ଚାଣକ୍ୟ ନୀତି: ଏହି ଲୋକଙ୍କ ଉପରେ କେବେ ବି ରୁହେ ନାହିଁ ମା’ ଲକ୍ଷ୍ମୀଙ୍କ କୃପା, ସବୁବେଳେ ଦାରିଦ୍ର୍ୟରେ କଟିଥାଏ ଜୀବନ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଜୀବନ ଜିଇଁବାର ଠିକ୍‌ ମାର୍ଗ ଦେଖାଇଥାଏ। ଏହା ପ୍ରତ୍ୟେକ ସ୍ଥିତି ସହ ମୁକାବିଲା କରିବାର ମନ୍ତ୍ର ଶିଖାଇଥାଏ। ଏହି ନୀତିଗୁଡ଼ିକୁ ଆପଣାଇ ବ୍ୟକ୍ତି ନିଶ୍ଚୟ ସଫଳତା ହାସଲ କରିଥାଏ। ଆଚାର୍ଯ୍ୟ ଚାଣକ୍ୟ ଜୀବନ ଜିଇଁବାର ନିୟମ ବିଷୟରେ କହିବା ସହିତ ସେହି ଜିନିଷଗୁଡ଼ିକ ମଧ୍ୟ କହିଛନ୍ତି, ଯାହା ପାଇଁ ଜୀବନରେ ସମସ୍ୟା ମାଡ଼ି ଆସିଥାଏ। ଆଜି ଆମେ ଜାଣିବା କି, କେଉଁ ଲୋକମାନଙ୍କ ପାଖକୁ ସଫଳତା ଏବଂ ପଇସା ଆସି ନ ଥାଏ।

ଅଧିକ ସମୟ ଯାଏ ଶୋଉଥିବା ଲୋକ: ଯେଉଁ ଲୋକ ଅଧିକ ସମୟ ଯାଏ ଶୋଇଥାଆନ୍ତି, ସେମାନଙ୍କୁ ଜୀବନରେ ପଇସା ଅଭାବଜନିତ ସମସ୍ୟା ଭୋଗିବାକୁ ପଡ଼ିଥାଏ। ମା’ ଲକ୍ଷ୍ମୀ ଅଧିକ ସମୟ ଯାଏ ଶୋଉଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ। ଏଥିପାଇଁ ସେମାନଙ୍କ ଉପରେ କୃପା କରନ୍ତି ନାହିଁ।

କଟୁ କଥା କହୁଥିବା ଲୋକ: କଠୋର କଥା କିମ୍ବା ଅସଭ୍ୟ ଆଚରଣ କରୁଥିବା ଲୋକଙ୍କୁ କେହି ବି ପସନ୍ଦ କରନ୍ତି ନାହିଁ। ଏମିତି ଲୋକଙ୍କୁ ମା’ ଲକ୍ଷ୍ମୀ ନାପସନ୍ଦ କରନ୍ତି। କଟୁ କଥା କହୁଥିବା ଲୋକଙ୍କୁ ସାଙ୍ଗସାଥୀ, ସମ୍ପର୍କୀୟମାନେ ବି ପସନ୍ଦ କରନ୍ତି ନାହିଁ। ଏମାନଙ୍କ ପାଖରେ ପଇସା ରହି ନ ଥାଏ।

ସଫାସୁତରା ରହୁ ନ ଥିବା ଲୋକ: ପ୍ରତ୍ୟେକ ଦିନ ଗାଧୋଇବା, ଦାନ୍ତ ସଫା କରିବା ଏବଂ ସଫା କପଡ଼ା ପିନ୍ଧିବା ବହୁତ ଜରୁରୀ ହୋଇଥାଏ। ସଫାସୁତରା ରହୁ ନ ଥିବା ଲୋକଙ୍କୁ ମା’ ଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ। ସେହି ଜାଗାରେ ମା’ ଲକ୍ଷ୍ମୀ ରହି ନ ଥାଆନ୍ତି, ଯେଉଁଠି ସଫାସୁତରା ନ ଥାଏ।

ଧୋକା ଦେଉଥିବା ଲୋକ: ଧୋକାବାଜ ଲୋକଙ୍କ ଅସଲ ଚେହେରା ସାମ୍ନାକୁ ଆସିବା ପରେ ତାଙ୍କ ଉପରେ କେହି ଭରସା ବା ବିଶ୍ୱାସ କରି ନ ଥାଆନ୍ତି। ଏମିତି ଲୋକଙ୍କ ଉପରେ ମା’ ଲକ୍ଷ୍ମୀ କୃପା କରନ୍ତି ନାହିଁ।

ଅଧିକ ଭୋଜନ କରୁଥିବା ଲୋକ: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ବ୍ୟକ୍ତିକୁ ସବୁବେଳେ ସେତିକି ଭୋଜନ କରିବା ଉଚିତ, ଯେମିକି ଶରୀର ଆବଶ୍ୟକ କରିଥାଏ। ଅଧିକ ଭୋଜନ କରିବା ଦ୍ୱାରା ଅନେକ ରୋଗ ମାଡ଼ି ବସିଥାଏ। ଅସୁସ୍ଥ ବ୍ୟକ୍ତି ଧନ ଉପାର୍ଜନ କରିବା ବଦଳରେ ଚିକିତ୍ସାରେ ଅଧିକ ପଇସା ଖର୍ଚ୍ଚ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.