କରୋନା ପୂର୍ବରୁ ପୃଥିବୀରେ ମୃତ୍ୟୁର ତାଣ୍ଡବ ରଚିଛନ୍ତି ଏହି ୧୦ଟି ଭାଇରସ, ଜାଣନ୍ତୁ କେବେ ଓ କେମିତି

କରୋନା ଭାଇରସ ବା କୋଭିଡ-୧୯କୁ ପୂରା ବିଶ୍ୱ ଆଜି ବ୍ୟତିବ୍ୟସ୍ତ । ୨୦୦ ରୁ ଅଧିକ ଦେଶ ଏହି ଭାଇରସ କବଳରେ କବଳିତ । ଏହି ମାରାତ୍ମକ ଭାଇରସ ଦାଉରେ ଏଭିତରେ ପାଖାପାଖି ୧,୫୧୯, ୪୪୨ ଲୋକ ସଂକ୍ରମିତ ହୋଇଥିବା ବେଳେ ୮୮ ହଜାରରୁ ଅଧିକଙ୍କର ମୃତ୍ୟୁ ହୋଇ ସାରିଲାଣି । କିନ୍ତୁ ହୁଏତ ଆପଣ ଜାଣି ନଥିବେ ଏମିତି ଘଟଣା ପ୍ରଥମ ଥର ଘଟିନି । ଏହା ପୂର୍ବରୁ ଅନେକ ଭାଇରସ ନିଜ ନିଜ ଆତଙ୍କ ଖେଳେଇ ସାରିଛନ୍ତି । ଆମେରିକାର ଏକ ବିଜ୍ଞାନ ମାଗାଜିନ ଅନୁଯାୟୀ, ପୃଥିବୀ ପୃଷ୍ଠାରେ ପ୍ରାୟ ୬ ଲକ୍ଷରୁ ଅଧିକ ଭାଇରସ ଅଛନ୍ତି ଢ ତେବେ ଆସନ୍ତୁ ସେହି ଭାଇରସ ଗୁଡିକ ବିଷୟରେ କିଛି ତଥ୍ୟ ଜାଣିବା:

virus

୧. ଇନଫ୍ଲୁଏଞ୍ଜା :

ଆମ ଦେଶ ଭାରତରେ ପ୍ରତିବର୍ଷ ଇନଫ୍ଲୁଏଞ୍ଜାର ପାଖାପାଖି ଏ କୋଟି ମାମଲା ସାମ୍ନାକୁ ଆସେ । ଏହା ବି ଏକ ମହାମାରୀ ଶ୍ରେଣୀରେ ଆସିବା ସହ ଏହାର ଲକ୍ଷଣ ଗୁଡିକ ବି ଠିକ କରୋନା ଭାଇରସ ପରି । ଏହି ଭାଇରସ ୧୫୮୦ ଓ ୧୯୧୮ ମସିହାରେ ପୃଥିବୀ ପୃଷ୍ଠରେ ଆତଙ୍କ ଖେଳେଇଥିବା ବେଳେ ୮,୦୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।

How rabies attacks the brain, seen in Israel for the first time ...

୨. ରାବିଜ ଭାଇରସ:

ଏହି ରୋଗ ସାଧାରଣତଃ କୁକୁର କିମ୍ବା ବିଲେଇ କାମୁଡିବା ଦ୍ୱାରା ହିଁ ବ୍ୟାପିଥାଏ । ୧୯୨୦ ମସିହାରେ ପ୍ରଥମ ଥର ଏହି ଭାଇରସ ବିଷୟରେ ଜଣା ପଡିଥିଲା । ଯଥା ସମୟରେ ଚିକିତ୍ସା ନକରାଗଲେ ଏହି ରୋଗରେ ପୀଡିତ ରୋଗୀଙ୍କର ଜୀବନ ବି ଯାଇପାରେ ।

୩. ଡେଙ୍ଗୁ:

ମଶା କାମୁଡିବା କାରଣରୁ ହିଁ ଏହି ଜ୍ୱର ହୋଇଥାଏ । ବିଶେଷ କରି ଦିଲ୍ଲୀ-ଏନସିଆର ଅଂଚଳରୁ ପ୍ରତିବର୍ଷ ଏନେଇ ଅନେକ ମାମଲା ସାମ୍ନାକୁ ଆସିଥାଏ । ଡେଙ୍ଗୁ ବାବଦରେ ପ୍ରଥମେ ୧୯୫୦ ମସିହାରେ ହିଁ ଜଣା ପଡିଥିଲା ।

Dengue virus exposure may amplify Zika infection | Imperial News ...

୪. ମାରବର୍ଗ ଭାଇରସ:

ଏହି ଭାଇରସଟି ୧୯୬୭ ମସିହାରେ ଜର୍ମାନୀର ଏକ ଲ୍ୟାବରୁ ହିଁ ଲିକ ହୋଇଥିଲା । ମାଙ୍କଡଙ୍କ ଶରୀରରୁ ହିଁ ଏହା ମଣିଷ ଶରୀରକୁ ଆସିଥାଏ ଢ ଏହି ଭାଇରସରେ ପୀଡିତ ରୋଗୀଙ୍କୁ ଜ୍ୱର ହେବା ସହ ଅଚାନକ ଶରୀରରୁ ରକ୍ତ ବାହାରି ଥାଏ ।

World's 2nd-largest Ebola outbreak surpasses 3,000 cases - ABC News

୫. ଇବୋଲା ଭାଇରସ:

ଏହି ଭାଇରସ ବିଷୟରେ ୧୯୭୬ରେ ପ୍ରଥମେ ସୁଦାନ ଓ କଙ୍ଗୋ ଠାରେ ଜଣା ପଡିଥିଲା । ଏହି ମାରାତ୍ମକ ଦାଉରେ ଅନେକ ଲୋକଙ୍କ ମୃତ୍ୟୁ ବି ହୋଇଥିଲା । ୧୯୭୬ ମସିହା ପରେ ୨୦୧୪ ମସିହାରେ ବି ଆଫ୍ରିକାରେ ଏହି ଭାଇରସ ଖୁବ ଆତଙ୍କ ଖେଳେଇ ଥିଲା ।

୬. ସ୍ମଲପକ୍ସ :

ଏହି ମାରାତ୍ମକ ଭାଇରସ ସହ ଲଢ଼ିବା ପାଇଁ ଡବ୍ଲୁଏଚଓ ପ୍ରଥମ ଥର ୧୯୮୦ରେ ଚେଷ୍ଟା ଆରମ୍ଭ କରିଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି କାରଣରୁ ବିଂଶ ଶତାବ୍ଦୀରେ ୩୦ କୋଟି ଲୋକଙ୍କ ଜୀବନ ଯାଇଥିଲା ।

What is hantavirus? The disease that infected rats can pass to ...

୭.ହନ୍ତା ଭାଇରସ:

ଏହି ଭାଇରସକୁ ନେଇ ନିକଟରେ ହିଁ ଚର୍ଚ୍ଚା ଜୋର ଧରିଥିଲା । ନିକଟରେ ଏହି ଭାଇରସରେ ଚିନର ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିଲା । ଏହା ବିଷୟରେ ପ୍ରଥମେ ୧୯୯୩ ମସିହାରେ ଜଣା ପଡିଥିବା ବେଳେ ମାତ୍ର କିଛି ଦିନରେ ୬୦୦ ଲୋକଙ୍କ ଜୀବନ ଯାଇଥିଲା ।

୮.ମର୍ସ :

ଏବାବଦରେ ପ୍ରଥମେ ୨୦୧୨ ମସିହାରେ ହିଁ ଜଣା ପଡିଥିଲା । ସେହି ସମୟରେ ସାଉଦି ଆରବରେ ଏହା ବ୍ୟାପି ଥିଲା । ଏହି ରୋଗରେ ପୀଡିତଙ୍କ ଠାରେ ନିମୋନିଆ ଓ କରୋନା ଭାଇରସ ଭଳି ଲକ୍ଷଣ ମାନ ହିଁ ଦେଖା ଦେଇଥାଏ ।

SARS (10 Years After) | Disease of the Week | CDC

୯.ସାର୍ଶ:

ସାର୍ଶକୁ କରୋନା ଭାଇରସର ପୂର୍ବଜ ବୋଲି କୁହାଯାଉଛି । ଏହି ଭାଇରସ ବି ଚିନରେ ହିଁ ବ୍ୟାପିଥିବା ବେଳେ ୮୦୦୦ ଲୋକଙ୍କ ଜୀବନ ଯାଇଥିଲା ଢବାଦୁଡ଼ିଙ୍କ ଠାରୁ ଏହା ମଣିଷ ଶରୀରକୁ ଆସିଥିବା କୁହାଯାଉଛି ।

୧୦ .ଏଚଆଇବି:

ଏହି ଭାଇରସରେ ପୀଡିତ ମାନଙ୍କର ବଂଚିବା ସମ୍ଭାବନା ଖୁବ କମ ଥାଏ । ଏଥିରେ ସଂକ୍ରମିତ ହୋଇଥିବା ୯୬ ପ୍ରତିଶତ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏବାବଦରେ ପ୍ରଥମେ ୧୯୮୦ ମସିହାରେ ହିଁ ଜଣା ପଡିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.