ଯୋଗିନୀ ଏକାଦଶୀ କରନ୍ତୁ ନାହିଁ ଏହିସବୁ ଭୁଲ, ନଚେତ ବ୍ରତର ପୁଣ୍ୟ ଫଳ ମିଳିବ ନାହିଁ

ହିନ୍ଦୁ ଧର୍ମ କ୍ୟାଲେଣ୍ଡର ଅନୁସାରେ ଆଷାଢ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଯୋଗିନୀ ଏକାଦଶୀ ବ୍ରତ ରଖଯାଏ। ମାନ୍ୟତା ଅନୁଯାୟୀ ଯୋଗିନୀ ଏକାଦଶୀ ବ୍ରତ କରିବା ଦ୍ୱାରା ସବୁଥିରୁ ମୁକ୍ତି ମିଳିଥାଏ। ଏହି ବ୍ରତରେ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ। ପୂଜା କରିବା ସମୟରେ ଯୋଗିନୀ ଏକାଦଶୀ ବ୍ରତ କଥା ନିଶ୍ଚିତ ଭାବେ ପଢନ୍ତୁ। ଏହି ବ୍ରତ କଥା ପଢିବା ଏବଂ ଶୁଣିବା ଦ୍ୱାରା ସମସ୍ତ ପାପ ନାଶ ହୁଏ। ପୌରାଣିକ ଧାର୍ମିକ କଥା ଅନୁସାରେ ଏହି ଦିନ ବ୍ରତ ରଖିବା ଦ୍ୱାରା କୁଷ୍ଠ ରୋଗରୁ ମୁକ୍ତି ମିଳିଥାଏ।
ଯୋଗିନୀ ଏକାଦଶୀ ବ୍ରତ କଥା :
ସ୍ୱର୍ଗର ଅଳକାପୁରୀ ନାମକ ନଗରୀରେ ଶିବ ଉପାସକ କୁବେର ନାମକ ରାଜା ରହୁଥିଲେ। ପୂଜା ପାଇଁ ହେମ ନାମକ ମାଳି ପ୍ରତିଦିନ ଫୁଲ ନେଇ ଯାଇଥାନ୍ତି। ଥରେ ହେମ ନିଜ ପତ୍ନୀ ବିଶାଲାକ୍ଷୀଙ୍କୁ ମାନସରୋବରରେ ସ୍ନାନ କରିବା ସମୟରେ ଦେଖି କାମୁକ ହୋଇଗଲେ ଏବଂ ଆଉ ଫୁଲ ନେଇ ଯିବାରେ ବିଳମ୍ବ କରିଦେଲେ। ଯାହା ଯୋଗୁଁ ରାଜା କ୍ରୋଧିତ ହୋଇ ହେମଙ୍କୁ ଅଭିଶାପ ଦେଇଥିଲେ।
ରାଜା କୁବେର ହେମ ମାଳିଙ୍କୁ କହିଥିଲେ, ତୁ କାମ ବାସନରେ ଭଗବାନ ଶିବଙ୍କୁ ଅନାଦର କରିଛୁ। ଆଉ ମୁଁ ତୋତେ ଅଭିଶାପ ଦେଉଛି କି, ତୁ ସ୍ତ୍ରୀ ବିୟୋଗ ସହିବୁ ଏବଂ ମୃତ୍ୟୁଲୋକ ଯାଇ କୁଷ୍ଠ ରୋଗରେ ପୀଡିତ ହେବୁ। କୁବେରଙ୍କ ଅଭିଶାପରେ ହେମର ସ୍ୱର୍ଗରୁ ପତନ ହୋଇ ପୃଥିବୀ ପୃଷ୍ଠକୁ ପଡିଥିଲେ। ପୃଥିବୀ ପୃଷ୍ଠରେ ହେମଙ୍କ ଶରୀର କୁଷ୍ଠ ରୋଗରେ ପୀଡିତ ହେଲା ଏବଂ ସେ ଅନେକ ଦିନ ପର୍ଯ୍ୟନ୍ତ କଷ୍ଟ ଭୋଗିଲେ।
ଥରେ ମାର୍କଣ୍ଡ ଋଷି ଆଶ୍ରମ ଯାଇଥିଲେ। ସେଠାରେ ହେମକୁ ଦେଖି ଋଷି କହିଥିଲେ, ତୁ କ’ଣ ପାପ କରିଥିଲୁ କି, ତୋର ଏପରି ଅବସ୍ଥା ହୋଇଗଲା। ହେମ ମାଳି ପୁରାକଥା କହିଥିଲେ। ଋଷି ହେମଙ୍କର ସବୁ ବ୍ୟଥା ଶୁଣି ଯୋଗିନୀ ଏକାଦଶୀ ବ୍ରତ କରିବା ପାଇଁ କହିଥିଲେ। ହେମ ମାଳି ବିଧିପୂର୍ବକ ଯୋଗିନୀ ଏକାଦଶୀ ବ୍ରତ କରିଥିଲେ। ଏହି ବ୍ରତ କରିବା ଦ୍ୱାରା ହେମ କୁଷ୍ଠ ରୋଗରୁ ମୁକ୍ତି ପାଇଁ ନିଜର ପୁରୁଣା ରୂପକୁ ଫେରିଥିଲେ ଏବଂ ପତ୍ନୀଙ୍କ ସହିତ ସୁଖ ଜୀବନଯାପନ କଲେ।
ଯୋଗିନୀ ଏକାଦଶୀ ବ୍ରତ ଦିନ କରନ୍ତୁ ନାହିଁ ଏହିସବୁ ଭୁଲ୍
– ଯେଉଁ ବ୍ୟକ୍ତି ଯୋଗିନୀ ଏକାଦଶୀ ବ୍ରତ ରଖିଥାନ୍ତି, ସେମାନେ ପାପ କର୍ମ ଏବଂ ମିଛ ଠାରୁ ଦୂରେଇ ରହିବା ଉଚିତ। ଏକାଦଶୀ ବ୍ରତ କରି ଆପଣ ଏପରି କର୍ମ ଫଳରୁ ବର୍ତ୍ତି ପାରିବେ ନାହିଁ।
– ଏକାଦଶୀ ବ୍ରତ କରିବା ଦ୍ୱାରା ମୋକ୍ଷ ମିଳିଥାଏ। କିନ୍ତୁ ଆପଣ ଅଧର୍ମ କରି ମୋକ୍ଷ ପ୍ରାପ୍ତି କରିପାରିବେ ନାହିଁ। ବ୍ରତ କଲେ ମଧ୍ୟ ଅଧର୍ମ କରିଥିଲେ କର୍ମଫଳ ଅନୁଯାୟୀ ଫଳ ଭୋଗିବେ।
– ଏକାଦଶୀ ବ୍ରତ କରୁଥିବା ବ୍ୟକ୍ତି ରସୁଣ, ପିଆଜ, ମାଂସ, ମଦ, ଧ୍ରୁମପାନ ଆଦିର ସେବନ କରିବା ବନ୍ଦ କରନ୍ତୁ।
– ଏକାଦଶୀ ଦିନ କେଶ ଧୁଅନ୍ତୁ ନାହିଁ। ସାବୁନ ଓ ତେଲର ଉପଯୋଗ କରନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ଏବଂ ଭଗବାନ ବିଷ୍ଣୁ ପ୍ରସନ୍ନ ହୁଅନ୍ତି ନାହିଁ।
– ଏକାଦଶୀ ବ୍ରତ ଦିନ କ୍ରୋଧ କରନ୍ତୁ ନାହିଁ କିମ୍ବା କାହାକୁ ଅପ୍ରିୟ କଥା କୁହନ୍ତୁ ନାହିଁ।
– ଏହି ଦିନ ଆପଣ ସମସ୍ତଙ୍କୁ ମିଠା କଥା କୁହନ୍ତୁ। ମନରେ କାହା ପ୍ରତି ଦ୍ୱେଷ, ଘୃଣା ଭାବନା ରଖନ୍ତୁ ନାହିଁ। ଏପରି କରୁଥିଲେ ବ୍ରତ ଅସଫଳ ରହିଥାଏ।
– ହିନ୍ଦୁ ଧର୍ମରେ ଜୀବ ହତ୍ୟା ଅପରାଧ। ତେଣୁ ଏକାଦଶୀ ଦିନ ଘରେ ଝାଡୁ ଲଗାନ୍ତୁ ନାହିଁ। ଏହାର ଗୋଟେ ଦିନ ପୂର୍ବରୁ ସଫା ସୁତରା କରିଦିଅନ୍ତୁ। ଏକାଦଶୀ ଦିନ ଘର ଝାଡୁ କଲେ ଛୋଟ ଜୀବଜନ୍ତୁ ମରିଯାଆନ୍ତି। ତେଣୁ ବାରଣ କରାଯାଇଛି।