LPG ଲିକେଜକୁ ଡିଟେକ୍ଟ କରିବ Smoke Alarm ଡିଭାଇସ୍‌

ଏବେ LPG ଲିକେଜକୁ ଜାଣିବା ପାଇଁ ଆଉ ହେବ ନାହିଁ ସମସ୍ୟା, ଏହି ସ୍ମାର୍ଟ ଡିଭାଇସ ବିପଦରୁ କରିବ ରକ୍ଷା

ଘରକୁ ସୁରକ୍ଷିତ ରଖିବା ପାଇଁ ଆସିଲା ସ୍ମୋକ ଆଲାର୍ମ। ଲୋକଙ୍କ ସମସ୍ୟାକୁ ଧ୍ୟାନରେ ରଖି ଏବେ ବଜାରକୁ ଆସିଛି ଏଭଳି ଏକ ଡିଭାଇସ। ଯାହାକୁ ଲଗାଇବା ମାତ୍ରେ ଆପଣଙ୍କ ଅଜାଣତରେ ଘରେ କଣ ସବୁ ଅଘଟଣ ଘଟିବାକୁ ଯିବ ତାହା ସମ୍ପର୍କରେ ସୂଚନା ଦେବ। ଏଥିପାଇଁ ଆଲାର୍ମ ଘଣ୍ଟି ବାଜିବ। କେଉଁ ବିପଦରେ ଏହା ଲୋକଙ୍କୁ ସାହାଯ୍ୟ କରିବ ଜାଣିନିଅନ୍ତୁ।

ଘରେ ପ୍ରାୟତଃ ଲୋକମାନେ ସ୍କୋକ ଡିଟେକ୍ଟର ଲଗାଇଥାନ୍ତି। କେତେ ଜଣ ମଲ ରେ ଫାୟାର ଆଲାର୍ମ ଲଗାଇଥାନ୍ତି। ତେବେ ଘରେ ମୁଖ୍ୟ ରୂପେ ନିଆଁ ଲାଗିବା ଭଳି ବଡ଼ ଅଘଟଣର ୁ ବର୍ତ୍ତିବା ପାଇଁ ଏହି ଡିଭାଇସକୁ ଲଗାଯାଏ। ଏହା ସହଜରେ ଘରେ ଥିବା ଧୂଆଁକୁ ଡିଟେକ୍ଟ କରିନେଇ ଜଣାଇଦିଏ। ଘରର କେଉଁ କୋଣରୁ ଧୂଆଁ ବାହାରୁଛି ଏହା ଆଲାର୍ମ ଦ୍ୱାରା ଜଣାଇଦିଏ। ଯେମିତିକି ଲୋକ ମାନେ ଆଲର୍ଟ ହୋଇଯିବେ।

ଏହାପରେ ଲୋକମାନେ ସମୟ ପୂର୍ବରୁ ନିଆଁକୁ ବୁଝାଇ ଦେଇଥାନ୍ତି। ଏମିତିରେ ଘର ସୁରକ୍ଷିତ ରହିଥାଏ। ଅନେକ ସ୍ମୋକ ଡିଟେକ୍ଟର ଏହି ସମସ୍ୟା ଦୂର କରେ। ଏବେ ଏହି ଡିଭାଇସରେ ଆହୁରି ନୂଆ ନୂଆ ଟେକନିକ ଆଡ୍‌ କରାଯାଉଛି। ଏବେ ସବୁଠୁ ବଡ଼ କଥା ହେଉଛି ଏବେ ଏହି ଡିଭାଇସ୍‌ ଦ୍ୱାରା ଆପଣ ଘରେ ଥିବା ଗ୍ୟାସ ର ଲିକେଜ ବିଷୟରେ ଜାଣିପାରିବେ।

କିଚେନ ଏରିଆରେ ମୁଖ୍ୟ ରୂପେ ସିଲିଣ୍ଡର ଲିକ ହୋଇଥାଏ। କିନ୍ତୁ ବେଳେବେଳେ ଏହା ଏତେ ଅଧିକ ହୋଇଥାଏ ଯେ କିଛି ବି ଅଘଟଣ ଘଟିଯାଇପାରେ। ଏହାକୁ ଧ୍ୟାନରେ ରଖି ବଜାରକୁ ଆସିଛି ଏଭଳି ଡିଭାଇସ। ଏହା ମିନିଟରେ ଜଣାଇଦେବ ଯେ ଘରେ ଗ୍ୟାସ ଲିକେଜ ହେଉଛି।

ଏହା ଆପଣ ସହଜରେ ଇକମର୍ସ ପ୍ଲାଟଫର୍ମରେ ପାଇଯିବେ। ଏହାର ନାମ Hello Nickix Shield fire alarm । ଏହା ସ୍ମୋକ ସହିତ କାର୍ବନ ଡାଇଅକ୍ସାଇଡ, ଏଲପିଜି, ମିଥେନ ଓ ହାଇଡ୍ରୋଜେନ ଭଳି ଗ୍ୟାସ ଲିକେଜର ପତ୍ତା ଲଗାଇଦିଏ। ଏହା ଦେଖିବାକୁ ବଲବ୍‌ ହୋଲଡର ଭଳି। ଏହାକୁ ଆପଣ ଘରର ସେହି ଭାଗରେ ଲଗାନ୍ତୁ ଯେଉଁଠାରେ ଗ୍ୟାସ ଥିବ। ବିଜନେସ କରୁଥିଲେ ଏହା ଅଫିସ କିମ୍ବା ଗୋଡାଉନରେ ଲଗାଇପାରିବେ।

ସୁବିଧା:
ଏହା ପ୍ଲଗ ଆଣ୍ଡ ୟୁଜ ର ଫିଚର ରହିଛି। ଏହା ଓ୍ଵାୟାରଲେସ ତରିକାରେ ଫାୟାର ଆଲାର୍ମକୁ କାମ କରିବାକୁ ଦେଇଥାଏ। ଏହାକୁ ଆପଣ ଘରର ବଲବ୍‌ ହୋଲଡରରେ ଲଗାଇପାରିବେ। ଏହାପରେ ଡିଭାଇସ୍‌ କୁ ପାଓ୍ଵାର ସପ୍ଲାଏ ହୋିଥାଏ। ଏହା ପରେ କାମ କରେ। ଏହାର ସାଉଣ୍ଡ ଏତେ ଜୋରରେ ହୋଇଥାଏ ଯେ ଘର ସହ ଘର ବାହାରେ ମଧ୍ୟ ଲୋକ ମାନେ ଜାଣିପାରିବେ। ଶୁଣିପାରିବେ। ଏଥିରେ ୮୫ ଡିସେବଲର ଶବ୍ଦ ରହିଛି। ଏହାକୁ ଗ୍ରାହକ ମାନେ ଆମାଜନରେ ମାତ୍ର ୭୦୦ ଟଙ୍କାରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.