ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ, ନୂତନ ସଦସ୍ୟଙ୍କୁ ନେଇ ଗଠନ ହେବ ବିଭିନ୍ନ ବିଭାଗର ସବ୍‌କମିଟି

ପୁରୀ(କେନ୍ଯୁଜ୍):ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ନୂତନ ଭାବେ ଗଠିତ ହୋଇଥିବା ପରିଚାଳନା କମିଟିର ବୈଠକ ଦିନ ୧୧ଟାରେ ବୈଠକ ଅନୁଷ୍ଠିତ ହେବ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ, ଏସ୍‌ପି ଓ ନୂତନ ଭାବେ ମନୋନୀତ ହୋଇଥିବା ସଦସ୍ୟ ଯୋଗଦେବେ ।

ନୂତନ ସଦସ୍ୟଙ୍କୁ ନେଇ ବିଭିନ୍ନ ବିଭାଗର ସବ୍‌କମିଟି ଆଜି ଗଠନ ହେବ। ରଥଯାତ୍ରା ପରେ ଏହା ପ୍ରଥମ ବୈଠକ ହୋଇଥିବାରୁ ରଥଯାତ୍ରା ପରିଚାଳନା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯିବ । ଏହାଛଡା ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ, ସେବାୟତ କଲ୍ୟାଣ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.