Below header

ଗୁପ୍ତ ହିଁ ରଖିବା ଉଚିତ୍‌ ନିଜର ଏହି ୭ଟି କଥା; କାହାକୁ କହିଦେଲେ ଧୋକା, ଅପମାନ ଛଡ଼ା ଆଉ କିଛି ମିଳେ ନାହିଁ

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସିକ୍ରେଟ କଥା ରହିଥାଏ, ଆଉ ଏହାକୁ ସର୍ବଦା ସିକ୍ରେଟ୍ ହିଁ ରଖିବା ଉଚିତ। କାହିଁକି ନା, ବ୍ୟକ୍ତିଗତ କଥାକୁ ସିକ୍ରେଟ୍ ନ ରଖିଲେ, ନିଜର ହିଁ କ୍ଷତି ଓ ଅପମାନ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ୫ଟି କଥା କହିବାକୁ ଯାଉଛୁ, ଯାହାକୁ ଆପଣ ନିଜ ଭିତରେ ହିଁ ସୀମିତ ରଖିବା ଉଚିତ। ଅର୍ଥାତ୍ ଜୀବନର ଏମିତି କଥାର ରାଜ୍ ଆଦୌ ଖୋଲିବା ଉଚିତ ନୁହେଁ।

୧. ଗୁରୁମନ୍ତ୍ର: ଯଦି ଆପଣଙ୍କ ଗୁରୁଙ୍କଠାରୁ କୌଣସି ମନ୍ତ୍ର ନେଇଛନ୍ତି, ତା’ହେଲେ ତାକୁ ଗୁପ୍ତ ରଖିବା ଉଚିତ। କାହିଁକି ନା, ଗୁରୁମନ୍ତ୍ର ସେତେବେଳେ ସିଦ୍ଧ ହୋଇଥାଏ, ଯେତେବେଳେ ଏହାକୁ ଅନ୍ୟଜଣଙ୍କ ଆଗରେ ଲୁଚାଇ ରଖାଯିବ।

୨. ଗୁପ୍ତ ଦାନ: ଶାସ୍ତ୍ରରେ ଗୁପ୍ତ ଦାନର ବିଶେଷ ମହତ୍ତ୍ୱ ବିଷୟରେ କୁହାଯାଇଛି। କୁହାଯାଏ କି, ଯେଉଁ ବ୍ୟକ୍ତି ଗୁପ୍ତରେ ଦାନ କରିଥାଏ, ତାଙ୍କୁ ଅକ୍ଷୟ ପୁଣ୍ୟ ସହ ଦେବଦେବୀଙ୍କର ଆଶୀର୍ବାଦ ମିଳିଥାଏ। ଗୁପ୍ତ ଦାନ ବିଷୟରେ କାହାକୁ ବି କୁହାଯାଇ ନ ଥାଏ।

୩. ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା/କଥାବାର୍ତ୍ତା: ସ୍ୱାମୀ-ସ୍ତ୍ରୀଙ୍କ ଭିତରର ବାଦବିବାଦ କେବେ ବି ତୃତୀୟ ବ୍ୟକ୍ତିଙ୍କୁ କହିବା ଉଚିତ ନୁହେଁ। କାରଣ, ସେହି ତୃତୀୟ ବ୍ୟକ୍ତି ଜଣକ ଆପଣଙ୍କ ଝଗଡ଼ାର କେତେବେଳେ ବି ଲାଭ ଉଠାଇ ପାରେ।

୪. ବୟସ: ନିଜକୁ ଯୁବା ଦେଖାଇବା ପାଇଁ ଅନେକ ଲୋକ ନିଜ ବୟସକୁ ଅନ୍ୟ ଆଗରେ ଲୁଚାଇ ଥାଆନ୍ତି। ବୟସ ବି ଲୁଚାଇବା ଦରକାର। କିନ୍ତୁ କେବେ ବି ବୟସକୁ ଆପଣଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ, ଯଦ୍ଦ୍ଵାରା ଆପଣଙ୍କ ଶକ୍ତି ଏବଂ ଉତ୍ସାହ କମିଯିବ।

୫. ଔଷଧ: ଏମିତି କିଛି ଔଷଧ ଥାଏ, ଯାହାକୁ ଲୁଚାଇ ରଖାଯିବା ହିଁ ଲାଭଦାୟକ ହୋଇଥାଏ। ଏହାସହ ଔଷଧକୁ ପବନ ଏବଂ ଆଲୋକ ଠାରୁ ଦୂରେଇ ରଖିବା ଉଚିତ। ଏହାଦ୍ୱାରା ଔଷଧ ପ୍ରଭାବଶାଳୀ ରହିଥାଏ।

୬: ପରିବାର ସହ ଜଡିତ ଗୋପନୀୟ କଥା: ଯଦି ଆପଣଙ୍କ ପରିବାରରେ କୌଣସି ପ୍ରକାରର ମତଭେଦ କି ଝଗଡ଼ା ଲାଗିଥାଏ, ତ ଭୁଲ୍‌ରେ ବି ଘରର କଥାଗୁଡ଼ିକୁ ଅନ୍ୟ କାହା ଆଗରେ ସେୟାର କରିବା ଉଚିତ୍ ନୁହେଁ। ଏହି କାରଣରୁ ଆପଣଙ୍କୁ ଅପମାନର ସାମ୍ନା ତ କରିବାକୁ ପଡ଼ିଥାଏ, ଏଥି ସହିତ ସମୟ ଆସିଲେ ଲୋକମାନେ ଆପଣଙ୍କ ସମ୍ପର୍କରେ ଦେଖା ଦେଇଥିବା ଫାଟର ଲାଭ ମଧ୍ୟ ଉଠାଇ ପାରନ୍ତି।

୭: କୌଣସି ଜାଗାରେ ହୋଇଥିବା ନିଜର ଅପମାନ: ନୀତିଶାସ୍ତ୍ର କହୁଛି ଯେ ଯଦି କେଉଁଠି ବି ଆପଣଙ୍କର ଅପମାନ ହୋଇଛି, ତ ଭୁଲ୍‌ରେ ସୁଦ୍ଧା କାହା ସାମ୍ନାରେ ବଖାଣନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କୁ ଉପହାସର ପାତ୍ର ହେବାକୁ ପଡ଼ିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.