ଭଲ ସମୟ ଆସିବା ପୂର୍ବରୁ ପ୍ରକୃତିରୁ ମିଳିଥାଏ ଏହି ୮ ଶୁଭ ସଙ୍କେତ, ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ…

କୁହାଯାଏ, ଜୀବନରେ ଯେତେବେଳେ ବି ଭଲ କିମ୍ବା ଖରାପ ସମୟ ଆସିବାର ଥାଏ, ତ ପ୍ରକୃତି ଆମକୁ ନିଶ୍ଚୟ ସଙ୍କେତ ଦେଇଥାଏ। କିନ୍ତୁ କେବେ କେବେ ଏହି ସଙ୍କେତଗୁଡ଼ିକୁ ଆମେ ବୁଝିପାରି ନ ଥାଉ। କାହିଁକି ନା, ଏହି ଜିନିଷଗୁଡ଼ିକ ବିଷୟରେ ଆମ ପାଖରେ ସେତେ ସୂଚନା ନ ଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଶୁଭ ସଙ୍କେତ ବିଷୟରେ କହିବୁ, ଯାହାକୁ ଜାଣିବା ପରେ ଆପଣ ଆଗକୁ ଭଲ ସମୟ ଆସୁଛି ବୋଲି ଜାଣି ପାରିବେ। ଆସନ୍ତୁ ଜାଣିବା, କ’ଣ ହୋଇଥାଏ ସେହି ସଙ୍କେତ।

-ରାସ୍ତାରେ କେଉଁଆଡ଼େ ଯିବା ସମୟରେ ଯଦି ଆପଣଙ୍କୁ ନିଜ ଡାହାଣ ପାର୍ଶ୍ୱରେ ମାଙ୍କଡ଼, କୁକୁର କିମ୍ବା ସାପ ଦେଖା ଯାଆନ୍ତି, ତ ଏହା ସଙ୍କେତ ଦିଏ ଯେ ଆପଣଙ୍କ ପାଖକୁ ଧନ ଆସିବାର ଅଛି।

-ଯଦି ସକାଳୁ ଉଠିବା ମାତ୍ରେ ହିଁ ଆପଣ ପୂଜା ନଡ଼ିଆ ଦେଖିବାକୁ ପାଆନ୍ତି, ତା’ ହେଲେ ଏହାର ଅର୍ଥ ହେଲା, ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବାକୁ ଯାଉଛି।

-ଯେତେବେଳେ ବି ଆପଣଙ୍କୁ ଆପଣଙ୍କ ଘର ସାମ୍ନାରେ ଅରଖ ଫୁଲଗଛ ବଢ଼ୁଥିବାର ନଜର ଆସିବ, ତ ବୁଝିଯିବେ ଯେ ଆପଣଙ୍କ ଜୀବନରେ ଭଲ ସମୟ ଆସୁଛି। ଏହି ସଙ୍କେତ ବହୁତ ଶୁଭ ହୋଇଥାଏ।

-ଯଦି ଆପଣ କୌଣସି ଜରୁରୀ କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି ଏବଂ ଏହି ସମୟରେ କୌଣସି ବ୍ୟକ୍ତିଙ୍କ ହାତରେ ଜଳପୂର୍ଣ୍ଣ ପାତ୍ର ଦେଖୁଛନ୍ତି, ତା’ ହେଲେ ଏହା ସମୃଦ୍ଧିର ସଙ୍କେତ ହୋଇଥାଏ।

-ଯଦି ଆପଣଙ୍କ ଦ୍ୱାର ପାଖରେ ଗାଈ ଆସି ବୋବାଏ, ତ ଏହା ସୁଖ, ସମୃଦ୍ଧି ଆସିବାର ସଙ୍କେତ ହୋଇଥାଏ। ଏମିତିରେ ଗାଈ ଘର ସାମ୍ନାକୁ ଆସିଲେ, ତାକୁ ନିଶ୍ଚୟ ରୁଟି ଖାଇବାକୁ ଦିଅନ୍ତୁ।

-ଯଦି ଆପଣ କୌଣସି ଜରୁରୀ ଯାତ୍ରାରେ ଯାଉଛନ୍ତି ଏବଂ ଘରୁ ବାହାରିବା ସମୟରେ ହିଁ ଆପଣଙ୍କୁ ମନେ ପଡ଼ୁଛି ଯେ କିଛି ଜିନିଷପତ୍ର ଭୁଲି ଯାଇଛନ୍ତି, ତା’ ହେଲେ ଏହାକୁ ଖରାପ ସମୟ ଟଳିଯିବାର ସଙ୍କେତ ବୋଲି ଧରିନେବେ।

-ଯଦି ରାସ୍ତାରେ ଯାଉଥିବା ବେଳେ ଆପଣଙ୍କୁ କୌଣସି ପଇସା ମିଳେ, ତା’ ହେଲେ ବୁଝିଯିବେ ଯେ ଉଧାର ଦେଇଥିବା ପଇସା ଖୁବ୍‌ ଜଲ୍‌ଦି ଆପଣଙ୍କ ପାଖକୁ ଫେରି ଆସିବ। ଏଥି ସହିତ ଆର୍ଥିକ ସ୍ଥିତି ମଜଭୁତ ହେବ।

-ଯଦି ଆପଣଙ୍କ ଆଖପାଖରେ ରଙ୍ଗ ବେରଙ୍ଗର ପ୍ରଜାପତି ଉଡ଼ୁଥିବାର ଦେଖନ୍ତି, ତ ଏହାର ଅର୍ଥ ହେଲା, ଖୁବ୍‌ ଜଲ୍‌ଦି ଆପଣଙ୍କ ଜୀବନରେ ସୁଖ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.