ଜାଣନ୍ତୁ ଭଗବାନ ଶଙ୍କର ୧୯ଟି ଅବତାର ଧାରଣ କରିବାର କିଛି ରୋଚକ ତଥ୍ୟ

ଶିବ ପୁରାଣରେ ଭଗବାନ ଶଙ୍କରଙ୍କର ଭିନ୍ନ ଭିନ୍ନ ଅବତାରର ବର୍ଣ୍ଣନା କରାଯାଇଛି । କିନ୍ତୁ ଖୁବ୍‌ କମ ଲୋକମାନେ ଭଗବାନ ଶିବଙ୍କର ଏହି ଅବତାର ସମ୍ପର୍କରେ ଜାଣିଥିବେ। ଧର୍ମ ଗ୍ରନ୍ଥ ଅନୁଯାୟୀ ଭଗବାନ ଶିବଙ୍କ ୧୯ଟି ଅବତାର ରହିଛି। ତେବେ ଜାଣନ୍ତୁ ଭଗବାନ ଶିବଙ୍କର ସେହି ୧୯ଟି ଅବତାର ସମ୍ପର୍କରେ କିଛି ରୋଚକ ତଥ୍ୟ।

ବୀରଭଦ୍ର ଅବତାର

ଭଗବାନ ଶିବ ଏହି ଅବତାର ସେତେବେଳେ ଧାରଣ କରିଥିଲେ ଯେତେବେଳେ ଦକ୍ଷଙ୍କ ଦ୍ୱାରା ଆୟୋଜିତ ଯଜ୍ଞରେ ମାତା ସତୀ ନିଜକୁ ତ୍ୟାଗ କରିଥିଲେ। ଏହି ସମ୍ପର୍କରେ ଭଗବାନ ଶଙ୍କର ଜାଣିବାରୁ କ୍ରୋଧରେ ନିଜ ମୁଣ୍ଡର ଏକ ଜଟା ଉପାଡି ପର୍ବତ ଉପରକୁ ଫୋପାଡି ଦେଇଥିଲେ। ସେହି ଜଟାର ପୂର୍ବଭାଗରୁ ହିଁ ମହାଭୟଙ୍କର ବୀରଭଦ୍ର ପ୍ରକଟ ହୋଇଥିଲେ।

ପିପ୍ପଳାଦ ଅବତାର

ମାନବ ଜୀବନରେ ଭଗବାନ ଶିବଙ୍କ ପିପ୍ପଳାଦ ଅବତାରର ବଡ ମହତ୍ୱ ରହିଛି। ଶନି ପୀଡାର ନିବାରଣ ପିପ୍ପଳାଦଙ୍କ କୃପାରୁ ହିଁ ସମ୍ଭବ ହୋଇଥାଏ।

sib-ନନ୍ଦୀ ଅବତାର

ଭଗବାନ ଶଙ୍କର ସମସ୍ତ ଜୀବର ପ୍ରତିନିଧିତ୍ୱ କରିଥାନ୍ତି। ଭଗବାନ ଶଙ୍କରଙ୍କ ନନ୍ଦୀଶ୍ୱର ଅବତାର ମଧ୍ୟ ଏହି ତଥ୍ୟର ଅନୁସରଣ କରିଥାଏ ଯେ ସମସ୍ତ ଜୀବଙ୍କୁ ଭଲପାଇବା ଦେଇଥାନ୍ତି। ନନ୍ଦୀ କର୍ମର ପ୍ରତୀକ। ଯାହାର ଅର୍ଥ ହେଉଛି କର୍ମ ହିଁ ଭଗବାନ।

ଭୈରବ ଅବତାର

ଶିବ ପୁରାଣରେ ଭୈରବଙ୍କୁ ପରମାତ୍ମା ଶଙ୍କରଙ୍କର ପୂର୍ଣ୍ଣ ରୂପ ବୋଲି କୁହାଯାଇଛି।

ଅଶ୍ୱତ୍ଥମା ଅବତାର

ମହାଭାରତ ଅନୁଯାୟୀ ପାଣ୍ଡବଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥମା କାଳ, କ୍ରୋଧ, ଯମ ବା ଭଗବାନ ଶଙ୍କରଙ୍କର ଅବତାର।

ଶରଭା ଅବତାର

ଭଗବାନ ଶଙ୍କରଙ୍କ ଷଷ୍ଠ ଅବତାର ହେଉଛି ଶରଭା ଅବତାର। ଭଗବାନ ଶଙ୍କରଙ୍କ ଶରଭା ଅବତାରର ସ୍ୱରୂପ ଅଧା ମୃଗ ତଥା ଶେଷ ଶରଭ ପକ୍ଷୀ ଭଳି ଥିଲା। ଏହି ଅବତାରରେ ଭଗବାନ ଶଙ୍କର ନୃସିଂହ ଭଗବାନଙ୍କ କ୍ରୋଧାଗ୍ନି କୁ ଶାନ୍ତ କରିଥିଲେ।

ଗୃହପତି ଅବତାର

ଭଗବାନ ଶଙ୍କରଙ୍କର ସପ୍ତମ ଅବତାର ଗୃହପତି। ଭଗବାନ ଶଙ୍କରଙ୍କ ଆଶୀର୍ବାଦରୁ ଜଣେ ମୁନିଙ୍କ ପତ୍ନୀ ସୁଚିଷ୍ମତି ସନ୍ତାନ ଲାଭ କରିଥିବାରୁ ଭଗବାନ ବ୍ରହ୍ମା ସେହି ବାଳକର ନା ଗୃହପତି ରଖିଥିଲେ।

ଋଷି ଦୁର୍ବାସା

ଭଗବାନ ଶଙ୍କରଙ୍କ ବିଭିନ୍ନ ଅବତାରରେ ଋଷି ଦୁର୍ବାସାଙ୍କ ଅବତାର ପ୍ରମୁଖ।

ହନୁମାନ ଅବତାର

ଭଗବାନ ଶିବଙ୍କ ହନୁମାନ ଅବତାର ସମସ୍ତ ଅବତାର ମଧ୍ୟରୁ ଶ୍ରେଷ୍ଠ। ଏହି ଅବତାରରେ ଭଗବାନ ଶଙ୍କର ଥରେ ବାନର ରୂପ ଧାରଣ କରିଥିଲେ।

sibବୃଷଭ ଅବତାର

ଭଗବାନ ଶଙ୍କର ବିଶେଷ ପରିସ୍ଥିତରେ ବୃଷଭ ଅବତାର ଧାରଣ କରିଥିଲେ। ଏହି ଅବତାରରେ ଭଗବାନ ଶିବ ବିଷ୍ଣୁଙ୍କ ପୁତ୍ରଙ୍କୁ ସଂହାର କରିଥିଲେ।

ୟତିନାଥ ଅବତାର

ଭଗବାନ ଶଙ୍କର ୟତିନାଥ ଅବତାର ଧାରଣ କରି ଅତିଥିଙ୍କ ମହତ୍ୱକୁ ପ୍ରତିପାଦନ କରିଥିଲେ। ଭଗବାନ ଶିବ ଏହି ଅବତାରରେ ଅତିଥି ହୋଇ ଭୀଲ ଦମ୍ପତିଙ୍କ ପରୀକ୍ଷା ନେଇଥିଲେ, ଯେଉଁ କାରଣରୁ ଭୀଲ ଦମ୍ପତିଙ୍କୁ ନିଜ ପ୍ରାଣତ୍ୟାଗ କରିବାକୁ ପଡିଥିଲା।

କୃଷ୍ଣଦର୍ଶନ ଅବତାର

ଭଗବାନ ଶଙ୍କର ଏହି ଅବତାରରେ ଯଜ୍ଞ ଆଦି ଧାର୍ମିକ କାର୍ଯ୍ୟକୁ ମହତ୍ୱ କହିଛନ୍ତି। ଭଗବାନ ଶଙ୍କରଙ୍କ ଏହି ଅବତାର ଧର୍ମର ପ୍ରତୀକ।

ଅବଧୂତ ଅବତାର

ଭଗବାନ ଶଙ୍କର ଅବଧୂତ ଅବତାର ଧାରଣ କରି ଇନ୍ଦ୍ରଙ୍କ ଅହଂକାରକୁ ହରଣ କରିଥିଲେ।

ଭିକ୍ଷ୍ୟୁ ଅବତାର

ଭଗବାନ ଶଙ୍କର ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ। ସଂସାରରେ ଜନ୍ମ ନେଉଥିବା ପ୍ରତ୍ୟେକ ପ୍ରାଣୀଙ୍କ ଜୀବନର ରକ୍ଷକ ମଧ୍ୟ ଥିଲେ।

ସୁରେଶ୍ୱର ଅବତାର

ଭଗବାନ ଶଙ୍କରଙ୍କର ସୁରେଶ୍ୱର ଅବତାର ଭକ୍ତ ପ୍ରତି ପ୍ରେମ ଭାବନା ପ୍ରଦର୍ଶିତ କରିଥାଏ। ଏହି ଅବତାରରେ ଭଗବାନ ଶଙ୍କର ଏକ ଛୋଟ ବାଳକ ଉପମନ୍ୟୁର ଭକ୍ତିରେ ପ୍ରସନ୍ନ ହୋଇ ତାଙ୍କୁ ନିଜର ପରମ ଭକ୍ତ ଏବଂ ଅମର ପଦର ବରଦାନ ଦେଇଥିଲେ।

sivକିରାତ ଅବତାର

କିରାତ ଅବତାରରେ ଭଗବାନ ଶଙ୍କର ପାଣ୍ଡୁପୁତ୍ର ଅର୍ଜୁନଙ୍କ ବୀରତାର ପରୀକ୍ଷା ନେଇଥିଲେ। ମହାଭାରତ ଅନୁଯାୟୀ କୌରବ ଛଳ-କପଟରେ ପାଣ୍ଡବଙ୍କ ରାଜ୍ୟ ହଡପ୍‌ କରିନେବା ପରେ ପାଣ୍ଡବମାନଙ୍କୁ ବନବାସ ଯିବାକୁ ପଡ଼ିଥିଲା। ବନବାସ ସମୟରେ ଅର୍ଜୁନ ଭଗବାନ ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କରିଥିଲେ, ଯାହା ଫଳରେ ଭଗବାନ ଶଙ୍କର କିରାତ ବେଶ ଧାରଣ କରି ଶୁକରକୁ ବାଣ ମାରିଥିଲେ।

ସୁନଟନର୍ତକ ଅବତାର

ପାର୍ବତୀଙ୍କ ପିତା ହିମାଚଳରୁ ତାଙ୍କ ପୁତ୍ରୀଙ୍କ ହାତ ମାଗିବା ପାଇଁ ଭଗବାନ ଶିବ ସୁନଟନର୍ତକ ବେଶ ଧାରଣ କରିଥିଲେ। ହାତରେ ଡମ୍ବୁର ଧରି ଶିବ ନଟ ରୂପରେ ହିମାଳୟରେ ପହଞ୍ଚିବା ପରେ ନୃତ୍ୟ କରିଥିଲେ। ଭଗବାନଙ୍କର ଏହି ନୃତ୍ୟ ଦେଖି ସମସ୍ତେ ପ୍ରସନ୍ନ ହୋଇଥିଲେ।

ଏହାସହ ପଢନ୍ତୁ: ଜାଣନ୍ତୁ ମାର୍ଗଶୀର ଅମାବାସ୍ୟା ପୂଜାର ମହତ୍ୱ ଏବଂ ଶୁଭ ମୁହୂର୍ତ୍ତ

ବ୍ରହ୍ମଚାରୀ ଅବତାର

ଦକ୍ଷଙ୍କ ଯଜ୍ଞରେ ପ୍ରାଣ ତ୍ୟାଗ କରିବା ପରେ ଯେତେବେଳେ ସତୀ ହିମାଳୟ ଘରେ ଜନ୍ମ ନେଇଥିଲେ ସେତେବେଳେ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ ଘୋର ତପସ୍ୟା କରିଥିଲେ। ପାର୍ବତୀଙ୍କ ପରୀକ୍ଷା ନେବା ପାଇଁ ସେହି ସମୟରେ ଭଗବାନ ଶଙ୍କର ବ୍ରହ୍ମଚାରୀ ବେଶ ଧାରଣ କରି ତାଙ୍କ ପାଖରେ ପହଞ୍ଚିଥିଲେ।

ଯକ୍ଷ ଅବତାର

ଯକ୍ଷ ଅବତାର ଭଗବାନ ଶଙ୍କର ଦେବାତାମାନଙ୍କ ଅନୁଚିତ ଏବଂ ମିଥ୍ୟା ଅଭିମାନକୁ ଦୂର କରିବା ପାଇଁ ଧାରଣ କରିଥିଲେ।

Leave A Reply

Your email address will not be published.