ବିବାହିତା ହୋଇ ବି ପବିତ୍ର ଏବଂ କୁଆଁରୀ ହେଉଛନ୍ତି ଏହି ୫ ନାରୀ : ଜାଣନ୍ତୁ କାହିଁକି

ଭାରତ ଭଳି ଏକ ପୁରୁଷ ପ୍ରଧାନ ସମାଜରେ ଲୋକମାନେ ନାରୀ ମାନଙ୍କୁ ପ୍ରଥମରୁ ହିଁ ସନ୍ଦେହ ନଜରରେ ଦେଖି ଆସୁଛନ୍ତି । ବୋଧେ ଏହି କାରଣ ପାଇଁ ତ୍ରେତୟା ଯୁଗରେ ବି କେବଳ ପ୍ରଜା ମାନଙ୍କ ପାଇଁ ମର୍ୟ୍ୟଦା ପୁରୁଷୋତ୍ତମ ରାମଚନ୍ଦ୍ର ମାତା ସୀତାଙ୍କ ଅଗ୍ନି ପରୀକ୍ଷା ନେଇଥିଲେ । ତେବେ ଆଜି ଆମେ ଏମିତି କିଛି ନାରୀଙ୍କ ବିଷୟରେ କହିବୁ ଯେଉଁମାନେ ବିବାହିତା ତଥା ପୁତ୍ର ପୁତ୍ରୀ ଥାଇ ମଧ୍ୟ ପବିତ୍ର ଏବଂ ସତୀରେ ଗଣାଯାଏ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା କିଏ ଏହି ନାରୀ ଏବଂ କାହିଁକି ଏମାନଙ୍କୁ କୁଆଁରୀ ବୋଲି କୁହାଯାଏ ।

ଅହଲ୍ଯା :

ahilya

ଋଷି ଗୌତମଙ୍କ ପତ୍ନୀ  ଅହଲ୍ଯା ଖୁବ୍ ସୁନ୍ଦର ଥିଲେ । ତାଙ୍କ ସୌନ୍ଦର୍ୟ୍ୟର ଚର୍ଚ୍ଚା ସ୍ବର୍ଗାଲୋକ ପର୍ୟ୍ୟନ୍ତ ବ୍ୟାପ୍ତ ଥିଲା । ତେଣୁ କାମାଶକ୍ତ ଇନ୍ଦ୍ର ଦିନେ ଭୋର୍ ସମୟରେ ଗୌତମ ଋଷିଙ୍କ ବେଶ ଧାରଣ କରି କିଛି ସମୟ ଅହଲ୍ଯାଙ୍କ ସହ ବିତାଇଥିଲେ । ଏକଥା ଯେତେବେଳେ ଗୌତମ ଋଷିଙ୍କୁ ଜଣା ପଡିଲା ସେତେବେଳେ ସେ କ୍ରୋଧରେ ଅହଲ୍ୟାଙ୍କୁ ଅଭିଶାପ ଦେଇ ପଥର କରିଦେଇଥିଲେ । କିନ୍ତୁ ଯେତେବେଳେ ନିଜ ପତିବ୍ରତା ଅହଲ୍ୟାଙ୍କ ସତ ଜାଣିପାରିଲେ ସେତେବେଳେ ଏହି ଅଭିଶାପରୁ ମୁକ୍ତି ପାଇବାର ଉପାୟ ବତାଇଥିଲେ । କହିଥିଲେ ଭଗବାନ୍ ଶ୍ରୀରାମଙ୍କ ଚରଣ ସ୍ପର୍ଷରେ ହିଁ ତାଙ୍କ ମୁକ୍ତିର ବାଟ । ପରେ ମହର୍ଷି ବିଶ୍ବାମିତ୍ରଙ୍କ ସହ ତାଡକା ବଧ ସମୟରେ ଅହଲ୍ୟାଙ୍କୁ ଶାପମୁକ୍ତ କରିଥିଲେ ଭଗବାନ୍ ଶ୍ରୀରାମ । ସେଥିପାଇଁ ଅହଲ୍ୟାଙ୍କୁ ପବିତ୍ର ଏବଂ କୁଆଁରୀ ଭାବରେ ଗଣାଯାଏ ।

ତାରା :
tara

ସମୁଦ୍ର ମନ୍ଥନ ସମୟରେ ତାରାଙ୍କୁ ସ୍ବୟଂ ଭଗବାନ୍ ବିଷ୍ଣୁ ପରମଶକ୍ତିଶାଳୀ ବାନରରାଜ ବାଳୀଙ୍କୁ ଦେଇଥିଲେ । ବାଳୀଙ୍କ ପତ୍ନୀ ତାରା ଖୁବ୍ ସୁନ୍ଦର ଏବଂ ବୁଦ୍ଧିମତୀ ଥିଲେ । ଯେତେବେଳେ ବାଳୀ ନିଜ ରାଜ୍ୟରୁ ସୁଗ୍ରୀବଙ୍କୁ ବାହାର କରି ଭାଇବୋହୂ ରୋମାଙ୍କୁ ନିଜ ଅଧୀନ କରିନେଇଥିଲା ସେତେବେଳେ ବାଳୀଙ୍କୁ ଏହି ଅନୈତିକ କାମ ପାଇଁ ବାଧା ଦେଇଥିଲେ ତାରା । କେବେଳ ସେତିକି ନୁହେଁ ବଧ ପୂର୍ବରୁ ବାଳୀଙ୍କୁ ରାମଙ୍କ ଶରଣରେ ଯିବା ପାଇଁ ପରାମର୍ଶ ଦେଇଥିଲେ । ଧାର୍ମିକ ଗ୍ରନ୍ଥରେ ତାରାଙ୍କୁ ପବିତ୍ର ଏବଂ କୁଆଁରୀ ବୋଲି କୁହାଯାଏ।

ମନ୍ଦୋଦରୀ :
mandodari

ରାକ୍ଷସ ରାଜ ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କୁ ତ୍ରେତୟା ଯୁଗର ସବୁଠାରୁ ସୁନ୍ଦର ମହିଳାଙ୍କ ମଧ୍ୟରେ ଗଣାଯାଏ । ବୁଦ୍ଧିମାନ ମନ୍ଦୋଦରୀଙ୍କ ସମସ୍ତ କଥା ରାବଣ ମାନୁଥିଲା । ସମସ୍ତ ନୈତିକ ଏବଂ ଅନୈତିକ କାମକୁ ନେଇ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳପ ସବୁଠାରୁ ପ୍ରସିଦ୍ଧ । ଯେପର୍ୟ୍ୟନ୍ତ ରାବଣ ନିଜ ପତ୍ନୀ ମନ୍ଦୋଦରୀଙ୍କ କଥା ଶୁଣୁଥିଲା ସେପର୍ୟ୍ୟନ୍ତ ଅଜେୟ ରହିଥିଲା । କିନ୍ତୁ ମନ୍ଦୋଦରୀଙ୍କ କଥା ଅଣଦେଖା କରିବା ପରେ ହିଁ ରାବଣର ପତନ ହୋଇଥିଲା । ଶାନ୍ତିମୟୀ ତଥା ଖୁବ୍ ବୁଦ୍ଧିମତାପୂର୍ଣ୍ଣ ଗୁଣ ଯୋଗୁଁ ମନ୍ଦୋଦରୀଙ୍କୁ ପବିତ୍ର ଏବଂ କୁଆଁରୀ କୁହାଯାଏ ।

ଦୌପଦୀ :
draupadi

ପାଂଚ ପତୀଙ୍କ ପତ୍ନୀ ତଥା ପାଂଚାଳ ନରେଶଙ୍କ ପୁତ୍ରୀ ଦୌପଦୀଙ୍କୁ ମହାଭାରତରେ ପାଂଚାଳୀ କୁହାଯାଏ । ମହର୍ଷି ବେଦବ୍ୟାସ ପ୍ରସନ୍ନ ହୋଇ ଦୌପଦୀଙ୍କୁ ଆଜୀବନ କୁଆଁରୀ ଏବଂ ପବିତ୍ର ହେବାର ବରଦାନ ଦେଇଥିଲେ । ପାଂଚ ପତୀଙ୍କର ଏକନିଷ୍ଠାରେ ସେବା କରୁଥିବା ଦୌପଦୀଙ୍କୁ ଆଜୀବନ କୁଆଁରୀ ଏବଂ ପାପ ବିନାଶିନୀ କୁହାଯାଏ । ଏହି ଗୁଣ ଯୋଗୁଁ ହିନ୍ଦୁ ଧର୍ମରେ ସତୀ ଅନସୂୟା ଏବଂ ସୀତାଙ୍କ ସହ ଦୌପଦୀଙ୍କୁ ମଧ୍ୟ ସତୀ କୁହାଯାଏ ।

କୁନ୍ତି :
kuntii

ହସ୍ତିନାପୁରର ରାଜା ପାଣ୍ଡୁଙ୍କ ପତ୍ନୀ କୁନ୍ତି ବିବାହ ପୂର୍ବରୁ ଋଷି ଦୁର୍ବାଶାଙ୍କ ମନ୍ତ୍ରରୁ ସୂର୍ୟ୍ୟଙ୍କୁ ଧ୍ୟାନ କରି ପୁତ୍ର ପ୍ରାପ୍ତ କରିଥିଲେ । ବିବାହ ପରେ ପଣ୍ଡୁଙ୍କ ଦେହାନ୍ତ ପରେ ବଂଶର ଅନ୍ତ ନହେବ ପାଇଁ ଉକ୍ତ ମନ୍ତ୍ର ବ୍ୟବହାର କରି ଭିନ୍ନ ଭିନ୍ନ ଦେବତାଙ୍କଠାରୁ ସନ୍ତାନ ପ୍ରାପ୍ତ କରିଥିଲେ । ଯେଉଁଥିପାଇଁ ତାଙ୍କୁ କୁଆଁରୀ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.