SC/ST ଛାତ୍ରଛାତ୍ରୀଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ହେବନି ପରିବର୍ତ୍ତନ, ପ୍ରଚଳିତ ହାରରେ ପାଇବେ ବୃତ୍ତି ରାଶି

କେନ୍ୟୁଜ (ବ୍ୟୁରୋ): SC/ST ଛାତ୍ରଛାତ୍ରୀଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ପରିବର୍ତ୍ତନ ହେବନାହିଁ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନେ ପ୍ରଚଳିତ ହାରରେ ସ୍କଲରାସିପ୍‌ ପାଇବେ। ଏ ସମ୍ପର୍କରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ RESOLUTIONକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି। ଏ ସଂପର୍କିତ ଫାଇଲ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.