Below header

ପ୍ରଥମଥର ପାଇଁ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ଏହି ବିରଳ ଚାଷ, ଜାଣନ୍ତୁ କଣ?

ଘାସରୁ ପ୍ରସ୍ତୁତ ହେଉଛି ତେଲ । ଶୁଣିଲେ ଟିକେ ଅଡ଼ୁଆ ଲାଗିପାରେ କିନ୍ତୁ କଥା ସତ । ଦୁଇ ପ୍ରକାରର ଘାସ ଯାହା କି ପାମାରୋସା ଏବଂ ଲେମନ ଗ୍ରାସ୍ । ଏହାକୁ ଗନ୍ଧଯୁକ୍ତ ଘାସ ମଧ୍ୟ କୁହାଯାଏ । ପାତନ ପ୍ରକ୍ରିୟାରୁ ଉତ୍ପାଦିତ କରି ଏହାକୁ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ସୁଗନ୍ଧ ଅତର, ବାସନା ସାବୁନ ଏବଂ ବିଭିନ୍ନ ଔଷଧ ପାଇଁ ଏହା ବ୍ୟବହାର କରାଯାଇଥାଏ ।ବୌଦ୍ଧ ଜିଲ୍ଲା ଡିଗୀ ଗାଁର ଜଣେ ଜଣେ ଯୁବ ଚାଷୀ ରଞ୍ଜିତ କର୍ଣ୍ଣ ଏହି ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।

କଣ୍ଟାମାଳ(କେନ୍ୟୁଜ୍) : ଘାସରୁ ପ୍ରସ୍ତୁତ ହେଉଛି ତେଲ । ଶୁଣିଲେ ଟିକେ ଅଡ଼ୁଆ ଲାଗିପାରେ କିନ୍ତୁ କଥା ସତ । ଦୁଇ ପ୍ରକାରର ଘାସ ଯାହା କି ପାମାରୋସା ଏବଂ ଲେମନ ଗ୍ରାସ୍ । ଏହାକୁ ଗନ୍ଧଯୁକ୍ତ ଘାସ ମଧ୍ୟ କୁହାଯାଏ । ପାତନ ପ୍ରକ୍ରିୟାରୁ ଉତ୍ପାଦିତ କରି ଏହାକୁ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ସୁଗନ୍ଧ ଅତର, ବାସନା ସାବୁନ ଏବଂ ବିଭିନ୍ନ ଔଷଧ ପାଇଁ ଏହା ବ୍ୟବହାର କରାଯାଇଥାଏ ।ବୌଦ୍ଧ ଜିଲ୍ଲା ଡିଗୀ ଗାଁର ଜଣେ ଜଣେ ଯୁବ ଚାଷୀ ରଞ୍ଜିତ କର୍ଣ୍ଣ ଏହି ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ଭାରତରେ ଏକ ବହୁମୂଲ୍ୟ ଏବଂ ବିରଳ ଚାଷ ହେଉଛି ପାମାରୋସା ଏବଂ ଲେମନ ଗ୍ରାସ୍ ଚାଷ । ଏହା ପ୍ରଥମଥର ପାଇଁ ଆରମ୍ଭ ହୋଇଛି ବୌଦ୍ଧ ଜିଲ୍ଲା ମନୁପାଲି ଓ ବାଉଁଶୁଣି ପଞ୍ଚାୟତରେ । ପ୍ରାୟ ୧୦୦ ଏକର ଚାଷ ଜମିରେ ଲଗାଯାଇଛି ଏହି ବିରଳ ଗନ୍ଧଯୁକ୍ତ ଘାସ । ପାମାରୋସା ଘାସକୁ ଉଦ୍ଭିଦ ବିଜ୍ଞାନ ଭାଷାରେ ସିମ୍ବୋପୋଗୋନ ମାରଟିନି ମୋଟିଆ ବୋଲି କୁହାଯାଉଥିବା ବେଳେ ଲେମନ୍ ଗ୍ରାସ୍ ଭଳି ପ୍ରଜାତିକୁ କେବଳ ସିମ୍ବୋପୋଗୋନ କୁହାଯାଇଥାଏ । ଏହି ଘାସକୁ ଚାଷ କରି ପାଚନ ପ୍ରକ୍ରିୟା ଦ୍ୱାରା ଉତ୍ପାଦିତ କରି ବାଷ୍ପଶୀଳ ତୈଳ ପ୍ରସ୍ତୁତ କରାଯାଇଥାଏ । ଯାହାକୁ ଇଂରାଜୀରେ ଷ୍ଟିମ୍ ଡ଼ିଷ୍ଟିଲେସନ୍ ପ୍ରକ୍ରିୟା କୁହାଯାଏ ।

ଲେମନଗ୍ରାସ୍ ରୁ ବାହାର କରାଯାଉଥିବା ତେଳର ମୂଲ୍ୟ ଅଧିକ ଥିବା ବେଳେ ବିଭିନ୍ନ ରୋଗର ନିରାକରଣ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଏ । ସେହିପରି ପାମୋରୋସା ଘାସକୁ ସୁଗନ୍ଧ ଅତର, ବାସନା ସାବୁନ ତିଆରି ପାଇଁ ବ୍ୟବହାର କରାଯାଏ । ତେବେ ମନୁପାଲି ପଂଚାୟତର ଡିଗି ଗାଁରେ ରଞ୍ଜିତ କର୍ଣ ନାମକ ଜଣେ ଯୁବ ଚାଷୀ ନିଜର ୪୦ ଏକର ଜମିରେ ଲେମନ ଗ୍ରାସ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରଥମେ ସେ ନିଜର ଜମିରେ ପାଞ୍ଚ ଏକର ଜମିରେ ଚାଷ କରିଥିଲେ। ଚାଷରେ ଲାଭ ହେବାରୁ ଏବେ ସେ ୪୦ ଏକର ଜମିରେ ଏହି ଚାଷ କରିବା ସହ ୪୦ ରୁ ୫୦ ଜଣ ଶ୍ରମିକଙ୍କୁ ନିୟୋଜିତ କରିଛନ୍ତି । ତାଙ୍କର ଏହି ଚାଷ ଦେଖି ଗାଁର ଅନ୍ୟ ଚାଷୀମାନେ ମଧ୍ୟ ଏହି ଚାଷ ପ୍ରତି ଆଗଭର ହୋଇ ଚାଷ କରୁଛନ୍ତି।

ଗତ ତିନି ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ବହୁମୂଲ୍ୟ ଘାସ ଚାଷର ଚାହିଦା ଶୀଳ୍ପବିହୀନ ଓଡ଼ିଶାରେ ନଥିବା ବେଳେ ଏହାକୁ କେବଳ ହାଇଦ୍ରାବାଦ,ଦିଲ୍ଲୀ, ମୂମ୍ବାଇ ଭଳି ସହରରେ ବିକ୍ରି କରାଯାଉଛି । ତେଣୁକରି ଏହାର ଦାମ ଆକାଶ୍ ଛୁଆଁ । ବର୍ଷକୁ ୪ଥର ଏହି ଘାସକୁ ଜମିରୁ କଟାଯାଏ । ଆଉ କେବଳ ଏକ ଏକର ଲେମନ୍ ଗ୍ରାସ୍ ରୁ ଏକାଥରେ ୯୦ଲିଟର୍ ତେଲ ପ୍ରସ୍ତୁତ ହେଉଥିବା ବେଳେ ପାମୋରୋସା ଘାସରୁ ୫୦ଲିଟର୍ ଏକର ପିଛା ବାହାର କରାଯାଏ । ପାଞ୍ଚ କୁଇଣ୍ଟାଲ୍ ଟାଙ୍କିରେ ଘାସ କାଟି ଦେଢ ଘଣ୍ଟା ବାଷ୍ପ କରିବା ପରେ କଣ୍ଟେଜର ସାହାଯ୍ୟରେ ପାଣି ଏବଂ ତେଲକୁ ଅଲଗା କରାଯାଏ । ବହୁତ କମ୍ ଚାଷୀ ଏଥିପ୍ରତି ଆଗ୍ରହ ଦେଖିାଇ ବୈଷୟିକ ପଦ୍ଧତିରେ ଚାଷ କରୁଛନ୍ତି ।

ସେପେଟ କିଛି ଆନ୍ଧ୍ର ଚାଷୀ ବୋୖଦ୍ଧକୁ ଆସି ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଥିବା ବେଳେ ଅନ୍ୟ ଚାଷୀମାନେ ଏଥିପତି ଆଗ୍ରହ ଦେଖାଇଲେ ଲାଭବାନ ହୋଇପାରିବେ ବୋଲି କହିଛନ୍ତି ଘାଷ ଚାଷୀ । ଯୁବ ଚାଷୀ ରଞ୍ଜିତ କର୍ଣ ନିଜ ଗାଁରେ ପଡିଆ ଜମିରେ ଏହି ଲେମନ ଗ୍ରାସ ଚାଷ କରି ଅନ୍ୟଚାଷୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏଇ ଘାସ ଚାଷ କରିବା ସହ ଘାସରୁ ତେଲ ପ୍ରସ୍ତୁତ କରି ବାହାର ରାଜ୍ୟରେ ବିକି ବେଶ ଦି ପଇସା ରୋଜଗାର କରୁବା ସଙ୍ଗେ ସଙ୍ଗେ ଏଠାକାର ଶ୍ରମିକ ମାନଙ୍କୁ ରୋଜଗାର ଯୋଗାଇ ଦେଉଛନ୍ତି।ଅନ୍ୟପଟେ ଓଡ଼ିଶାରେ କୌଣସି ଶିଳ୍ପ ନଥିବା ଯୋଗୁ ଏହାର ଚାହିଦା ଓଡ଼ିଶାରେ ନଥିବା ବେଳେ ଚାଷୀମାନଙ୍କ ଏଥିପ୍ରତି ଆଗହ ବଢୁଛି ବୋଲି କହିଛନ୍ତି ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ।

ବିରଳ ଚାଷରୁ ବହୁମୂଲ୍ୟ ତେଲ ଉତ୍ପାଦନ ହେଉଥିବା ବେଳେ ଲାଭ ମଧ୍ୟ ଅନେକ ପରିମାଣରେ ପାଉଛନ୍ତି ଚାଷୀ । ଏହାକୁ ଲୋକାଲୋଚନକୁ ଆଣିବା ସହିତ ଅନ୍ୟ ଚାଷୀମାନଙ୍କୁ ପ୍ରୋତ୍ସହନ ଯୋଗାଇଲେ ଚାଷୀମାନ ଭଲ ପୋଇସା ରୋଜଗାର କରିପାରିବେ ଏଥିରେ ସନ୍ଦେହ ନାହିଁ ।
କଣ୍ଟାମାଳରୁ ଭଞ୍ଜନ କୁମାର ପ୍ରଧାନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.