Go Firstର ଜବରଦସ୍ତ ଅଫର୍‌, ଉଭୟ ଡୋଜ୍‌ ଟିକା ନେଇଥିବା ଯାତ୍ରୀଙ୍କୁ ମିଳିବ ଏତେ ରିହାତି! ଘରୋଇ ଉଡ଼ାଣ ଉପରେ ଉଠାନ୍ତୁ ଲାଭ

ବର୍ତ୍ତମାନ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ମହାରାଷ୍ଟ୍ର ଓ ଦିଲ୍ଲୀରେ ନୂଆ ଭାରିଆଣ୍ଟ ଜନିତ ସଂକ୍ରମଣ ବୃଦ୍ଧି ପାଉଛି। ଏ ଯାଏ ୧୨ ରାଜ୍ୟରେ ସଂକ୍ରମଣ ବ୍ୟାପି ସାରିଲାଣି। ଏହି ଦୃଷ୍ଟିରୁ ଦେଶରେ କରୋନା ବିରୋଧରେ ଟିକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏ ପର୍ଯ୍ୟନ୍ତ ଲୋକଙ୍କୁ ଟିକାର ୧୦୦ କୋଟିରୁ ଅଧିକ ଡୋଜ ଦିଆଯାଇ ସାରିଲାଣି। ଏହାରି ଭିତରେ Go First ଏକ ବଢ଼ିଆ ଅଫର ଆଣିଛି ଏବଂ ଟିକାର ଉଭୟ ଡୋଜ ନେଇଥିବା ଯାତ୍ରୀଙ୍କୁ ଭଡାରେ ଜବରଦସ୍ତ ରିହାତି ପ୍ରଦାନ କରୁଛି।

ଘରୋଇ ଉଡ଼ାଣ ଉପରେ ମିଳିବ ରିହାତି

Go Firstର କହିବା ହେଲା କି, ଯେଉଁ ଯାତ୍ରୀମାନେ ଭ୍ୟାକ୍ସିନର ଦୁଇଟି ଡୋଜ୍‌ ନେଇ ସାରିଛନ୍ତି, ସେମାନଙ୍କୁ ଏହାର ଘରୋଇ ଉଡ଼ାଣର ଭଡ଼ା ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଏଥିପାଇଁ କମ୍ପାନୀ GOVACCI ସ୍କିମ୍ ଉପସ୍ଥାପନ କରିଛି। ପୂର୍ବରୁ Go Air ନାମରେ ଜଣା ଯାଉଥିବା କମ୍ପାନୀ Go Firstର କହିବା ହେଲା ଯେ ଏହି ଅଫର କେବଳ ଭାରତରେ ରହୁଥିବା ଲୋକଙ୍କ ପାଇଁ ଉପଲବ୍ଧ। ଏହି ରିହାତି ନେବା ପାଇଁ ଗ୍ରାହକମାନଙ୍କୁ ବିମାନ ବୁକିଂ ସମୟରେ ପ୍ରୋମୋ କୋଡ୍ ବିକଳ୍ପରେ GOVACCI ଦେବାକୁ ହେବ।

ଦେଖାଇବାକୁ ହେବ ଟିକାକରଣ ସାର୍ଟିଫିକେଟ

ଏହି ସ୍କିମର ଲାଭ ଉଠାଇବା ପାଇଁ ଯାତ୍ରୀମାନଙ୍କୁ ନିଜ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା କୋଭିଡ୍‌ ଟିକାକରଣ ପ୍ରମାଣପତ୍ର ରଖିବା ଅନିବାର୍ଯ୍ୟ ହେବ କିମ୍ବା ବିମାନ ବନ୍ଦରରେ ଚେକ୍‌ ଇନ କାଉଣ୍ଟରରେ ଆରୋଗ୍ୟ ସେତୁ (Aarogya Setu) ଆପ୍‌ରେ ନିଜର ଟିକାକରଣ ଷ୍ଟାଟସ୍‌ ଦେଖାଇବାକୁ ହେବ।

୧୫ ଦିନ ପୂର୍ବରୁ କରିବାକୁ ହେବ ବୁକିଂ

ଏହି ସ୍କିମ୍‌ର ଲାଭ ଯାତ୍ରୀମାନଙ୍କୁ ସେତେବେଳେ ମିଳିବ, ଯେତେବେଳେ ସେମାନଙ୍କ ଟିକେଟ୍‌ ଯାତ୍ରାର ୧୫ ଦିନ ପୂର୍ବରୁ ବୁକ୍‌ କରାଯିବ। ଏଥି ସହିତ କେବଳ Go Firstର ୱେବସାଇଟ୍ କିମ୍ବା ଆପରୁ ଟିକେଟ୍ ବୁକିଂ ଉପରେ ହିଁ ଏହି ଅଫର୍‌ ବୈଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.