୋପ୍ଳେଜିକ ଜୋନ ଅଛି । ଏହା ଏପିପାଲେଜିକ ଜୋନର ପ୍ରାୟ ୧୦୦୦ ମିଟର ତଳେ ଅଛି । ଆଉ ୪୦୦୦ମିଟର ଗଭୀରରେ ବେଥିପାଲେଜିକ ଜୋନ ଅଛି । ୪୦୦୦ ରୁ ୬୦୦୦ ମିଟର ଭିତରେ ଅବଶିଲୋପାଳେଜିକ ଜୋନ ଅଛି । ଏହିଠାରେ ହିଁ ମହାସାଗର ମାନଙ୍କ ବେସିନ ଓ ମହାଦେଶ ମାନଙ୍କ ଉତ୍ପତି ହୋଇଥାଏ । ଆହୁରି ଗଭୀରରେ ହାଡ଼େଲପାଲେଜିକ ଜୋନ ଅଛି ।

ଏହା ସହ ପଢନ୍ତୁ: ପର୍ଯ୍ୟଟକଙ୍କୁ ନେଇ ରହଛି କେଉଁ ଦେଶରେ କି ନିୟମ, ଜାଣନ୍ତୁ ଏହାର ଆଇନ୍‌-କାନୁନ୍‌ ବିଷୟରେ

ସମୁଦ୍ର ଭିତରେ ବି ଅଛି ଏହି ସବୁ ଜିନିଷ:

ସମୁଦ୍ର ଭିତରେ ଲହରୀ, ଟାଇଡ ଓ କରେଣ୍ଟ ମାନ ଅଛି । ଗବେଷଣା ଅନୁଯାୟୀ ପ୍ରତି ଦଶ ବର୍ଷରେ ସମୁଦ୍ର ସ୍ତର ପ୍ରାୟ ୧. ୫ ସେଣ୍ଟି ମିଟର ପର୍ଯ୍ୟନ୍ତ ବଢିଥାଏ । ଏହି ପ୍ରକ୍ରିୟା ପ୍ରାୟ ୧୯୦୦ ମସିହାରୁ ହୋଇ ଆସୁଛି । କିନ୍ତୁ ୧୯୯୨ ମସିହାରୁ ଏହା ୩ ମିଟର ବଢି ଆସୁଛି । ମାନେ ସମୟ ଅନୁଯାୟୀ ସମୁଦ୍ର ଜଳ ସ୍ତର ଦିନ କୁ ଦିନ ବଢ଼ିବାରେ ଲାଗିଛି ।

sea tide

 ସମୁଦ୍ରର ତାପମାତ୍ରା ବଢେ:

ଆମେରିକାର ଏକ ପରିବେଶ ରକ୍ଷାକରି ସଂସ୍ଥା ଅନୁଯାୟୀ ୧୮୮୦ ମସିହାରୁ କ୍ରମାଗତ ଭାବେ ସମୁଦ୍ର ପତନର ତାପମାତ୍ରା ବଢ଼ିବାରେ ଲାଗିଛି । ସମୁଦ୍ର ପତନର ତାପମାତ୍ରା ବୃଦ୍ଧିକୁ ପାଣିପାଗ ପରିବର୍ତ୍ତନର ଏକ ପ୍ରଧାନ ସଂକେତ ଭାବେ ଧରାଯାଉଛି । ଏହି ସମୁଦ୍ରର ତାପମାତ୍ରା ବୃଦ୍ଧି ସମୁଦ୍ର ମଧ୍ୟରେ ଥିବା ଜୀବଜନ୍ତୁ ମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ସେମାନଙ୍କ ବଂଶ ବୃଦ୍ଧିରେ ମଧ୍ୟ ସିଧା ସଳଖ ପ୍ରଭାବ ପକାଇବ । ସମୟ କ୍ରମେ ସମୁଦ୍ର ମଧ୍ୟରେ ଥିବା କୋରାଲ ରିଫ ମଧ୍ୟ ବିନାଶ ମଧ୍ୟ ହୋଇଯିବେ ।

ସମୁଦ୍ର ମଧ୍ୟରେ ପର୍ବତ:

ଆମ ସମସ୍ତଙ୍କୁ ଜଣା ଯେ ଏଭରେଷ୍ଟ ହେଉଛି ପୃଥିବୀର ସବୁଠୁ ଉଚ୍ଚତମ ଶୃଙ୍ଗ । ହଵାଈ ଦ୍ବୀପର ଆଉ ଏକ ଶୃଙ୍ଗ ଅଛି ମଉନା କିଆ ।
କିନ୍ତୁ ଜାଣନ୍ତିକି ଏହି ମଉନା କିଆ ୧୦,୦୦୦ ମିଟର ଉଚ୍ଚ ହୋଇଥିଲେ ମଧ୍ୟ ଏହାର ଅଧିକାଂଶ ଭାଗ ସମୁଦ୍ର ମଧ୍ୟରେ ହିଁ ଅଛି । ଏହାର ମାତ୍ର ୪,୨୦୦ ମିଟର ହିଁ ବାହାରକୁ ଦେଖାଯାଇଥାଏ । ସାର୍କ, ଡ଼ଲଫିନ, କଇଁଛ, ଜେଲି ଫିସ, ତିମି ପରି ବଡ ବଡ ଜୀବ ରହିଥାନ୍ତି । କିନ୍ତୁ ସମୁଦ୍ର ଭିତରେ ବାସ କରୁଥିବା ସାର୍କ ମାଛ ତଥ୍ୟ ଆଦାନ ପ୍ରଦାନ କ୍ଷେତ୍ରରେ ମୁଖ୍ୟ ଭୂମିକା ନିଭେଇଥାନ୍ତି । ଏମାନଙ୍କ ଆଦାନ ପ୍ରଦାନ କ୍ଷମତା ଯଥେଷ୍ଟ ଅଧିକ । ସାର୍କ ମାନଙ୍କର ଏକ ସ୍ୱତନ୍ତ୍ର ପ୍ରଜାତି ପାଣି ମଧ୍ୟରେ ପ୍ରାୟ ୨ ଘଣ୍ଟା ରହି ଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.