Below header

ମାତ୍ର ତିନିଟି ଦସ୍ତାବିଜ ଦାଖଲ କରି ସହଜରେ ବନେଇ ପାରିବେ କିଷାନ କ୍ରେଡିଟ କାର୍ଡ, ହେବେ ନାହିଁ କୌଣସି ବ୍ୟାଙ୍କ ଠକେଇର ଶିକାର

କରୋନା ସଙ୍କଟ ସମୟରେ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ଆତ୍ମନିର୍ଭର ଭାରତ ଯୋଜନା ଜରିଆରେ ୨.୫ କୋଟି କୃଷକଙ୍କୁ “କିଷାନ କ୍ରେଡିଟ କାର୍ଡ” ଅଧୀନକୁ ଆଣିବା ନେଇ ଘୋଷଣା କରିଥିଲେ । କେନ୍ଦ୍ର ସରକାର ବି ଏହି ଯୋଜନା ମାଧ୍ୟମକୁ ନେଇ ଅନେକ ପଦକ୍ଷେପ ନେଇଛନ୍ତି । ଏହା ସହ ଚାଷୀ ମାନଙ୍କ ସୁବିଧା ପାଇଁ କିଷାନ କ୍ରେଡିଟ କାର୍ଡ଼ ସ୍କିମକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସହ ଲିଙ୍କ କରି ଦିଆଯାଇଛି । ଏହାବାଦ ପିଏମ କିଷାନ ସ୍କିମ ୱେବ ସାଇଟରେ କେସିସି ଫର୍ମ ଉପଲବ୍ଧ କରାଯାଇଛି । ଆଉ କିପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଗ୍ରାହକ ଏହାର ଲାଭ ଉଠାଇ ପାରିବେ ସେ ନେଇ ପଦକ୍ଷେପ ନିଆଯାଇଛି । କିପରି କମ ରୁ କମ ଦସ୍ତାବିଜ ବ୍ୟବହାର କରି ଆକାଉଣ୍ଟ ଖୋଲାଯାଇପାରିବ ସେନେଇ ମାତ୍ର ତିନିଟି ଜରୁରୀ କାଗଜ ଆବଶ୍ୟକ ବୋଲି ଘୋଷଣା କରାଯାଇଛି ।

kisan

ଆଧାର କାର୍ଡ, ପ୍ୟାନ ନମ୍ବର, ଫଟୋ ବ୍ୟବହାର କରି ଆପଣ ଫର୍ମ ପୁରଣ କରିପାରିବେ । ଏହା ପରେ ଆପଣଙ୍କର ଅନ୍ୟ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଅଛିକି ନାହିଁ, ସେଥିରେ ଆପଣ କରଜ ଦାର ଅଛନ୍ତି କି ସେନେଇ ବ୍ୟାଙ୍କ ତରଫରୁ ତନାଘନା କରାଯିବ | ଆଉ ଏକ ଜରୁରୀ କଥା ହେଉଛି କେସିସି ପରିଧିକୁ ବଢ଼ା ଯାଇଛି । କ୍ଷେତ ଚାଷୀଙ୍କ ବ୍ୟତୀତ ପଶୁପାଳନ, ମତ୍ସ୍ୟ ପାଳନ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ ବୋଲି ଘୋଷଣା ହୋଇଛି । ଏଥିପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିଯାଇପାରିବ । ଏଥିପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ରଖା ଯାଇଥିବା ବେଳେ ସର୍ବାଧିକ ବୟସ ୭୫ ବର୍ଷ ରଖାଯାଇଛି ।

କେସିସି ଅଧୀନରେ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଦ୍ଧା ହାରରେ ୩ ଲକ୍ଷ ପର୍ଯ୍ୟନ୍ତ ସୁଧ ମିଳିଯାଇପାରିବ । ଆଉ ସମୟରେ କିସ୍ତି ଦେଲେ ୩ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରିବ । ଅର୍ଥାତ ସଚ୍ଚୋଟ କୃଷକ ମାନଙ୍କୁ ମାତ୍ର ୪ ପ୍ରତିଶତ ହାରରେ ହିଁ ଋଣ ମିଳିବ ।  ପିଏମ କିଷାନ ସ୍କିମ ଅନୁଯାୟୀ ଦେଶର ୧୧ କୋଟି କୃଷକଙ୍କ ଭୂମି ରେକର୍ଡ ଓ ସେମାନଙ୍କ ବାୟୋ ମେଟ୍ରିକ କେନ୍ଦ୍ର ସରକାରଙ୍କ ନିକଟରେ ରହୁଥିବାରୁ ଦୁଇ ସ୍କିମକୁ ଯୋଡି଼ ଦିଆଯାଇଥିବାରୁ ବ୍ୟାଙ୍କ ତରଫରୁ କୌଣସି ପ୍ରକାର ଠକାମୀ କରାଯାଇପାରିବ ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.