ଭାଇରାଲ ହେଉଛି ଏହି ଘରୋଇ ଉପାୟ ଯାହା ଆପଣଙ୍କ ଶ୍ୱାସକ୍ରିୟା ଜନିତ ସମସ୍ୟାକୁ ୫ ମିନିଟରେ କରିବ ଦୂର, ଜାଣନ୍ତୁ

ଗତ ବର୍ଷରୁ କରୋନା ମହାମାରୀରେ ସମସ୍ତେ ଅସ୍ତବ୍ୟସ୍ତ ହୋଇଗଲେଣି। ସ୍ୱାସ୍ଥ୍ୟଗତ ସମସ୍ୟା ମୁଣ୍ଡ ଟେକି ଥିବା ବେଳେ ଆର୍ଥିକ ସମସ୍ୟା ଏବେ ବୋଝ ଉପରେ ନଳିତା ବିଡା ଭଳି ମନେ ହେଉଛି। ରାଜ୍ୟ ବାହାରେ ଲୋକମାନେ କାମରେ ନିୟୋଜିତ ଥିବାବେଳେ କରୋନା କାରଣରୁ ସମସ୍ତ ପ୍ରବାସୀ ନିଜ ସ୍ଥାନକୁ ଫେରୁଛନ୍ତି। ତେବେ ଏସମସ୍ତ ସମସ୍ୟା ମଧ୍ୟରେ ଲୋକଙ୍କ ସୁରକ୍ଷା ପାଇଁ ସଚେତନ ବାର୍ତ୍ତା ଦିଆଯାଉଛି। ଘରୋଇ ଉପାୟରେ କିଭଳି ଭାବେ ଶରୀରକୁ ଏହି ଭୂତାଣୁଠୁ ଦୂର କରି ରଖିହେବ ସେ ସଂପର୍କରେ ସମସ୍ତଙ୍କୁ ସତର୍କ କରାଯାଉଛି।

ତେବେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଏକ ମେସେଜ ରହିଛି। ଏହି ମେସଜ କରୋନା ପାଇଁ ଉପୁଜୁଥିବା ସ୍ୱାସ୍ଥ୍ୟଗତ ସମସ୍ୟାର ଉପାୟକୁ ନେଇ ରହିଛି। କର୍ପୂର, ଲବଙ୍ଗ ଓ ଜୁଆଣିକୁ ଏକାଠି କରି ନୀଳଗିରି ତେଲ ମିଶାଇ ଏହାକୁ ଏକ ସଫା କନାରେ ବାନ୍ଧି ଶୁଘିଂବା ଦ୍ୱାରା ଶରୀରରେ ଅକ୍ସିଜେନ ସ୍ତର ବୃଦ୍ଧି ପାଇଥାଏ। ଏହି ମେସେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସବୁଠୁ ବଡ କଥା ହେଉଛି ଏହାକୁ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ୍‌ ନକଭି ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଛନ୍ତି।

सेहत की पोटली 👍💐

Posted by Mukhtar Abbas Naqvi मुख्तार अब्बास नकवी on Saturday, 17 April 2021

ଆବାସ୍‌ ନକଭି ଏହି ପୋଷ୍ଟକୁ ଫେସବୁକରେ ସେୟାର କରି କ୍ୟାପସନରେ ‘ ସେହତ କି ପୋଟଲି’ ଲେଖିଛନ୍ତି। ଏହାସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ କର୍ପୂର, ଜୁଆଣି ଓ ଲବଙ୍ଗକୁ ସଫା କନାରେ ରଖାଯାଇଛି। ଶ୍ୱାସପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ୟା ପାଇଁ ଏହି ଘରୋଇ ଉପାୟ ବେଶ ଉପଯୋଗୀ ବୋଲି ମଧ୍ୟ ସେ କହିଛନ୍ତି।

ତେବେ ଏହାକୁ ନେଇ କେତେ ସତ୍ୟତା ରହିଛି, ଚାଲନ୍ତୁ ଜାଣିବା। ଦିଲ୍ଲୀ ସ୍ଥିତ ଆର୍ଯ୍ୟ ବୈଦ୍ୟଶାଲା କୋଟକଲର ଚିକିତ୍ସକ ଅନୁପଙ୍କ କହିବା ଅନୁଯାୟୀ, ଏହି ଟିପ୍ସ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ହୋଇଥାଏ। ଜୁଆଣି, କର୍ପୂର, ଲବଙ୍ଗକୁ ନୀଳଗିରି ତେଲରେ ମିଶାଇ ଏହାକୁ ଏକାଠି ଶୁଘିଂବା ଦ୍ୱାରା ବନ୍ଦ ନାକ ଖୋଲିଯାଏ। ଯାହାଦ୍ୱାରା ଫୁସଫୁସରେ ପୀଡା ଅନୁଭବ କମ ହୋଇଥାଏ। ଶରୀରରେ ଅକ୍ସିଜେନର ମାତ୍ରା ବୃଦ୍ଧି କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.