ପୁରୀ ସ୍ୱର୍ଗଦ୍ୱାରରେ ହେବ ଅଭିନେତା ରାଇମୋହନଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର (କେନ୍ୟୁଜ): ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଓଲିଉଡ଼ ଏବେ ସ୍ତବ୍ଧ ହୋଇଯାଇଛି । ତାଙ୍କର ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜି ସକାଳ ଭୁବନେଶ୍ୱର ପଳାଶୁଣି ପ୍ରାଚୀବିହାର ସ୍ଥିତ ତାଙ୍କ ବାସଭବନରେ ଜମିଥିଲା ଭିଡ଼ । କାରଣ ନିଆଁ ଭଳି ମାଡ଼ି ଯାଇଥିଲା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଖବର ।

ଅନ୍ୟପଟେ ପୋଲିସ ରାଇମୋହନଙ୍କ ମୃତ ଶରୀରକୁ ନେଇ ବ୍ୟବଚ୍ଛେଦ କରାଇଛି । ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କର ମରଶରୀରର ଶେଷକୃତ୍ୟ ସମ୍ପନ୍ନ ହେବ । ପୁରୀ ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି ।

ଓଡ଼ିଆ ସିନେ ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଥିଲେ ରାଇମୋହନ। ଖଳନାୟକ ଭାବେ ଜୀବନ୍ତ ଅଭିନୟ ପାଇଁ ସେ ବେଶ୍ ପରିଚିତ ଥିଲେ। ୧୦୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଥିଲେ। ଯାତ୍ରା ଜଗତରେ ବି ସେ ବେଶ୍ ପ୍ରସିଦ୍ଧ ଥିଲେ। ମଞ୍ଚ ଉପରେ ରାଇଙ୍କ ଖଳନାୟକୀ ଦର୍ଶକଙ୍କୁ ରୋମାଞ୍ଚିତ କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.