ଏବେ ପୃଥିବୀରେ ଆଗ୍ନେୟଗିରି ବିସ୍ଫୋରଣକୁ ନେଇ ପୂର୍ବାନୁମାନ କରିବ Drone, ଦେବ ଚାଞ୍ଚଲ୍ୟକର ତଥ୍ୟ

ପୃଥିବୀରେ ପାଖାପାଖି ୩୦୦ ସକ୍ରିୟ ଆଗ୍ନେୟଗିରି ରହିଛି। ଏଗୁଡ଼ିକ ଉପରେ ନଜର ରଖିବା ଏକ ଚ୍ୟାଲେଞ୍ଜର କାମ। ଏହା ବିଷୟରେ ପୂର୍ବାନୁମାନ ଲଗାଇବା ମଧ୍ୟ ସହଜ ନୁହେଁ। ଉଦାହରଣ ସ୍ୱରୂପ, ଏଗୁଡ଼ିକ ବିସ୍ଫୋରଣ ହେବା ପୂର୍ବରୁ ଯେମିତି ଚେତାବନୀ ଜାରି କରାଯାଇପାରିବ। ଏପରିକି, ଆଗ୍ନେୟଗିରିରୁ ବାହାରୁଥିବା ଗ୍ୟାସକୁ ମାପ କରିବା ମଧ୍ୟ ବହୁତ କଠିନ। କିନ୍ତୁ ଏବେ ବୈଜ୍ଞାନିକମାନେ ଏ ସମସ୍ତ ସମସ୍ୟାର ଗୋଟିଏ ସମାଧାନ ବାହାର କରିଛନ୍ତି।

hj

ନୂଆ ରିପୋର୍ଟ ମୁତାବକ, ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ଧରଣର Drone ବିକଶିତ କରିଛନ୍ତି, ଯାହା ‘ପାପୁଆ ନ୍ୟୁ ଗିନି’ର ସକ୍ରିୟ ଆଗ୍ନେୟଗିରିରୁ ତଥ୍ୟ ଜମା କରିବାରେ ସାହାଯ୍ୟ କରିବ। ଏହା ସ୍ଥାନୀୟ ଲୋକଙ୍କ ନିକଟସ୍ଥ ଆଗ୍ନେୟଗିରି ଉପରେ ନଜର ରଖିବା ସାଙ୍ଗକୁ ଭବିଷ୍ୟତରେ ହେବାକୁ ଥିବା ବିସ୍ଫୋରଣ ବିଷୟରେ ମଧ୍ୟ ସୂଚନା ଦେଇପାରିବ।

ଏହି Drone ଜରିଆରେ ପୃଥିବୀରେ କେଉଁ ଆଗ୍ନେୟଗିରି ଅଧିକ ସକ୍ରିୟ ଏବଂ ଦୁର୍ଗମ, ତାହା ଜଣାପଡ଼ିବ। ଏହାଛଡା ଆଗ୍ନେୟଗିରିଗୁଡ଼ିକ କାର୍ବନ ଚକ୍ରରେ କେଉଁ ଭୂମିକା ଗ୍ରହଣ କରୁଛନ୍ତି, ସେହି ତଥ୍ୟ ବି ସାମ୍ନାକୁ ଆସିପାରିବ। ଆଗ୍ନେୟଗିରିର ପୂର୍ବାନୁମାନ କରିପାରୁଥିବା ଏହି Droneକୁ ‘ପାପୁଆ ନ୍ୟୁ ଗିନି’ର ଉତ୍ତର-ପୂର୍ବ ତଟ ନିକଟରୁ ମାତ୍ର ୧୦ କିମି ଦୂର ଦ୍ବୀପରେ ଥିବା ମନାମ ଆଗ୍ନେୟଗିରିରେ ଲଗାଯାଇଛି। ଆଗ୍ନେୟଗିରି ଥିବା ଏହି ଦ୍ଵୀପରେ ୯ ହଜାର ଲୋକ ରହୁଛନ୍ତି। ମନାମ ମୋଟୁ ଆଗ୍ନେୟଗିରି ଏହି ଦେଶର ସବୁଠୁ ସକ୍ରିୟ ଆଗ୍ନେୟଗିରି।

yu

ବୈଜ୍ଞାନିକମାନେ ଆହୁରି ମଧ୍ୟ ତଥ୍ୟ ବାହାର କରିଛନ୍ତି ଯେ ଏହି Drone ଆଖପାଖ ଅଞ୍ଚଳରେ ଭୁକମ୍ପିୟ ଗତିବିଧି ଉପରେ ନଜର ରଖି ଭୂମିକମ୍ପ ଝଟକାକୁ ମଧ୍ୟ ଜାଣିପାରିବ। ଏହି ଝଟକା ଆଗ୍ନେୟଗିରି ବିସ୍ଫୋରଣ ପୂର୍ବରୁ ଆସିଥାଏ। ତେବେ ଏକ ଅନ୍ତଃରାଷ୍ଟ୍ରୀୟ ଟିମ ୨୦୧୮ ଅକ୍ଟୋବରରୁ ନେଇ ୨୦୧୯ ମେ’ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ Droneର ପରୀକ୍ଷଣ କରିଥିଲେ। ଏହି Droneରେ ଗ୍ୟାସ ସେନ୍ସର, କ୍ୟାମେରା ଏବଂ ଅନ୍ୟାନ୍ୟ ଉପକରଣ ରହିଥିଲା।

dfg

କହି ରଖୁଛୁ, ଆଗ୍ନେୟଗିରିରୁ ବାହାରୁଥିବା ଗ୍ୟାସ ଅନେକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯାଇଥାଏ, ଯଦ୍ଦ୍ୱାରା ଲୋକମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ବର୍ତ୍ତମାନ Drone ଏ ସବୁକୁ ଅବଲୋକନ କରି ଏହା ସମ୍ବନ୍ଧିତ ତଥ୍ୟ ଜମା କରିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.