ଲୋଟାରେ ଫସିଗଲା ମାଙ୍କଡ଼ ଛୁଆର ମୁଣ୍ଡ, ୨ ଦିନ ଯାଏଁ କାଖରେ ଧରି ବୁଲିଲା ମା’; ଆଉ ତା’ ପରେ…

ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଏକ ମା’ ମାଙ୍କଡ଼ର ଛୁଆ ପ୍ରତି ଅନାବିଳ ସ୍ନେହର ନିଆରା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏକ ମାଙ୍କଡ଼ ଛୁଆର ମୁଣ୍ଡ ଲୋଟାରେ ଫସିଯାଇଥିବା ଦେଖାଯାଇଛି। ତାହାକୁ ବାହାର କରିବା ପାଇଁ ବନ ବିଭାଗ ଓ ଆଖ ପାଖ ଲୋକ ବହୁତ ସାହାଯ୍ୟ କରିଛନ୍ତି। ଦୁଇ ଦିନ ଯାଏଁ ଏହି ଲୋଟା ମାଙ୍କଡ଼ ମୁଣ୍ଡରେ ଫସି ରହିଥିଲା। ପରେ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ଲୋଟାଟି ମାଙ୍କଡ଼ ଛୁଆ ମୁଣ୍ଡରୁ ବାହାରିଥିଲା।

ପ୍ରତାପଗଡ଼ ଜିଲ୍ଲା ମୁଖ୍ୟାଳୟ ନିକଟସ୍ଥ ବସାଡ଼ ଗାଁରେ ଏହି ଘଟଣା ସାମ୍ନାକୁ ଆସିଛି। ଗାଁରେ ପାଣି ପିଇବାକୁ ରଖାଯାଇଥିବା ଏକ ଲୋଟା ଛାତ ଉପରେ ରଖାଯାଇଥିଲା। ଛାତରେ ଲୋଟାରୁ ପାଣି ପିଇବା ବେଳେ ସେଥିରେ ମାଙ୍କଡ଼ ଛୁଆର ମୁଣ୍ଡ ଫସିଯାଇଥିଲା। ମୁଣ୍ଡ ବାହାର କରିବା ପାଇଁ ଗାଁ ଲୋକେ ବହୁ ଚେଷ୍ଟା କରିଥିଲେ ମଧ୍ୟ ମା’ ମାଙ୍କଡ଼ଟି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଗାଁ ଲୋକେ ସେଠାରୁ ଚାଲିଯାଇଥିଲେ।

କିନ୍ତୁ ଗାଁ ଯୁବକ ମାନେ ମାଙ୍କଡ଼ ଛୁଆର ମୁଣ୍ଡକୁ ଲୋଟାରୁ ବାହାର କରିବାକୁ ଲାଗି ପଡ଼ିଥିଲେ। ମାତ୍ର ମାଙ୍କଡ଼ କାମୁଡ଼ି ଗୋଡ଼ାଇଥିଲା। ଏହି ସମୟ ଭିତରେ ଧୀରେ ଧୀରେ ଛୁଆ ମାଙ୍କଡ଼ ଚେତାଶୂନ୍ୟ ହୋଇଯାଇଥିଲା। ଏଣୁ ବାଧ୍ୟ ହୋଇ ଗାଁ ଲୋକେ ବନ ବିଭାଗର ସାହାଯ୍ୟ ନେଇଥିଲେ । ବନ ବିଭାଗର କର୍ମଚାରୀ ପହଞ୍ଚି ମାଙ୍କଡ଼କୁ ଯନ୍ତାରେ କାବୁ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାରିନଥିଲେ।

Monkey2

ପରେ ମାଙ୍କଡ଼କୁ କଦଳୀରେ ନିଶା ମେଡିସିନ୍‌ ଦିଆଯାଇଥିଲା। ଏହି କଦଳୀ ଉପାୟ କାମ ଦେଇଥିଲା ଓ ମା’ ମାଙ୍କଡ଼ ଅଚେତ ହୋଇଯାଇଥିଲା। ତା’ ପରେ ଛୁଆ ମାଙ୍କଡ଼କୁ ନେଇ ତା’ ମୁଣ୍ଡରୁ ଲୋଟା ବାହାର କରାଯାଇଥିଲା। ସେ ମଧ୍ୟ ୨ ଦିନ ଧରି କିଛି ଖାଇନଥିବାରୁ ତାକୁ ସାଲାଇନ୍‌ ଦିଆଯାଇଥିଲା। କିଛି ସମୟ ପରେ ସେ ମଧ୍ୟ ସୁସ୍ଥ ଅନୁଭବ କରିଥିଲା। ଗୋଟିଏ ଦିନ ପରେ ମା’ମାଙ୍କଡ଼ର ଚେତା ଆସିବା ବେଳକୁ ସେ ପାଖରେ ଛୁଆକୁ ପାଇଥିଲା। ଛୁଆକୁ ଦେଖି ମା’ ତାକୁ କୋଳକୁ ଟାଣି ନେଇ ଗଛ ଉପରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି।

Also Read: ଭଗବାନଙ୍କୁ ବି ଭୟ ନାହିଁ! ଜୋତା ପିନ୍ଧି ଶିବ ଲିଙ୍ଗରେ ବିୟର ଢାଳିଲେ ୨ ଯୁବକ, ଭାଇରାଲ ହେଉଛି ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.