କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ ନିମନ୍ତେ ଦେଶରେ ଖୋଲିଲା ୨୦ କଣ୍ଟ୍ରୋଲ ରୁମ୍‌, ଭୁବନେଶ୍ୱର ବି ସାମିଲ

କରୋନା ଯୋଗୁ ଦେଶର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ ଓ କର୍ଫ୍ୟୁ ସ୍ଥିତି ଦେଖି ପୁଣି ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ଏହାକୁ ନଜରରେ ରଖି କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ ନିମନ୍ତେ ଦେଶରେ ୨୦ କଣ୍ଟ୍ରୋଲ ରୁମ୍‌ ଖୋଲିଛିି। ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହାୟତାରେ ଶ୍ରମ ମନ୍ତ୍ରାଳୟର ଏହି କଣ୍ଟ୍ରୋଲ ରୁମ୍‌ ଶ୍ରମିକମାନଙ୍କ ସମସ୍ୟା ନିବାରଣ କରିବ। ପ୍ରବାସୀ ଶ୍ରମିକ ଇ-ମେଲ, ହ୍ଵାଟସ୍‌ଆପ କିମ୍ବା ମୋବାଇଲ ଫୋନ ଜରିଆରେ ନିଜ ନିଜର ସମସ୍ୟା ଶେୟାର କରିପାରିବେ।

ମନ୍ତ୍ରାଳୟ ମୁତାବକ, ଏହି କଣ୍ଟ୍ରୋଲ ରୁମ ଅହମ୍ମଦାବାଦ, ଅଜମେର, ଆସନସୋଲ, ବାଙ୍ଗାଲୋର, ଭୁବନେଶ୍ୱର, ଚଣ୍ଡୀଗଡ଼, ଚେନ୍ନାଇ, କୋଚ୍ଚି, ଡେରାଡୁନ, ଦିଲ୍ଲୀ ସହ ଧନବାଦ, ଗୌହାଟୀ, ହାଇଦ୍ରାବାଦ, ଜବଲପୁର, କାନପୁର, କୋଲକାତା, ମୁମ୍ବାଇ, ନାଗପୁର, ପାଟନା ଓ ରାୟପୁରରେ ସ୍ଥାପନ କରାଯାଇଛି।

କିଛି ରାଜ୍ୟରେ ଲକଡାଉନ ଭଳି ପରିସ୍ଥିତିକୁ ଦେଖି ପ୍ରବାସୀ ଶ୍ରମିକ ପୁଣି ନିଜ ସହରକୁ ଫେରିବାରେ ଲାଗିଛନ୍ତି। ମନ୍ତ୍ରାଳୟ କହିଛି କି, ଏମିତି ପରିସ୍ଥିତିରେ ଶ୍ରମିକମାନେ ବିଭିନ୍ନ ପ୍ରକାରେ ପ୍ରଭାବିତ ହୋଇଥାଆନ୍ତି ଏବଂ ସେମାନଙ୍କର ସବୁ ସମସ୍ୟା ଦୂର କରିବାକୁ ପ୍ରୟାସ କରାଯିବ। ମୁଖ୍ୟ ଶ୍ରମ ଆୟୁକ୍ତ ସମସ୍ତ ୨୦ କଣ୍ଟ୍ରୋଲ ରୁମ୍‌ ଅନୁଧ୍ୟାନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.