ବାମନ ଦ୍ୱାଦଶୀରେ ପଡୁଛି ୪ଟି ଶୁଭ ଯୋଗ, ଏମିତି ପୂଜା କରିବା ଦ୍ୱାରା ମିଳିବ ସୁଖ ଓ ସମୃଦ୍ଧି

ହିନ୍ଦୁ ଧର୍ମରେ ବାମନ ଦ୍ୱାଦଶୀର ବିଶେଷ ମହତ୍ତ୍ୱ ରହିଛି। ବାମନ ଦ୍ୱାଦଶୀ ବତ୍ରରେ ଭଗବାନ ବିଷ୍ଣୁଙ୍କ ବାମନ ଅବତାରକୁ ବିଧି ବିଧାନରେ ପୂଜା କରାଯାଏ। ବାମନ ଦ୍ୱାଦଶୀ ଆଷାଢ ମାସ ଶୁକ୍ଲ ପକ୍ଷ ଦ୍ୱାଦଶୀ ତିଥିରେ ପାଳନ କରାଯାଏ। ଏହି ବ୍ରତ ଆଜି ପାଳନ କରାଯାଉଛି। ଏଥର ବାମନ ଦ୍ୱାଦଶ ବତ୍ର ଦିନ ୪ଟି ଶୁଭ ଯୋଗ ପଡୁଛି। ଏହି ଶୁଭ ଯୋଗରେ ବ୍ରତ ରଖିବା ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ଭକ୍ତ ଉପରେ ଶ୍ରୀ ନାରାୟଣଙ୍କ କୃପା ବର୍ଷିବ। ଏମିତି ପୂଜା କରିବା ଦ୍ୱାରା ସୁଖ ଶାନ୍ତି ଏବଂ ସମୃଦ୍ଧି ହୋଇଥାଏ।

ବାମନ ଦ୍ୱାଦଶୀ ବ୍ରତରେ ପଡୁଛି ୪ଟି ଶୁଭ ଯୋଗ :

ଚଳିତ ଥର ବାମନ ଦ୍ୱାଦଶୀ ବ୍ରତ ଦିନ ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ, ଶୁକ୍ଲ ଯୋଗ ଏବଂ ବ୍ରହ୍ମ ଯୋଗ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ଏହି ଯୋଗ ଉତ୍ତମ ଏବଂ ଶୁଭ ଫଳ ଦେଇଥାଏ ବୋଲି କୁହାଯାଇଛି।

ସର୍ବାର୍ଥ ସିଦ୍ଧି ଯୋଗ: ଆଜି ସକାଳ ୫.୩୧ରୁ ଆରମ୍ଭ ହୋଇ ସକାଳ ୭. ୫୦ ଯାଏ ରହିଥିଲା।

ଶୁକ୍ଲ ଯୋଗ : ସକାଳୁ ଆରମ୍ଭ ହୋଇ ରାତି ୯.୦୨ ପର୍ଯ୍ୟନ୍ତ ରହିବ।

ବ୍ରହ୍ମ ଯୋଗ: ଆଜି ରାତି ୯.୦୨ ଠାରୁ ଆରମ୍ଭ।

ଶୁଭ ମୁହୂର୍ତ୍ତ : ଆଜି ସକାଳରୁ ସର୍ବାର୍ଥ ସିଦ୍ଧି ଯୋଗ ରହିଛି, ଯାହାଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପ୍ରଦାନ କରିଥାଏ। ଏମିତିରେ ଆପଣ ସର୍ବାର୍ଥ ସିଦ୍ଧି ଯୋଗରେ ବ୍ରତ ପ୍ରାରମ୍ଭ କରିପାରିବେ।

lord-vishnu

ଆଜି ବାମନ ଦ୍ୱାଦଶୀ ବ୍ରତ ସହିତ ସୋମ ପ୍ରଦୋଷ ବ୍ରତ ଏବଂ ଜୟା ପାର୍ବତୀ ବ୍ରତ ମଧ୍ୟ କରାଯାଏ। ସୋମ ପ୍ରଦୋଷ ବ୍ରତରେ ଭଗବାନ ଶିବଙ୍କ ପୂଜା କରାଯାଏ। ଜୟା ପାର୍ବତୀ ବ୍ରତରେ ମାତା ପାର୍ବତୀଙ୍କ ପୂଜା ବିଧି ବିଧାନରେ ପାଳନ କରାଯାଏ। ଜୟା ପାର୍ବତୀ ବ୍ରତ କରିବା ଦ୍ୱାରା ବିବାହିତା ମହିଳା ଅଖଣ୍ଡ ସୌଭାଗ୍ୟବତୀ ହେବା ସହିତ ପୁତ୍ର ସନ୍ତାନ ଲାଭ କରନ୍ତି। ଅବିବାହିତା ଝିଅ ଏହି ବ୍ରତ କରିବା ଦ୍ୱରା ଯୋଗ୍ୟ ଏବଂ ମନବାଞ୍ଛିତ ବର ପାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.