ଭାରତକୁ ଗ୍ରାସ କଲାଣି ଏହି ସବୁ ରୋଗ, ପ୍ରାୟ ୬.୫ କୋଟି ଲୋକ ହୋଇସାରିଲେଣି ଆକ୍ରାନ୍ତ

ଭାରତରେ ଧୀରେ ଧୀରେ କ୍ରୋନିକ ନନ କମ୍ୟୁନିକେବଳ ରୋଗ ଗୁଡିକ ଲୋକଙ୍କୁ ନିଜ ବସରେ କରିସାରିଲାଣି । ଏକ ସର୍ବେକ୍ଷଣରୁ ଜଣା ଯାଇଛିକି ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣା ବଢିଛି । ସାଧାରଣତଃ ଏହି ନନ କମ୍ୟୁନିକେବଳ ଡିଜିଜ ଗୁଡିକ ଲମ୍ବା ସମୟ ପାଇଁ ହୋଇଥାଏ ଏବଂ ଏହା ଆନୁବଂଶିକ ମଧ୍ୟ ହୋଇଥାଏ । କିନ୍ତୁ ଏହି ରୋଗ ଗୁଡିକ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପି ନଥାଏ । କିନ୍ତୁ ଏହା ପିଢ଼ି ପରେ ପିଢ଼ିକୁ ବ୍ୟାପିଥାଏ । ଏହାକୁ କ୍ରୋନିକ ଡିଜିଜ ମଧ୍ୟ କୁହାଯାଏ । ଏକ ରିପୋର୍ଟରୁ ଜଣା ଯାଇଛିଯେ ୨୦୧୭ ମସିହା ତୁଳନାରେ ୨୦୧୮ ମସିହାରେ ଏହି ରୋଗରେ ପିଡୀତଙ୍କ ସଂଖ୍ୟା ୨ ଗୁଣା ବଢିଯାଇଛି ।

 

 କେଉଁ ରୋଗକୁ କୁହାଯାଏ  କ୍ରୋନିକ ଡିଜିଜ:

cancer

ମୁଖ୍ୟ ଭାବରେ ଡାଇବେଟିସ, ବ୍ଳଡ଼ ପ୍ରେସର, ଷ୍ଟ୍ରୋକ, ହାଇପରଟେନସନ, କ୍ୟାନ୍ସର, ହାଟ ଆଟାକ ପରି ରୋଗ ଗୁଡିକ ଏହି ନନ କମ୍ୟୁନିକେବଳ ଜିଜିଜ ଅଧୀନରେ ଆସିଥାଏ । ଭାରତରେ କ୍ୟାନ୍ସର, ହାଇପରଟେନ୍ସନ ଓ ଡାଇବେଟିସ ପରି ରୋଗୀ ମାନଙ୍କର ସଂଖ୍ୟା ବହୁଳ ଭାବରେ ବଢି ଚାଲିଛି । କେବଳ ୨୦୧୮ ମସିହାରେ ହିଁ ପ୍ରାୟ ୪୦ ଲକ୍ଷ ଲୋକ ହାଇପରଟେନ୍ସନ ରୋଗରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଥିଲା । ଯେତେବେଲେକି ଡାଇବେଟିସରେ ହିଁ କେବଳ ୩୧ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି । ପ୍ରାୟ ୧୧ ଲୋକ ଉଭୟ ହାଇପରଟେନ୍ସନ ଓ ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇଥିଲେ । ୨୦୧୮ ମସିହରେ ପ୍ରାୟ ୨ ଲକ୍ଷ ହୃଦୟ ରୋଗରେ ପୀଡିତ ଲୋକଙ୍କର ଚିକିତ୍ସା କରାଯାଇଥିଲା । କ୍ୟାନ୍ସର ପରି ମାରାତ୍ମକ ରୋଗରେ ୧.୬୮ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ଥିଲେ ।

heart attack

ଆଉ ସବୁଠୁ ଅଧିକ ଚମକାଇ ଦେଇଛି । ଯେବେ ୨୦୧୭ ମସିହାରେ ୩.୫ କୋଟି ଲୋକ ଏହି ସବୁ ରୋଗରେ ପୀଡିତ ଥିବା ଦେଖାଦେଇଥିଲା ୨୦୧୮ ମସିହାରେ ଏହି ସଂଖ୍ୟା ପ୍ରାୟ ୬.୫ କୋଟି ଛୁଇଁଛି । ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨ ଗୁଣା ହେବ |ପ୍ରକୃତରେ କ୍ୟାନ୍ସର ଓ ହୃଦରୋଗ ଗୁଡିକରେ ପୀଡିତ ଥିବା ଲୋକ ବହୁ ବିଳମ୍ୱବରେ ଏହି ରୋଗ ସମ୍ପର୍କରେ ଜାଣିପାରନ୍ତି । ତେଣୁ ଏହି ରୋଗରେ ପୀଡିତ ରୋଗୀ ପ୍ରାୟତ ରୋଗର ଶେଷ ଅବସ୍ଥାରେ ଚିକିତ୍ସା ପାଇଁ ଯାଇଥାନ୍ତି । ଏକ ପରୀକ୍ଷଣରୁ ଜଣା ପଡିଛିଯେ ପୂର୍ବ ବର୍ଷ ତ ଉଲାନରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ୪.୭୫ ପ୍ରତିଶତ ବଢିଥିବା ବେଳେ ହାଇପରଟେନସନ ରୋଗୀଙ୍କ ସଂଖ୍ୟା ପ୍ରାୟ ୬.୨ ପ୍ରତିଶତ ବଢିଛି । କିନ୍ତୁ ଅନ୍ୟ ପକ୍ଷରେ ଭାରତୀୟ ମାନଙ୍କର ହାରାହାରି ଜୀବନ ଅବଧି କିଛି ମାତ୍ରାରେ ବଢିଛି ।

ଏହା ସହ ପଢନ୍ତୁ: ପାକିସ୍ତାନ ପଙ୍ଗପାଳର ଭାରତ ଉପରେ ଆକ୍ରମଣ, ନଷ୍ଟ କରୁଛନ୍ତି କୋଟି କୋଟି ଟଙ୍କାର ଫସଲ

୧୯୭୦ ମସିହାରୁ ୧୯୭୫ ମସିହା ଭିତରେ ଭାରତୀୟ ମାନଙ୍କ ହାରାହାରି ଜୀବନ ଅବଧି ୪୯.୭ ବର୍ଷ ଥିବା ବେଳେ ୨୦୧୨ ମସିହାରୁ ୨୦୧୬ ମସିହା ଭିତରେ ଏହା ୬୮.୭ ବର୍ଷକୁ ଛୁଇଁଛି । ମହିଳା ମାନଙ୍କ ଜୀବନ ଅବଧି ପୁରୁଷ ମାନଙ୍କ ଅପେକ୍ଷା ଅଧିକ ରହିଛି । ଅନିୟମିତ ଜୀବନଶୈଳୀ, ଆଧୁନିକ ଜୀବନଚର୍ଯ୍ୟା ଏହି ସବୁ ରୋଗ ଗୁଡିକ ହେବାର ପ୍ରମୁଖ କାରଣ ହୋଇଥାଏ । ହୁଏତ ବେଳହୁଁ ସତର୍କ ହେଲେ ଏହି ରୋଗ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିପାରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.