Below header

କୁଞ୍ଚୁ କୁଂଚିଆ କେଶରେ ଲଗାନ୍ତୁ ଦହିର ମାସ୍କ, ଦେଖିବେ ଚତ୍ମକାର !

କୁଞ୍ଚୁ କୁଂଚିଆ କେଶ ସମସ୍ତଙ୍କୁ ପସନ୍ଦ ଆସିଥାଏ । କିନ୍ତୁ ଏହାକୁ ସମ୍ଭାଳିବା ଏବଂ ଏହାର ଯତ୍ନ ଖିବା ବହୁତ କଷ୍ଟ କାମ ହୋଇଥାଏ । ସିଧା ଏବଂ ଲମ୍ବା କେଶ ଥିବା ମହିଳା ମାନଙ୍କର ହେୟାର ଷ୍ଟାଇଲ୍ ବଦଳାଇବା ଅତି ସହଜ ହୋଇଥାଏ କିନ୍ତୁ କୁଞ୍ଚୁ କୁଂଚିଆ କେଶ ଥିବା ମହିଳାଙ୍କ ପାଇଁ ଏହା କଷ୍ଟକର ହୋଇଥାଏ । ଯଦି ଆପଣ ପ୍ରାକୃତିକ ଉପାୟରେ କୁଞ୍ଚୁ କୁଂଚିଆ କେଶର ଦେଖାଶୁଣା କରିବେ ତ’ ସେ ବହୁତ ସୁନ୍ଦର ଦିଶିଥାଏ । ଏହାକୁ ସୁନ୍ଦର ଏବଂ ସ୍ବାସ୍ଥ୍ୟକର କରିବା ପାଇଁ କିଛି ସ୍ପେସିୟଲ୍ ସାମ୍ପୁ ଓ କଂଡିସନର ବ୍ୟବହାର କରନ୍ତୁ । ଆଜି ଆମେ ଆପଣଙ୍କୁ କୁଞ୍ଚୁ କୁଂଚିଆ କେଶ ପାଇଁ ଦହି ମାକ୍ସର ବ୍ୟବହାର ବିଷୟରେ ଜଣାଇବୁ ।

ଦହିର ମାକ୍ସ :

Curd and Egg Hair Mask

ଏହି ମାସ୍କକୁ ପ୍ରସ୍ତୁତ କରିବା ଅତି ସହଜ ଆଉ କେହିବି ଏହାକୁ ତିଆରି କରିପାରିବେ । ଏହାକୁ ତିଆରି କରିବା ପାଇଁ ଆପଣଙ୍କୁ ୨୫୦ଗ୍ରାମର ଦହି, ଆଲୋବେରା ଗଛରୁ ଭଙ୍ଗା ଯାଇଥିବା ଗୋଟେ ଛୋଟ ପାଖୁଡା ଓ ଗୋଟିଏ ଅଣ୍ଡା । ଏବେ ଏହା ସବୁକୁ ଏକ ପାତ୍ରରେ ଏକତ୍ର ଭଲଭାବେ ମିଶାଇ ନିଅନ୍ତୁ । ଏବେ ଏହି ପେଷ୍ଟକୁ କେଶର ମୂଳରେ ଲଗାଇ ହାତ ସାହାଯ୍ୟରେ ହାଲକା ମାଲିସ୍ କରନ୍ତୁ । ଏହି ପେଷ୍ଟକୁ ଆପଣ ସପ୍ତାହରେ ଦୁଇରୁ ତିନି ଥର ଲଗାଇପାରିବେ । ଆପଣ ନିଜେ ଦେଖିବେ କି ଆପଣଙ୍କ କେଶ ଆଗ ଠାରୁ ଅଧିକ ନରମ, ରେଶମୀ ଏବଂ ଭଲ ଦେଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.